Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ସମୟରୁ ବଞ୍ଚିବା ପାଇଁ ଚମତ୍କାରୀ ଉପାୟ,ଯଦି କରିନାହାନ୍ତି ଆଜି ହିଁ କରନ୍ତୁ ଏବଂ ସାଙ୍ଗେ ସାଙ୍ଗେ ଫଳ ପାଆନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖରାପ ସମୟରୁ ବଞ୍ଚିବା ପାଇଁ ଚମତ୍କାରୀ ଉପାୟ। ଯଦି କରିନାହାନ୍ତି ତେବେ ଆଜି ହିଁ କରନ୍ତୁ ଏହି ଉପାୟ ଏବଂ ୨୪ ଘଣ୍ଟାରେ ଫଳ ପାଆନ୍ତୁ।

ଯଦି ଆପଣଙ୍କ ଉପରେ ଗ୍ରହ ନକ୍ଷତ୍ରର ଖରାପ ଦୋଷା ଚାଲୁଛି କି ଆପଣ ସଂକଟରେ ଘେରି ହୋଇ ଅଛନ୍ତି। ଏମିତି ବି ହୋଇପାରେ କିଛି ମାସ ହେଲା ଆପଣ କିଛି ମାସ ହେଲା ସମସ୍ୟାରେ ଘେରି ହୋଇ ରହିଛନ୍ତି ଗୋଟେ ପରେ ଗୋଟେ ସମସ୍ୟା ମାଡି ଆସୁଛି ଧନ ସମ୍ପତ୍ତି ବି ସବୁ ସଂକଟରେ ଅଛି ତେବେ ଆମେ ଆପଣଙ୍କୁ କିଛି ଉପାୟ ବା ତୁଟକା କହିବୁ।

ଏହା କୌଣସି ତାନ୍ତ୍ରିକ ଉପାୟ ନୁହେଁ। ଏହା ଲାଲ କିତାବର ସ୍ୱାତିକ ତୁଟକା ଉପାୟ ଅଟେ। ବହୁତ ଲୋକ ଏହାକୁ ଆସ୍ତା ଏବଂ ଅଦ୍ଧବିଶ୍ଵସ ବୋଲି ବି ଭାବିଥାନ୍ତି କିନ୍ତୁ ଏହି ଉପାୟ କରିବା ଦ୍ୱାରା କୌଣସି ପ୍ରକାରର ଖରାପ ହୁଏନାହିଁ।

ହନୁମାନ ଚାଳିସା ପଢିବା। ସବୁଠାରୁ ପ୍ରଥମେ ଆପଣ ହନୁମାନ ଚାଳିସା ନିୟମରେ ପଢିବା ଆରମ୍ଭ କରନ୍ତୁ। ପ୍ରତିଦିନ ସନ୍ଧ୍ୟା ବନ୍ଦନା ପରେ ହନୁମାନ ଚାଳିସା ପଢିବା ଉଚିତ। ସନ୍ଧ୍ୟା ବନ୍ଦନା ଘରେ କିମ୍ବା କୌଣସି ମନ୍ଦିରରେ ସକାଳେ ସନ୍ଧ୍ୟାରେ ହୋଇଥାଏ। ପବିତ୍ର ଭବନ ଏବଂ ଶାନ୍ତି ପୂର୍ବକ ହନୁମାନ ଚାଳିସା ପଢିଲେ ହନୁମାନଙ୍କ କୃପା ମିଳିଥାଏ। ଯାହା ଆମକୁ ସବୁ ପ୍ରକାରର ଜାଣତ ଏବଂ ଅଜାଣତ ବିପତିରୁ ବଞ୍ଚାଇ ଥାଏ। ହନୁମାନ ଚାଳିସା ପଢିବା ପରେ ହନୁମାନଙ୍କୁ କର୍ପୁର ଆଳତୀ କରନ୍ତୁ। ୫ ଥର ହନୁମାନଙ୍କୁ ଚଲା ଚଢାନ୍ତୁ। ତେବେ ତୁରନ୍ତ ସଂକଟରୁ ମୁକ୍ତି ମିଳିଯିବ।

ପ୍ରତି ମଙ୍ଗଳବାର କିମ୍ବା ଶନିବାର ଦିନ ବର ପତ୍ର ଉପରେ ଅଟାର ଦୀପ ଜଳେଇକି ହନୁମାନ ମନ୍ଦିରରେ ରଖିଦିଅନ୍ତୁ। ଏହା ଅତି କମରେ ୧୧ ଟି ମଙ୍ଗଳବାର କିମ୍ବା ଶନିବାର କରନ୍ତୁ। ଦେଖିବେ ଏହା ଦ୍ବାରା ଆପଣ ବହୁତ ଲାଭ ପାଇବେ।

ନଡ଼ିଆ ଦ୍ୱାରା ନଜର ଉତାରିବା। ପାଣି ବାଲା ଏକ ନଡ଼ିଆ ନେବେ ଏବଂ ତାକୁ ନିଜ ଉପରେ ୨୧ ଥର ବୁଲେଇବେ। ବୁଲେଇବା ପରେ ଏହାକୁ କୌଣସି ଦେବ ସ୍ଥାନରେ ଅଗ୍ନିରେ ଜଳେଇ ଦେବେ। ଏହା ପରିବାରରେ ଯେଉଁ ବି ସଦସ୍ୟଙ୍କ ଉପରେ ସଙ୍କଟ ଅଛି ତା ଉପରେ ବୁଲେଇବେ ଏହି ଉପାୟ କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ୫ ଶନିବାର ଏମତି କଲେ ଆସୁଥିବା କଷ୍ଟରୁ ମୁକ୍ତି ମିଳିବ।

ଯଦି ପରିବାରରେ କୌଣସି ସଦସ୍ୟଙ୍କ ଶରୀର ଖରାପ ତେବେ ଏହି ଉପାୟ ଉତ୍ତମ ଅଟେ। ଗାଈ କୁକୁର ପିମ୍ପୁଡି ପକ୍ଷୀକୁ ଖାଇବାକୁ ଦିଅନ୍ତୁ। ବୃକ୍ଷ ପିମ୍ପୁଡି ଗାଈ କୁକୁର କାଉ ଅକ୍ଷ ଆଦି ପ୍ରାଣୀଙ୍କୁ ଅନ୍ନ ଜଳ ବ୍ୟବସ୍ଥା କଲେ ଏମାନଙ୍କର ସବୁ ପ୍ରକାରର ଆଶୀର୍ବାଦ ମିଳିଥାଏ। ଏହାକୁ ବେଦରେ ପାଞ୍ଚ ଯଜ୍ଞ ମଧ୍ୟରୁ ଏକ ବେସୁଦେବ ଯଜ୍ଞ କର୍ମ କୁହାଯାଇଛି। ଏହାକୁ ସବୁଠୁ ବଡ଼ ପୁଣ୍ୟ ମନାଯାଇଛି।

ମାଛକୁ ଖାଇବାକୁ ଦିଅନ୍ତୁ। କାଗଜରେ ଛୋଟ ଅକ୍ଷରରେ ରାମଙ୍କ ନାମ ଲେଖନ୍ତୁ। ଅଧିକରୁ ଅଧିକ ଏହି ନାମ ଲେଖିକରି ସବୁକୁ ଅଲଗା ଅଲଗା କାଟିଦିଅନ୍ତୁ। ଏବେ ଅଟାରେ ଛୋଟ ଛୋଟ ଗଲି ବନେଇକି ଗୋଟେ ଗୋଟେ କାଗଜରେ ଗୁଡେଇ ଦିଅନ୍ତୁ ଏବଂ ନଦୀ ବା ପୋଖରୀ ଯାଇକରି ମାଛ କଇଁଛକୁ ଖାଇବାକୁ ଦିଅନ୍ତୁ। ଏମିତି କଲେ ସବୁ ସଙ୍କଟ ଆପଣଙ୍କର ଦୂର ହୋଇ ଖୁସି ମିଳିବ।

ପ୍ରତିଦିନ କାଉ ବା ପକ୍ଷୀ ମାନଙ୍କୁ ଖାଇବାକୁ ଦେଲେ ପିତୃପୁରୁଷ ତୃପ୍ତ ହୁଅନ୍ତି।

ପ୍ରତିଦିନ ପିମ୍ପୁଡିକୁ ଖାଇବାକୁ ଦେଲେ କରଜ ଏବଂ ସଂକଟରୁ ମୁକ୍ତି ମିଳିଥାଏ।

ପ୍ରତିଦିନ କୁକୁରକୁ ରୁଟି ଦେଲେ ଆକସ୍ମିକ ସଂକଟରୁ ଦୂରରେ ରହିବେ।

ପ୍ରତିଦିନ ଗାଈକୁ ରୁଟି ଦେଲେ ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ଜଳ ଅର୍ପଣ।

ଏକ ତମ୍ବା ପାତ୍ରରେ ଜଳ ନେଇ ଅଳ୍ପ ଲାଲ ଚନ୍ଦନ ମିଶାନ୍ତୁ ଏହି ପାତ୍ରକୁ ନିଜ ମୁଣ୍ଡ ପାଖରେ ରଖିକି ରାତିରେ ଶୋଇପଡ଼ନ୍ତୁ। ସକାଳୁ ଉଠି କରି ସର୍ବପ୍ରଥମେ ଏହି ଜଳକୁ ତୁଳସୀ ଗଛରେ ଚଢେଇ ଦେବେ। ଏପରି କିଛି ଦିନ କରନ୍ତୁ ଧୀରେ ଧୀରେ ଆପଣଙ୍କର ସମସ୍ୟା ଦୂର ହୋଇଯିବ।

ଶନିବାର ଦିନ ଏକ କଂସା ପାତ୍ରରେ ସୋରିଷ ତେଲ ଏବଂ ଗୋଟେ କଏନ ପକେଇକି ସେଥିରେ ନିଜର ଛାଇ ଦେଖନ୍ତୁ ଏବଂ ଏହି ତେଲକୁ କେହି ମାଗିଥିବା ବ୍ୟକ୍ତି ବା ଶନି ମନ୍ଦିରରେ ପାତ୍ର ସହ ତେଲ ରଖିକି ଆସନ୍ତୁ। ଏହି ଉପାୟ ଅତିକମରେ ୫ ଶନିବାର କରନ୍ତୁ। ଦେଖିବେ ଆପଣଙ୍କର ଶନି ପୀଡା ଶାନ୍ତ ହୋଇ ଶନିଙ୍କ କୃପା ମିଳିବ।

ଗୁଡ଼ ଏବଂ ଘିଅର ଭୋଗ। ହିନ୍ଦୁ ଧର୍ମରେ ଧୂପ ଏବଂ ଦୀପ ଦେବାର ବହୁତ ମହତ୍ୱ ରହିଛି। ସାମାନ୍ୟ ଭାବେ ଧୂପ ୨ ପ୍ରକାରର ଦିଆଯାଇଥାଏ। ପ୍ରଥମେ ଗୁଗୁଳ କର୍ପୁର ଏବଂ ଦ୍ଵିତୀୟରେ ଗୁଡ଼ ଘିଅ ମିଶେଇ। ଏହି ଗୁଡ଼ ଘିଅ ଧୂପ ପ୍ରତି ତ୍ରୟୋଦଶୀ ଚତୁର୍ଦ୍ଦଶୀ ଅମାବାସ୍ୟା ପୁର୍ଣିମାରେ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ମଶାଣିରେ କଏନ ପକେଇବା। ଯଦି କାହାର ଅର୍ଥି ଯିବାର ଥିବ ତେବେ ଫେରିବା ସମୟରେ ମଶାଣିରେ କିଛି କଏନ ପକେଇକି ଆସିବେ। ପଛକୁ ବୁଲି କରି ଦେଖିବେ ନାହିଁ। ଏହି ଉପାୟରେ ଅଚାନକ ଆସୁଥିବା ବାଧା ତୁରନ୍ତ ସମାପ୍ତ ହୋଇଯିବ ଏବଂ ଦୈବୀ କୃପା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *