Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଲୋକଙ୍କ ପାଇଁ ଆରମ୍ଭ ହେବାକୁ ଯାଇଛି ଖରାପ ସମୟ। ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ। ରୁହନ୍ତୁ ସାବଧାନ!

ସେୟାର୍ କରନ୍ତୁ

୨୦୨୨ ମସିହାରେ ଅନେକ ଗ୍ରହ ନିଜ ସ୍ଥିତି ପରିବର୍ତ୍ତନ କରୁଛନ୍ତି। ଆସୁଥିବା ୧୫ ଦିନ ମଧ୍ୟରେ ଗ୍ରହ ଓ ନକ୍ଷତ୍ର ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାର ପ୍ରଭାବରେ କିଛି ରାଶିର ଲୋକଙ୍କୁ ଶୁଭ ପରିଣାମ ମିଳିବ ତ ଆଉକିଛି ଲୋକଙ୍କୁ ଅଶୁଭ ପରିଣାମ ମିଳିପାରେ। କହିବାକୁ ଗଲେ ଆସୁଥିବା ୧୫ ଦିନ ମଧ୍ୟରେ ସୂର୍ଯ୍ୟ, ଶନି, ବୁଦ୍ଧ, ମଙ୍ଗଳ, ଶୁକ୍ର ଗ୍ରହ ଆଦି ନିଜ ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି ଗ୍ରହର ରାଶି ମକରରେ ସୂର୍ଯ୍ୟ ପ୍ରବେଶ କରିବେ। ମଙ୍ଗଳ ଗ୍ରହ ନିଜ ସ୍ଥାନ ପରିବର୍ତ୍ତନ କରିବେ। ଶନି ଅସ୍ତ ହେବାକୁ ଯାଉଛନ୍ତି। ଏହିସବୁ ସ୍ଥିତି ଚାରିଟି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ।

ମେଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ୧୫ଦିନ ଅତ୍ୟନ୍ତ କଠିନ ସାବ୍ୟସ୍ତ ହୋଇପାରେ। ଏହି ରାଶିର ଅଧିପତି ମଙ୍ଗଳଙ୍କର ଶନିଙ୍କ ସହିତ ଶତ୍ରୁତା ରହିଛି। ସେଥିପାଇଁ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ ନାହିଁ। ଅଧିକ ଖର୍ଚ୍ଚ ହୋଇପାରେ। ପ୍ରେମ ମାମଲାରେ ଆପଣଙ୍କୁ ଅସଫଳତା ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବିଗିଡି ଯାଇପାରେ। ପରିବାରରେ ଅଶାନ୍ତିର ମାହୋଲ ରହିପାରେ। ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

ମିଥୁନ ରାଶି –

ଆସୁଥିବା ସମୟ ଏହି ରାଶିର ଲୋକଙ୍କ ପାଇଁ କଠିନ ସାବ୍ୟସ୍ତ ହୋଇପାରେ। ଆପଣଙ୍କର କୌଣସି କାର୍ଯ୍ୟ ସୁବିଧାରେ ହେବ ନାହିଁ। ଧନହାନୀ ହେବାର ସମ୍ଭାବନା ରହିଛି। ନିଜର ଦାମୀ ଜିନିଷ ସାଇତି ରଖନ୍ତୁ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ ନାହିଁ। କୌଣସି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣଙ୍କୁ ସର୍ବଦା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

କର୍କଟ ରାଶି –

ଏହି ରାଶିର ଲୋକଙ୍କୁ କ୍ୟାରିୟର ଓ ବ୍ୟବସାୟରେ କ୍ଷତି ହୋଇପାରେ। କୌଣସି ପ୍ରକାରର ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆୟ ଅପେକ୍ଷା ଅଧିକ ବ୍ୟୟ ହୋଇପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କର ସମ୍ମାନ ହାନୀ ହେବାର ସମ୍ଭାବନା ରହିଛି। ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ପ୍ରେମ ମାମଲାରେ ଅସଫଳତା ମିଳିପାରେ।

କନ୍ୟା ରାଶି –

କନ୍ୟା ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ କଠିନଭରା ହୋଇପାରେ। ସମ୍ପର୍କୀୟଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିବ ନାହିଁ, ସେଥିପାଇଁ ଆପଣ ଦୁଃଖିତ ହୋଇ ପାରନ୍ତି। ଶାରୀରିକ ଓ ମାନସିକ ଚାପ ଅନୁଭବ କରି ପାରନ୍ତି। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ, ନଚେତ ସମ୍ପର୍କ ବିଗିଡି ପାରେ। ଟଙ୍କାର ବ୍ୟର୍ଥ ଉପଯୋଗ କରନ୍ତୁ ନାହିଁ।

ଏହି ଖରାପ ସମୟରୁ ବଞ୍ଚିତ ହେବା ପାଇଁ ଆପଣ ମାନେ ଭଗବାନ ଶନି, ସୂର୍ଯ୍ୟଦେବ, ପ୍ରଭୁ ହନୁମାନଙ୍କ ଆରାଧନା କରିବା ଆବଶ୍ୟକ। ଦେଖିବେ କିଛିମାତ୍ରାରେ ଆପଣଙ୍କୁ ସୁଫଳ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *