Excuse Me Odisha

ଯାହା କହିବୁ ସତ କହିବୁ

ଦେବୀ ଲକ୍ଷ୍ମୀଙ୍କର ୧୫ଟି ସୁନ୍ଦର ନାମ। ନିଜ ଝିଅ ପାଇଁ ବାଛନ୍ତୁ କୌଣସି ଗୋଟିଏ ନାମ।

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣ ମାନେ ନିଜ ଝିଅର କୌଣସି ପୌରାଣିକ ବା ଆଧୁନିକ ହିସାବରେ ନାମକରଣ କରିବାକୁ ଚାହୁଁଛନ୍ତି, ତାହେଲେ ଦେବୀ ଲକ୍ଷ୍ମୀଙ୍କର ଅନେକ ନାମ ଗୁଡ଼ିକ ମଧ୍ୟରୁ ଆପଣ ବାଛି ପାରିବେ। ଏହି ଆମେ ଆପଣ ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କର ୧୫ଟି ନାମ ବିଷୟରେ କହିବାକୁ ଯାଉଛୁ। ଏଥିରୁ ଆପଣ କୌଣସି ନାମ ପସନ୍ଦ କରି ପାରିବେ।

ଆପଣମାନେ ନିଜ ଝିଅର ନାମ ଦେବୀ ଲକ୍ଷ୍ମୀଙ୍କର ଅନେକ ନାମରୁ ରଖି ପାରିବେ। ଦେବୀ ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ଯଦି ଆପଣ ନିଜ ଝିଅର ନାମ ଦେବୀ ଲକ୍ଷ୍ମୀଙ୍କ ନାମରେ ଦିଅନ୍ତୁ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନ ହେବ। କୁହାଯାଇଥାଏ ନାମର ପ୍ରଭାବ ଆମ ଜୀବନ ଓ ଚାଲିଚଳନ ଉପରେ ପଡ଼ିଥାଏ। ଆସନ୍ତୁ ସେହି ନାମ ଗୁଡ଼ିକ ବିଷୟରେ ଆଲୋଚନା କରିବା।

୧/ ଅଦିତ୍ରି – ଦେବୀ ଲକ୍ଷ୍ମୀଙ୍କୁ ଅଦିତ୍ରି ନାମରେ ଜଣା ଯାଇଥାଏ। ଅଦିତ୍ରି ନାମର ଅର୍ଥ ହେଉଛି ସର୍ବୋଚ୍ଚ ସମ୍ମାନ। ଆପଣ ନିଜ ଝିଅର ଏହି ନାମକରଣ କରି ପାରିବେ।

୨/ ଦେବାଶ୍ରୀ – ଦେବୀ ଲକ୍ଷ୍ମୀଙ୍କୁ ଦେବାଶ୍ରୀ ମଧ୍ୟ କୁହାଯାଏ। ଯଦି ଆପଣଙ୍କ ଝିଅର ନାମ ‘ ଦ ‘ ରୁ ଆରମ୍ଭ, ତାହେଲେ ଆପଣ ଦେବାଶ୍ରୀ ନାମ ଦେଇ ପାରିବେ

୩/ କୃତି – ଆପଣଙ୍କୁ ନିଜ ଝିଅର ନାମ କୃତି ରଖିବା ଉଚିତ। କୃତି ନାମର ଅର୍ଥ ହେଉଛି କାର୍ଯ୍ୟ ବା କଳା।

୪/ କଲ୍ୟାଣୀ – ଏହା ପୌରାଣିକ ଓ ଆଧୁନିକ ନାମ ଅଟେ। କଲ୍ୟାଣୀ ନାମର ଅର୍ଥ ହେଉଛି ଶୁଭ।ଆପଣ ନିଜ ଝିଅର ଏହି ସୁନ୍ଦର ନାମରେ ନାମକରଣ କରି ପାରିବେ।

୫/ ବସୁଧା – ଏହି ନାମଟି ଦେବୀ ଲକ୍ଷ୍ମୀଙ୍କର ନାମ ଅଟେ। ବସୁଧା ପୃଥିବୀକୁ କୁହାଯାଏ। ପୃଥିବୀ ମଧ୍ୟ ଆମର ମାଆ ଅଟେ।

୬/ ଉର୍ବୀ – ପୃଥିବୀକୁ ଉର୍ବୀ କୁହାଯାଏ। ଆପଣ ନିଜ ଝିଅର ନାମ ଉର୍ବୀ ରଖି ପାରିବେ।

୭/ ତ୍ରିଶିଖା – ଦେବୀ ଲକ୍ଷ୍ମୀଙ୍କର ଅନ୍ୟ ନାମ ହେଉଛି ତ୍ରିଶିଖା।ଏହାର ଅର୍ଥ ହେଉଛି ତିନି ଶିଖା ବା ତ୍ରିଶୂଳ।

୮/ ସୂଦିକ୍ଷା – ଯଦି ଆପଣଙ୍କ ଝିଅର ନାମର ପ୍ରଥମ ଅକ୍ଷର ‘ ସ ‘ ଅଟେ, ତାହେଲେ ସୂଦିକ୍ଷା ନାମ ରଖନ୍ତୁ। ଏହାଦ୍ଵାରା ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବେ।

୯/ ଶ୍ରେୟା – ଶ୍ରେୟାର ଅର୍ଥ ହେଉଛି ସୁନ୍ଦର, ଶୁଭ, ଭବିଷ୍ୟତ ଓ ଭାଗ୍ୟବାନ। ଏହି ନାମ ସ୍ଵୟଂ ଦେବୀ ଲକ୍ଷ୍ମୀଙ୍କର ଅଟେ। ଆପଣ ନିଜ ଝିଅର ନାମ ଏହି ନାମ ଅନୁସାରେ ନାମିତ କଲେ, ଭାଗ୍ୟବାନ ହେବେ।

୧୦/ କଳିକା – ଆପଣ ନିଜ ଝିଅର ନାମ କଳିକା ରଖି ପାରନ୍ତି। ଏହାର ଅର୍ଥ ହେଉଛି ଅନ୍ଧାର, ସୁଗନ୍ଧିତ।

୧୧/ ଶିରସା – ଆପଣ ନିଜ ପାଇଁ ଶିରସା ନାମ ବାଛି ପାରିବେ। ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ଶିରସା ନାମରେ ଜଣା ଯାଇଥାଏ।

୧୨/ ନନ୍ଦିକା – ଆପଣ ନିଜ ଝିଅର ନାମ ନନ୍ଦିକା ବାଛି ପାରିବେ। ନନ୍ଦିକାର ଅର୍ଥ ହେଉଛି ସୁଖୀ ଓ ପ୍ରସନ୍ନତା। ଦେବୀ ଲକ୍ଷ୍ମୀଙ୍କୁ ନନ୍ଦିକା କୁହାଯାଏ।

୧୩/ ବାଗ୍ମୀ – ଏହି ନାମ ଆପଣଙ୍କୁ ପସନ୍ଦ ଆସିବ। ବାଗ୍ମୀ ନାମର ଅର୍ଥ ହେଉଛି ଦେବୀ ଓ ଦୁନିଆକୁ ନିୟନ୍ତ୍ରଣ କରୁଥିବା ଦେବୀ।

୧୪/ ବାସ୍ୱୀ – ଆପଣ ନିଜ ଝିଅର ନାମ ବାସ୍ଵୀ ରଖି ପାରିବେ। ବାସ୍ଵୀ ନାମର ଅର୍ଥ ହେଉଛି ଦିବ୍ୟ ରାତ୍ରି। ଦେବୀ ଲକ୍ଷ୍ମୀଙ୍କୁ ବାସ୍ଵୀ ମଧ୍ୟ କୁହାଯାଏ।

୧୫/ କମାକ୍ଷୀ – ଦେବୀ ଲକ୍ଷ୍ମୀଙ୍କର ଆଉ ଏକ ସ୍ୱରୂପ ହେଉଛି କମାକ୍ଷୀ।ଏହାର ଅର୍ଥ ହେଉଛି ସୁନ୍ଦର ଓ ପ୍ରେମମୟୀ। କମାକ୍ଷୀ ଦେବୀ ପାର୍ବତୀଙ୍କୁ ମଧ୍ୟ କୁହାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *