Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତିରେ ମରିଗଲେ ବି କରନ୍ତୁ ନାହିଁ ଏହି କାମ ! ମିଳିଥାଏ ଗରିବିର ଅଭିଶାପ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମକର ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ଟି କାମ।

ବନ୍ଧୁଗଣ ମକର ସଂକ୍ରାନ୍ତି ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପୌଷ ମାସରେ ପାଳନ କରାଯାଉଥିବା ଏକ ପ୍ରମୁଖ ଭାରତୀୟ ପର୍ବ। ଏହା ଏକ ମାତ୍ର ଏପରି ଭାରତୀୟ ପର୍ବ ଯାହା ପ୍ରତିବର୍ଷ ଗୋଟିଏ ତିଥି ୧୪ ଜାନୁଆରୀକୁ ପାଳନ କରାଯାଏ। ବହୁତ କମ ଥର ଏହି ପର୍ବ କେବେ ୧୩ ଜାନୁଆରୀ ତ କେବେ ୧୫ ଜାନୁଆରୀକୁ ପଡୁଥାଏ। ଜ୍ୟୋତିଷ ଗଣନା ଦୃଷ୍ଟିରେ ବି ଏହା ଏକ ମହତ୍ୱପୂର୍ଣ୍ଣ ପର୍ବ ଅଟେ। ଆଜିର ଦିନରେ ସୁର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି।

ପ୍ରାଚୀନ ମାନ୍ୟତା ଅନୁସାରେ ସଂକ୍ରାନ୍ତିକୁ ଏକ ଦେବୀଙ୍କର ରୂପ ମାନଯାଏ ଯାହାକି ପ୍ରତିବର୍ଷ ଅଲଗା ଅଲଗା ବାହନ ଉପରେ ବସିକି ଆସିଥାନ୍ତି। ସମ୍ପୂର୍ଣ୍ଣ ଭାରତରେ ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଆଉ ଏହାକୁ ଭିନ୍ନ ଭିନ୍ନ ନାମରେ ମଧ୍ୟ କୁହାଯାଏ। କେତେ ଜାଗାରେ ଗୁଡି ଉଡାଯାଏ ତ ଆଉ କେତେ ଜାଗାରେ ଏହାକୁ ରାଶି ଗୁଡ଼ରେ ତିଆରି ଲଡୁ ଖାଇକି ପାଳନ କରାଯାଏ। ଲୌହଡି ପଙ୍ଗଲ ପିହୁ ମକର ଚୌଲା ପୌଷ ସଂକ୍ରାନ୍ତି ସୁଗି ଆଦି ସଂକ୍ରାନ୍ତିର ହିଁ ଅନ୍ୟ ନାମ ଅଟେ। ସଂକ୍ରାନ୍ତି ସହିତ ଜଡ଼ିତ ଏକ ପ୍ରାଚୀନ କଥା ଅନୁସାରେ ଶଙ୍କରାସୁର ନାମକ ଏକ ରାକ୍ଷସର ବୋଧ ପାଇଁ ପ୍ରମେଶ୍ୱରୀ ଦେବୀ ସଂକ୍ରାନ୍ତିଙ୍କର ଅବତାର ନେଇଥିଲେ। ଶଙ୍କରାସୁର ଲୋକମାନଙ୍କୁ ବହୁତ ହଇରାଣ କରିକି ରଖିଥିଲା।

ଦେବୀ ସଂକ୍ରାନ୍ତିଙ୍କ ଦ୍ଵାରା ଶଙ୍କରାସୁର ରାକ୍ଷସର ବୋଧ ହେବା ପରେ ମନୁଷ୍ୟ ମାନେ ପୁଣି ସୁଖ ଶାନ୍ତିରେ ରହିବାକୁ ଲାଗିଲେ। ପ୍ରତ୍ୟକ ଭାରତୀୟଙ୍କ ସହିତ ଜଡ଼ିତ ପ୍ରାଚୀନ ମାନ୍ୟତା ଏବଂ କଥା ରହିଛି ଯାହା ଆମେ ପ୍ରାଚୀନ କାଳରୁ ଶୁଣି ଆସୁଛୁ। ପ୍ରତ୍ୟକ ପର୍ବ ସହିତ ଜଡ଼ିତ କିଛି ଏପରି କଥା ଅଛି ଯାହା ଆମେ ଜାଣିବା ଉଚିତ ଏବଂ କିଛି କଥା ଏପରି ମଧ୍ୟ ଅଛି ଯାହା ଆମେ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ। କାରଣ ଏମତି କଲେ ପର୍ବର ସକାରାତ୍ମକ ନଷ୍ଟ ହୋଇଯାଏ ଆଉ ମନୁଷ୍ୟଙ୍କୁ ତାହାର ବିପରୀତ ଫଳ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏପରି କଣ ସେହିସବୁ କାମ ଯାହାକୁ ମକର ସଂକ୍ରାନ୍ତି ଦିନ କୌଣସି ବି ମନୁଷ୍ୟକୁ କରିବା ଉଚିତ ନୁହେଁ।

ପ୍ରଥମ କଥା। ଏପରି ମାନାଯାଏ କି ସୂର୍ଯ୍ୟଦେବ ନିଜର ପୁତ୍ର ଶନିଦେବଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲେ ତଥା ଏହି ପର୍ବ ସମ୍ବଦ୍ଧ ସୁର୍ଯ୍ୟ ଏବଂ ଶନିଙ୍କୁ ମାନାଯାଏ। ଏଥିପାଇଁ ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଏବଂ ଶନିଙ୍କର ଦୋଷା ଖରାପ ତ ଆପଣଙ୍କୁ ସଂକ୍ରାନ୍ତି ଦିନ ବିଶେଷ ସାବଧାନତା ପାଳନ କରିବା ଉଚିତ। ଏହା ସହିତ ଆପଣ ପ୍ରାତଃ କାଳରୁ ସୂର୍ଯ୍ୟଙ୍କୁ ଜଳ ଚଢାଇ ସନ୍ଧ୍ୟାକୁ ଶନି ମନ୍ଦିର ଯାଇ ଶନିଦେବଙ୍କୁ ତେଲ ଅବଶ୍ୟ ଚଢାନ୍ତୁ।

ଦ୍ୱିତୀୟ କଥା। ସଂକ୍ରାନ୍ତି ଦିନ ଦାନ ଧର୍ମର ବିଶେଷ ମହତ୍ୱ ରହିଛି। ଏହି ଦିନ ଅନ୍ନ ତେଲ ଗୁଡ଼ ଚାଉଳ କିମ୍ବା ଅନ୍ୟ ଉପଯୋଗୀ ବସ୍ତୁର ଦାନ ଅବଶ୍ୟ କରନ୍ତୁ। କୌଣସି ଅସହାୟଙ୍କୁ କିମ୍ବା ସାଧୁ ସନ୍ଥଙ୍କୁ ଆପଣଙ୍କ ଦ୍ୱାରରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ। ଏହ ପ୍ରକାର ସଂକ୍ରାନ୍ତି ଦିନ ବିଶେଷ ରୂପେ କୌଣସି ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଅବଶ୍ୟ ଦିଅନ୍ତୁ। ସେମାନଙ୍କର ଅପମାନ ଭୁଲରେ ମଧ୍ୟ କରନ୍ତୁ ନାହିଁ।

ତୃତୀୟ କଥା। ସଂକ୍ରାନ୍ତି ଦିନ ସ୍ନାନର ବିଶେଷ ମହତ୍ୱ ରହିଛି। ଯଦି ଆପଣଙ୍କ ପାଇଁ ସମ୍ଭବ ତ କୌଣସି ପବିତ୍ର ନଦୀରେ ଜଳରେ ସ୍ନାନ କରନ୍ତୁ। ଯଦି ସମ୍ଭବ ନୁହେଁ ତ ସ୍ନାନ ପାଣିରେ ଅଳ୍ପ ଗଙ୍ଗା ଜଳ ମିଶେଇ ସ୍ନାନ ଅବଶ୍ୟ କରନ୍ତୁ କାରଣ ଏହିଦିନ ଗଙ୍ଗା ସ୍ନାନ କରିବାର ବିଶେଷ ମହତ୍ୱ ରହିଛି। ଏପରି କଲେ ବ୍ୟକ୍ତି ସବୁ ପ୍ରକାରର ରୋଗରୁ ମୁକ୍ତି ପାଇଥାଏ ଏବଂ ତାହାର ମନକାମନା ପୂରଣ ହୋଇଯାଏ। ଏହା ସହିତ ଧ୍ୟାନ ରଖନ୍ତୁ ବିନା ସ୍ନାନରେ କୌଣସି ପ୍ରକାରର ଅନ୍ନ ଖାଆନ୍ତୁ ନାହିଁ।

ଚତୁର୍ଥ କଥା। ମକର ସଂକ୍ରାନ୍ତି ଦିନ ସ୍ତ୍ରୀଙ୍କୁ ନିଜର ଚୁଟି ଧୋଇବା ଉଚିତ ନୁହେଁ।

ପଞ୍ଚମ କଥା। ଏହି ମକର ସଂକ୍ରାନ୍ତି ଦିନ ଚୁଟି ଏବଂ ନଖ କାଟିବା ଉଚିତ ନୁହେଁ।

ଷଷ୍ଠ କଥା। ମକର ସଂକ୍ରାନ୍ତି ଦିନ କୌଣସି ପ୍ରକାରର ତାମସିକ ପଦାର୍ଥର ଭୋଜନ କଦାପି କରନ୍ତୁ ନାହିଁ। ମାନେ ମାଂସ ମଦ ଏବଂ ଅନ୍ୟ ନିଶା ମଦ୍ରବ୍ୟର ସେବନ କରନ୍ତୁ ନାହିଁ। ଆମର ସଂସ୍କୃତିରେ ପର୍ବ ଦିନ ସ୍ୱାତିକ ଆହାର କରାଯାଏ ସେଥିପାଇଁ ନିଶାଦ୍ରବ୍ୟକୁ ବ୍ୟବହାର କରନ୍ତୁ ନାହିଁ।

ସପ୍ତମ କଥା। ଅନ୍ନର ଅପମାନ କିମ୍ବା ନଷ୍ଟ କରନ୍ତୁ ନାହିଁ। ଏହାକୁ କୌଣସି ବି ଦିନ କରିବା ଉଚିତ ନୁହେଁ କିନ୍ତୁ ସଂକ୍ରାନ୍ତି ଦିନ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ। ଆପଣ ଯେତିକି ଭୋଜନ ଥାଳିଲେ ନେଉଛନ୍ତି ସେତିକି ସମାପ୍ତ କରନ୍ତୁ। ଭୋଜନକୁ ଭୁଲରେ ବି ବ୍ୟର୍ଥ କରନ୍ତୁ ନାହିଁ। ନଚେତ ଏହାର ପ୍ରଭାବ ଆପଣଙ୍କ ଗ୍ରହ ଉପରେ ପଡିଥାଏ ଏବଂ ଆପଣଙ୍କ ଜୀବନରେ ନିରାଶା ଏବଂ ଦରିଦ୍ରତା ଆସିପାରେ।

ଅଷ୍ଟମ କଥା। ସଂକ୍ରାନ୍ତି ଦିନ ଆପଣଙ୍କର ଆଚରଣ ଏବଂ ବାଣୀ ଉପରେ ନିୟନ୍ତ୍ରଣ ଏବଂ ସଂଯମ ରଖିବା ବହୁତ ଜରୁରୀ। କୌଣସି ବି ଅପଶବ୍ଦ କୁହନ୍ତୁ ନାହିଁ। କୌଣସି ବି ଲଢେଇ ଝଗଡ଼ାରେ ପଡ଼ନ୍ତୁ ନାହିଁ। ନିଜର ଘରେ ସୁଖ ଶାନ୍ତି ବଜାୟ ରଖନ୍ତୁ। ତେବେ ଯାଇ ମକର ସଂକ୍ରାନ୍ତିର ଫଳ ଆପଣଙ୍କୁ ମିଳିବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଶ୍ଚୟ ପ୍ରବେଶ କରିବେ।

ନବମ କଥା। ମକର ସଂକ୍ରାନ୍ତି ଦିନ ସମ୍ବଦ୍ଧ ସୁର୍ଯ୍ୟଦେବତାଙ୍କ ସହିତ ସେଥିପାଇଁ ଏହି ଦିନ ସୂର୍ଯ୍ୟଦେବଙ୍କର ଅସ୍ତ ପରେ ଭୋଜନ କରନ୍ତୁ ନାହିଁ। ସୁର୍ଯ୍ୟଦୟ ପରେ ଭୋଜନ କରିବା ଠିକ। କିନ୍ତୁ ସୂର୍ଯ୍ୟଙ୍କୁ ଜଳ ଚଢ଼େଇବା ପରେ ଭୋଜନ କରିବା ଭଲ ହୋଇଥାଏ। ଏହା ଦ୍ବାରା ଭଗବାନ ସୂର୍ଯ୍ୟଦେବଙ୍କର କୃପା ପ୍ରାପ୍ତ ହୋଇଥାଏ।

ଦଶମ କଥା। ମକର ସଂକ୍ରାନ୍ତି ଦିନ ଗଛ ପତ୍ର ଘାସ ଫୁଲ ଫଳ ଇତ୍ୟାଦିକୁ ଭାଙ୍ଗନ୍ତୁ ନାହିଁ। କୃଷକଙ୍କ ମଧ୍ୟ ଏହି ଦିନ ନିଜ କ୍ଷେତରେ କାଟେ ନାହିଁ। ଏହିପରି ମକର ସଂକ୍ରାନ୍ତି ଦିନ ଗାଈ କିମ୍ବା ମଇଁଷିର କ୍ଷୀର ଦୁହିଁବା ଉଚିତ ନୁହେଁ।

ମକର ସଂକ୍ରାନ୍ତି ଦିନ ସ୍ତ୍ରୀ ଏବଂ ପୁରୁଷଙ୍କୁ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *