Excuse Me Odisha

ଯାହା କହିବୁ ସତ କହିବୁ

ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅକୁ ମିଳିବ କେମିତି ଜୀବନସାଥୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାଶି ଅନୁସାରେ ଜାଣନ୍ତୁ ଯେଉଁ ଝିଅଙ୍କୁ କେମିତି ମିଳିବ ଜୀବନସାଥୀ।

ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ରାଶିର ଝିଅଙ୍କୁ ମିଳିବ କିପରି ଜୀବନସାଥୀ। ଭଲ ଜୀବନସାଥୀଟିଏ ପାଇବାକୁ ସବୁ ଝିଅଙ୍କର ଇଛା। ସ୍ୱାମୀ ଏପରି ହେବା ଦରକାର ଯିଏ ତାଙ୍କର ସମ୍ମାନ କରିବ ତାଙ୍କ ସହିତ ତାଙ୍କୁ ଅତ୍ୟନ୍ତ ଭଲ ପାଇବ। ଏହା ସାହିତ ସାରାଜୀବନ ଏକାଠି ଖୁସିରେ ରଖିପାରିଥିବ। ବାପା ମା ମଧ୍ୟ ନିଜ ଝିଅ ପାଇଁ ଯୋଗ୍ୟ ବର ପାତ୍ର ଖୋଜିଥାନ୍ତି। ତେବେ ଭଲ ବର ପାତ୍ର ଖୋଜିବା ପାଇଁ ଅଧିକାଂଶ ପିତା ମାତା ଜ୍ୟୋତିଷ ଶାସ୍ତ୍ରର ସହାୟତା ମଧ୍ୟ ନେଇଥାନ୍ତି। ତେବେ ଆସନ୍ତୁ ଜାବିବା ରାଶି ଅନୁସାରେ ଝିଅଙ୍କୁ କେଉଁ ପ୍ରକାରର ପୁଅ ମିଳିଥାନ୍ତି ଯାହା ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି।

ମେଷ ରାଶି। ଏହି ରାଶିର ଝିଅଙ୍କୁ ସୁନ୍ଦର ଏବଂ ଶିକ୍ଷିତ ବର ପାତ୍ର ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। କୁହାଯାଏ କି ଏମାନଙ୍କୁ ବର ଅତ୍ୟନ୍ତ ଧାର୍ମିକ ସ୍ୱାଭାବର ହୋଇଥାନ୍ତି।

ବୃଷ ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅଙ୍କୁ ଅପେକ୍ଷା କୃତ କମ ଶିକ୍ଷିତ ବର ପାତ୍ର ମିଳିଥାନ୍ତି। ଏମାନଙ୍କ ସ୍ୱାମୀଙ୍କୁ ଜୀବନରେ ଅନେକ ସଙ୍ଘର୍ଷ କରିବାକୁ ପଡିଥାଏ।

ମିଥୁନ ରାଶି। ଏହି ରାଶିର ଝିଅଙ୍କୁ ଅହଂକାରୀ ସ୍ୱାଭାବର ବର ପାତ୍ର ମିଳିଥାଏ। ଏମାନେ କଥା କଥାରେ ରାଗିଥାନ୍ତି। ଏମାନେ ରାଗି ସ୍ୱାଭାବର ହୋଇଥାନ୍ତି

କର୍କଟ ରାଶି। ଏହି ରାଶିର ଝିଅଙ୍କୁ ତାଙ୍କ ସ୍ୱାମୀ ଅତ୍ୟନ୍ତ ସମ୍ମାନ ଦେଇଥାନ୍ତି। ଏହା ସହିତ ତାଙ୍କର ସବୁ ଇଛା ଅନୁସାରେ କାର୍ଯ୍ୟ ନକଲେ କ୍ରୋଧ ମଧ୍ୟ କରିଥାନ୍ତି

ସିଂହ ରାଶି। କୁହାଯାଏ କି ଏହି ରାଶିର ଝିଅଙ୍କୁ ସମ୍ମାନ ଦେଉଥିବା ସ୍ୱାମୀ ମିଳିଥାନ୍ତି। ଏହା ସହିତ ଏମାନଙ୍କ ସନ୍ତାନ ବହୁତ ଆଗକୁ ବଢ଼ିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

କନ୍ୟା ରାଶି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅଙ୍କୁ ଚଞ୍ଚଳ ସ୍ୱାଭାବର ସ୍ୱାମୀ ମିଳିଥାନ୍ତି। ଏମାନଙ୍କ ସ୍ୱାମୀ ଆକର୍ଷଣୀୟ ହୋଇଥାନ୍ତି। ତେଣୁ କିଛି ସ୍ଥାନରେ ଏମାନେ ଅନ୍ୟ ଝିଅଙ୍କ ସହ ସମ୍ପର୍କ ମଧ୍ୟ ରଖିଥାନ୍ତି।

ତୁଳା ରାଶି। କୁହାଯାଏ କି ଏହି ରାଶିର ଝିଅଙ୍କ ସ୍ୱାମୀ କଥା କଥାରେ ରାଗିଯାଇଥାନ୍ତି କିନ୍ତୁ ଏମାନେ ନିଜ ବୈବାହିକ ଜୀବନକୁ ନେଇ ଅତ୍ୟନ୍ତ ଗମ୍ଭୀର ହୋଇଥାନ୍ତି। ସବୁବେଳେ ପରିବାର ଲୋକଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।

ବିଛା ରାଶି। ଏହି ରାଶିର ଝିଅଙ୍କର ସ୍ୱାମୀ ଭଲ କଥା କହିବା ଜାଣିଥାନ୍ତି। ଏହା ସହିତ ଏମାନେ ଅନେକ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ଦାମ୍ଫତ୍ୟ ଜୀବନ ବହୁତ ହସ ଖୁସିରେ ବିତିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି।

ଧନୁ ରାଶି। ଏହି ରାଶିର ଝିଅଙ୍କୁ ଭାଗ୍ୟଶାଳୀ ବର ପାତ୍ର ମିଳିଥାଏ। ଏହା ସହିତ ଏମାନେ ସର୍ବଦା ନିଜ ସ୍ତ୍ରୀର କଥାକୁ ଶୁଣିଥାନ୍ତି।

ମକର ରାଶି। ଏହି ରାଶିର ଝିଅଙ୍କୁ ମଧୁର ସ୍ୱାଭାବର ସ୍ୱାମୀ ମିଳିଥାନ୍ତି। ଯେଉଁମାନେ ପାଖରେ ଅତି ଖରାପ ସମୟକୁ ସାମ୍ନା କରିବାର ତାଙ୍କର କ୍ଷମତା ରହିଥାଏ।

କୁମ୍ଭ ରାଶି। ଏହି ରାଶିର ଝିଅଙ୍କର ସ୍ୱାମୀ ନରମ ସ୍ୱାଭାବର ହୋଇଥାନ୍ତି। ଏମାନେ ଏକା ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି।

ମୀନ ରାଶି। ଏମାନଙ୍କୁ ସୁନ୍ଦର ଏବଂ ନରମ ସ୍ୱାଭାବର ସ୍ୱାମୀ ମିଳିଥାନ୍ତି। କେବେବି ଆର୍ଥିକ ସମସ୍ୟା ଉପୁଜି ନଥାଏ। ହସ ଖୁସିରେ ଏମାନଙ୍କ ଜୀବନ ବିତିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *