Excuse Me Odisha

ଯାହା କହିବୁ ସତ କହିବୁ

ଗର୍ଭାବସ୍ଥାରେ ଥଣ୍ଡା ଜ୍ଵର ହେଲେ ଆପଣାନ୍ତୁ ଏହି ଏହି ଉପାୟ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗର୍ଭାବସ୍ଥାରେ ଥଣ୍ଡା ଜ୍ଵର ହେଲେ କରନ୍ତୁ ଏହି ଉପାୟ।

ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରେଗନେନ୍ସି ସମୟରେ ଥଣ୍ଡା ସର୍ଦ୍ଦି ହେଲେ କେମିତି ଚିକିତ୍ସା କରିବେ। ପ୍ରେଗନେନ୍ସିରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ। କାରଣ ପ୍ରେଗନେନ୍ସି ସମୟରେ ଶରୀରରେ ଇମ୍ୟୁନିଟି ସିଷ୍ଟମର ମୁଖ୍ୟ କାର୍ଯ୍ୟ ହୋଇଥାଏ ଗର୍ଭାସ୍ଥ ଶିଶୁକୁ ସୁରକ୍ଷା ଦେବା। ତେଣୁ ପ୍ରେଗନେଟ ମହିଳାର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ। ସାଧାରଣତଃ ପ୍ରେଗନେଟ ମହିଳାଙ୍କୁ ଥଣ୍ଡା ସର୍ଦ୍ଦି ଶୀଘ୍ର ଆଟାକ କରିଥାଏ।

ସାଧାରଣତଃ ଆମକୁ ଥଣ୍ଡା ସର୍ଦ୍ଦି ହେଲେ ଆମେ ଥଣ୍ଡା ଔଷଧ ଯଥା ନାମ କୋଲ ସିନାରେଷ୍ଟ ଆଦି ଖାଇଥାଉ। କିନ୍ତୁ ଗର୍ଭାବସ୍ଥାରେ ଏହିସବୁ ମେଡ଼ିସିନ ଖାଇବା ସୁରକ୍ଷିତ ନୁହେଁ। ଏହା ଗର୍ଭାବସ୍ଥା ଶିଶୁ ଉପରେ ପ୍ରଭାବ ପକାଇଥାଏ। ଏଣୁ ଆପଣ ଯଥା ସମ୍ଭବ ପ୍ରାକୃତିକ ଉପାୟରେ ଥଣ୍ଡା ସର୍ଦ୍ଦିକୁ ଠିକ କରିବା ପାଇଁ ଚେଷ୍ଟା କରିବା ଉଚିତ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ଥଣ୍ଡା ସର୍ଦ୍ଦି ହେଲେ ଆପଣ କଣ କରିବେ।

ଥଣ୍ଡା କିମ୍ବା ସର୍ଦ୍ଦି ହେଲେ ଗଳା ଦରଜ କରିବା ମୁଣ୍ଡ ବିନ୍ଧିବା ନାକ ବନ୍ଦ ହୋଇଯିବା କାଶ ହେବା ଏହିଭଳି ଲକ୍ଷଣ ଦେଖାଦେଇଥାଏ। ଯଦି ପ୍ରେଗନେନ୍ସିରେ ଥଣ୍ଡା ହୋଇ ନାକ ବନ୍ଦ ହୋଇଯାଇଛି ତେବେ ନାକ ଡ୍ରପର ପ୍ରୟୋଗ ନକରି ଆପଣ ଷ୍ଟିମର ବ୍ୟବହାର କରିପାରିବେ। ଷ୍ଟିମରେ ଆପଣ ହର୍ବଲର ପ୍ରଡକ୍ଟ ଯଥା ଅଦା ଲବଙ୍ଗ ଗୁଜୁରାତି ପୁଦିନା ଆଦି ପକାଇ ଏହାର ଷ୍ଟିମକୁ ନାକ ପଟେ ନେଇ ପାରିବେ। ଏହା ଦ୍ବାରା ଆପଣଙ୍କ ବନ୍ଦ ନାକ ଖୋଲି ଯାଇଥାଏ। ଯଦି ଆପଣ ଘରେ ନାହାଁନ୍ତି ଆଉ ଷ୍ଟିମ ନେଇ ପାରୁନାହାନ୍ତି ତେବେ ଆପଣ ଗୋଟିଏ ରୁମାଲରେ ୟୁକାଲି ପଟାସ ତେଲକୁ ନାକରେ ଶୁଙ୍ଘି ପାରିବେ।

ଏହା ମଧ୍ୟ ନାକ ଖୋଲିବାରେ ସାହାର୍ଯ୍ୟ କରିଥାଏ। ଥଣ୍ଡା ଏବଂ କାଶ ହେବା ଯୋଗୁ ଆପଣଙ୍କ ତଣ୍ଟି ଦରଜ ହେଉଛି କିମ୍ବା ବାରମ୍ବାର କାଶ ହେଉଛି ତେବେ ଆପଣ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶେଇ ଏହାର ସେବନ କଲେ ଆରାମ ମିଳିଥାଏ ଏବଂ କାଶ ଭଲ ହୋଇଯାଇଥାଏ। ଯଦି ତଥାପି କାଶ ଭଲ ହେଉନାହିଁ ତେବେ ତୁଳସୀ ଏବଂ ଅଦାର ଚା ପିଇଲେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କୁ ଜ୍ଵର ରହୁଥାଏ କିମ୍ବା ମୁଣ୍ଡ ବିନ୍ଧା ହେଉଥାଏ ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଯଦି ଅତ୍ୟଧିକ କାଶ ଏବଂ ଜ୍ଵର ନଥାଏ ତେବେ ଟେନସନ ହୁଅନ୍ତୁ ନାହିଁ ଏହି ସମୟରେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ସର୍ଦ୍ଦି ଅଧିକ ସମୟ ନେଇଥାଏ କିନ୍ତୁ ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ହେଉଛି ଏବଂ ଗୋଟିଏ ସପ୍ତାହରୁ ଅଧିକ ସମୟ କାଶ ଲାଗିରହୁଛି ଏବଂ ଜ୍ଵର ରହୁଛି ଏହା ଲଙ୍ଗ ଇଂଫେକ୍ସନ ଯୋଗୁ ହୋଇଥାଏ। ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଆନ୍ତୁ। ପ୍ରେଗନେନ୍ସି ସମୟରେ ଥଣ୍ଡା ସର୍ଦ୍ଦି ହେଲେ ଆପଣ ଭିଟାମିନ-c ଯୁକ୍ତ ଖାଦ୍ୟର ସେବନ କରନ୍ତୁ

ଫ୍ରେସ ଫଳର ସେବନ କରନ୍ତୁ। ତେବେ ସନ୍ତୁଳିତ ଖାଦ୍ୟର ସେବନ କରନ୍ତୁ ଏଥରୁ ଆପଣଙ୍କୁ ଭିଟାମିନ ଏବଂ ମିନାରାଲସ ପ୍ରଚୁର ପରିମାଣରେ ମିଳିଥାଏ। ପ୍ରେଗନେନ୍ସି ସମୟରେ ଆପଣ ଉଷୁମ ପାଣିର ସେବନ କରନ୍ତୁ। ଯେତେବେଳେ ବି ଆପଣଙ୍କୁ ଥକା ଅନୁଭବ ହେଉଛି ଆପଣ ଉପଯୁକ୍ତ ଆରାମ କରନ୍ତୁ। ହାଲୁକା ବ୍ୟାୟାମ କିମ୍ବା ଯୋଗ କରନ୍ତୁ।

ଏହା ଶରୀରରେ ରକ୍ତ ସଂଚାଳନର ବୃଦ୍ଧି କରିଥାଏ। ତେଣୁ ରକ୍ତ ଇଂଫେକ୍ସନରୁ ମୁକ୍ତି ମିଳିଥାଏ। ଯଦି ଆପଣ ଧୂମ୍ରପାନ କରୁଛନ୍ତି ତେବେ ଏହାକୁ ଶୀଘ୍ର ବନ୍ଦ କରନ୍ତୁ। କାରଣ ଏହା ଆପଣଙ୍କ ଶିଶୁଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ସହିତ ଧୂମ୍ରପାନ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *