Excuse Me Odisha

ଯାହା କହିବୁ ସତ କହିବୁ

ଗର୍ଭବତୀ ହେବାରେ ସମସ୍ୟା ସୃଷ୍ଟି ହେଇଥିଲେ ଆପଣାନ୍ତୁ ଏହି ଉପାୟ, ନିଶ୍ଚିତ ଭାବରେ ପାଇବେ ସୁଫଳ।

ସେୟାର୍ କରନ୍ତୁ

ଆଜିକାଲି ଅନେକ ମହିଳା ମାନଙ୍କର ଗର୍ଭ ନରହିବା ସମସ୍ୟା ଦେଖା ଯାଉଛି। ବାରମ୍ବାର ଚେଷ୍ଟା କଲେ ମଧ୍ୟ ଗର୍ଭ ରହିବାରେ ଅସୁବିଧା ହେଉଛି। ଆଉ କିଛି ମହିଳା ମାନଙ୍କର ଗର୍ଭ ରହିଲେ ମଧ୍ୟ କିଛି ଦିନ ପରେ ଗର୍ଭ ନଷ୍ଟ ହୋଇଯାଉଛି। ଯଦି ଆପଣ ମାନଙ୍କର ମଧ୍ୟ ଏଭଳି ସମସ୍ୟା ଦେଖା ଯାଉଛି, ତାହେଲେ ଆଜି ଆମେ ଆପଣ ମାନଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ନିଶ୍ଚିତ ଭାବରେ ଗର୍ଭବତୀ ହୋଇ ପାରିବେ। ଆସନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଥାଇରଏଡ଼ ସମସ୍ୟା – ଯଦି କୌଣସି ଗର୍ଭବତୀ ମହିଳାଙ୍କର ଥାଇରଏଡ଼ ଗ୍ରନ୍ଥି ସଠିକ ଭାବରେ କାମ କରୁ ନଥାଏ, ତାହେଲେ ନିଶ୍ଚିତ ଭାବରେ ଗର୍ଭଧାରଣ ସମୟରେ ଏହାର ପ୍ରଭାବ ପଡିଥାଏ। ଏଭଳି ପରିସ୍ଥିତିରେ ମହିଳାଙ୍କୁ ଥାଇରଏଡ଼ ପରୀକ୍ଷା କରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

୨/ ମଧୁମେହ ରୋଗର ପରୀକ୍ଷା କରନ୍ତୁ – ଯଦି କୌଣସି ମହିଳାଙ୍କର ମଧୁମେହ ରୋଗ ଭଳି ସମସ୍ୟା ରହିଥାଏ, ତାହେଲେ ମଧ୍ୟ ଗର୍ଭ ରହି ନଥାଏ। ତେଣୁ ଯଦି ଗର୍ଭ ରହୁ ନାହିଁ, ତାହେଲେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ମଧୁମେହ ରୋଗର ପରୀକ୍ଷା କରି ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଉଚିତ।

୩/ ଓଭାରୀ ଜନିତ ରୋଗ – ଓଭାରୀ ଜନିତ ସମସ୍ୟା ମଧ୍ୟ ଗର୍ଭ ନ ରହିବାର ମୁଖ୍ୟ କାରଣ ଅଟେ। ଓଭାରୀ ଜନିତ ରୋଗ ଯେପରି ପଲିସିଷ୍ଟିକ ଓଭାରୀ, ଏହାକୁ ପିସିଓଏସ ମଧ୍ୟ କୁହାଯାଏ।

୪/ ପୁରୁଷଙ୍କ ସିମେନ ଟେଷ୍ଟ କରନ୍ତୁ – କୌଣସି ମହିଳା ଗର୍ଭବତୀ ନହେବା ପୁରୁଷଙ୍କ ସିମେନ ସ୍ପର୍ମର ଅଭାବ ଯୋଗୁଁ ମଧ୍ୟ ହୋଇଥାଏ। ତେଣୁ ଗର୍ଭ ରହୁ ନଥିଲେ, ପୁରୁଷଙ୍କୁ ନିଜର ସ୍ପର୍ମ ଟେଷ୍ଟ କରିନେବା ଉଚିତ। ବେଳେବେଳେ କିଛି ପରିବେଶ ଆମ ଶରୀର ଅସୁସ୍ଥ ହେବାର କାରଣ ହୋଇଥାଏ। ଅଧିକ ତାପମାତ୍ରା ଥିବା ସ୍ଥାନରେ କାର୍ଯ୍ୟ କଲେ, ଏଭଳି ସମସ୍ୟା ଦେଖା ଦେଇଥାଏ।

୫/ ଶରୀରର ଓଜନ – କୌଣସି ମହିଳାଙ୍କର ଗର୍ଭ ନ ରହିବା ଉଭୟ ପତି ଓ ପତ୍ନୀଙ୍କ ଓଜନ ଉପରେ ମଧ୍ୟ ନିର୍ଭର କରିଥାଏ। ଶରୀରରେ ଅଦରକାରୀ ଚର୍ବି ରହିଲେ, ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଗର୍ଭଧାରଣ କରିବାକୁ ଚାହୁଁଥିଲେ, ପ୍ରଥମେ ନିଜ ଶରୀରର ଓଜନକୁ ନିୟନ୍ତ୍ରଣ କରନ୍ତୁ।

୬/ ସଠିକ ସମୟରେ ସହବାସ କରନ୍ତୁ – ପ୍ରତ୍ୟେକ ମାସରେ ଏପରି କିଛି ଦିନ ଗୁଡ଼ିକ ରହିଥାଏ, ଯେଉଁ ଦିନ ସହବାସ କରିବା ଦ୍ଵାରା ଗର୍ଭ ରହିବାର ସମ୍ଭାବନା ରହିଥାଏ। ପ୍ରତ୍ୟେକ ମାସର ଋତୁସ୍ରାବ ହେବାର ୧୧ ଦିନ ଠାରୁ ଲଗାତାର ୫ଦିନ ସହବାସ କଲେ, ଗର୍ଭ ରହିବାର ସମ୍ଭାବନା ଅଧିକ ରହିଥାଏ।

୭/ ନିଶାଦ୍ରବ୍ୟରୁ ଦୂରେଇ ରୁହନ୍ତୁ – ଯଦି କୌଣସି ମହିଳା ବା ତାଙ୍କ ସ୍ଵାମୀ ନିଶା ସେବନ କରୁଥାଆନ୍ତି, ତାହେଲେ ମଧ୍ୟ ଗର୍ଭ ରହିବାରେ ସମସ୍ୟା ଦେଖା ଦେଇଥାଏ। ତେଣୁ ନିଶା ସେବନରୁ ଦୂରେଇ ରୁହନ୍ତୁ।

୮/ ଗର୍ଭନିରୋଧକ ବଟିକା ଅଧିକ ସେବନ କରିବା ଉଚିତ ନୁହେଁ – ଗର୍ଭବତୀ ହେବାକୁ ଚାହୁଁଥିଲେ, ୩ ମାସ ପୂର୍ବରୁ ଗର୍ଭନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ। ନଚେତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *