Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି କାମ,ନହେଲେ ………….

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ହନୁମାନଙ୍କୁ କଳିଯୁଗରେ ଦେବତା ବୋଲି ମାନାଯାଏ। ଏବଂ ପ୍ରତ୍ୟକ ମଙ୍ଗଳବାର ଦିନ ଆମେ ହନୁମାନଙ୍କର ପୂଜାର୍ଚ୍ଚନା କରିଥାଉ। ଏମିତିରେ ସଂକଟମୋଚନ ବଜରଙ୍ଗୀ ବାଲିଙ୍କର ପୂଜା ପ୍ରତ୍ୟକ ଦିନ ବିଧାନ ଆସିଥାଏ। କିନ୍ତୁ କୁହାଯାଏ କି ମଙ୍ଗଳବାର ଦିନ ଯଦି ହନୁମାନଙ୍କ ପୂଜା କରାଯାଏ ତ ବିଶେଷ ଫଳ ପ୍ରାପ୍ତି ହୁଏ। ସେହି ଦିନ ବିଶେଷ ରୂପରେ ଆପଣଙ୍କୁ ଲାଲ ଫୁଲ ଚଢାଇବା ଉଚିତ।

ଲାଲ ସିନ୍ଦୁର ଲଗେଇ ସେଥିରେ ଚୁଲା ମିଶାଇ ଲଗାନ୍ତୁ। ସେଥିରେ ଗୁଡ଼ ଚଣାର ଭୋଗ ଲଗାଇ ହନୁମାନଙ୍କ ଆଳତୀ କରନ୍ତୁ। ଏଥିରେ ଭକ୍ତରଙ୍କର ସବୁ ପ୍ରକାରର ମନକାମନା ପୂର୍ଣ୍ଣ ହୋଇଥାଏ। ମଙ୍ଗଳବାରକୁ ହନୁମାନଙ୍କ ବାର ବୋଲି ମାନାଯାଏ କାରଣ ମଙ୍ଗଳବାର ଦିନ ହନୁମାନଙ୍କ ଜନ୍ମ ହୋଇଥିଲା ଏବଂ ଏହି ଦିନ ଭଗବାନ ହନୁମାନଙ୍କ ପୂଜା କଲେ ସବୁ ପ୍ରକାରର କଷ୍ଟ ଏବଂ କ୍ଳେଶରୁ ଆପଣଙ୍କୁ ମୁକ୍ତି ମିଳିବ।

ମଙ୍ଗଳବାର ଦିନ ସକାଳୁ ଗାଧୋଇ ସାରିବା ପରେ ଆପଣ ଚାହିଁଲେ ବର ଗଛର ପତ୍ରରେ ଏହି ଉପାୟ କରିପାରିବେ। ଗୋଟିଏ ବର ଗଛର ପତ୍ର ନିଅନ୍ତୁ। ଏହାକୁ ସଫା ପାଣିରେ ଧୋଇଦିଅନ୍ତୁ ଏବଂ ଏହି ପତ୍ରକୁ କିଛି ସମୟ ପାଇଁ ଭଗବାନ ହନୁମାନଙ୍କ ସାମ୍ନାରେ ରଖିଦିଅନ୍ତୁ। ପୁଣି ଏହା ଉପରେ କେଶରରେ ଶ୍ରୀରାମ ଲେଖନ୍ତୁ। ଏହି ପତ୍ରକୁ ଆପଣ ଆପଣଙ୍କର ପର୍ସରେ ରଖିଦିଅନ୍ତୁ। ଏହିପରି କଲେ ଆପଣଙ୍କ ପର୍ସରେ ପଇସା ଆସିବାକୁ ଲାଗେ। ଯେବେ ଏହି ପତ୍ର ଶୁଖି ଯାଏ ତ ଏହି ପତ୍ରକୁ ନଦୀରେ ଭସେଇ ଦିଅନ୍ତୁ। ଏହି ପ୍ରକାରରେ ଆପଣ ପୁଣି ଅନ୍ୟ ପତ୍ର ଆଣି ରଖନ୍ତୁ। ମାନାଯାଏକି ଏଥିରେ ମନୁଷ୍ୟର ପକେଟରେ ଟଙ୍କା ରହିଥାଏ।

ଯେଉଁ ବ୍ୟକ୍ତିର ମଙ୍ଗଳ ଭାରିଥାଏ ସେହି ବ୍ୟକ୍ତିକୁ ଲାଲ ରଙ୍ଗର ମସୁର ଯାଇ କୌଣସି ଗରିବ ଭିକାରୀକୁ ଦାନ ଦେବା ଉଚିତ। ଏହା ଦ୍ବାରା ମଙ୍ଗଳ ଦୋଷ ଦୂର ହୋଇଥାଏ। ତା ସହିତ ମଙ୍ଗଳବାର ଦିନ ଆପଣ ହନୁମାନଙ୍କର ସାମ୍ନାରେ ଦୀପ ଜଳାଇ ହନୁମାନ ଚାଳିସା ପାଠ କରନ୍ତି ତ ଆପଣ ମାଲାମାଲ ହୋଇପାରିବେ

କିଛି ଜିନିଷ ମନା କରାଯାଇଛି ଯାହା ମଙ୍ଗଳବାର ଦିନ କରିବା ଅନୁଚିତ। ଏହି ଦିନ ଦେବାଳୟରେ ଭକ୍ତଙ୍କର ଲମ୍ବା ଲାଇନ ଲାଗେ। ବଜରଙ୍ଗୀ ବାଲୀଙ୍କୁ ପ୍ରସନ୍ନ କରିବା ପାଇଁ ସବୁ ଲୋକ ନିଜ ନିଜର ହିସାବରେ ଉପାୟ କରନ୍ତି। କିନ୍ତୁ ମଙ୍ଗଳବାର ଦିନ କିଛି ଏମିତି କାମ ଅଛି ଯାହା ଆପଣଙ୍କୁ କରିବା ଉଚିତ ନୁହେଁ। ଖାସ କରି ମହିଳାଙ୍କୁ ଏହା ଧ୍ୟାନ ରଖିବା ଉଚିତ କି ମଙ୍ଗଳବାର ଦିନ ଆପଣଙ୍କୁ ସୌନ୍ଦର୍ଯ୍ୟ ମାନେ ବ୍ୟୁଟି ସମ୍ବଦ୍ଧିତ ଯାହା ବି ଜିନିଷ ଥାଏ ତାହା ଆପଣଙ୍କୁ ମଙ୍ଗଳବାର ଦିନ କିଣିବା ଉଚିତ ନୁହେଁ। ଏହା ଦ୍ୱାରା ପତି ପତ୍ନୀଙ୍କ ସମ୍ବଦ୍ଧରେ ବିବାଦ ଆସେ।

ମଙ୍ଗଳବାର ଦିନ ଯଦି ମହିଳାମାନେ ଏହି କାମ କରନ୍ତି ତ ପତି ପତ୍ନୀଙ୍କ ଜୀବନରେ ପ୍ରବ୍ଲେମ ଆସିଥାଏ। ଯଦି ଆପଣଙ୍କୁ ଲାଗେ କି ଆପଣ ଏପରି କିଛି କରୁଛନ୍ତି ତ ଏଥିରୁ ବଞ୍ଚନ୍ତୁ। ଯଦି ଆପଣ ସୌନ୍ଦର୍ଯ୍ୟ ସମ୍ବଦ୍ଧିତ ଜିନିଷ କିଣିବାକୁ ଚାହୁଁଛନ୍ତି ତ ସୋମବାର କିମ୍ବା ଶୁକ୍ରବାର ଦିନ କିଣି ପାରିବେ। କାରଣ ଶୁକ୍ରବାରକୁ ବ୍ୟୁଟିର ବାର ମନାଯାଏ। ଆପଣଙ୍କୁ ସବୁବେଳେ ଶୁକ୍ରବାରରେ ଏହି ଜିନିଷ କିଣିବା ଉଚିତ। ଏହି ଦିନ କିଣିଲେ ସୌଭାଗ୍ୟର ବୃଦ୍ଧି ହୋଇଥାଏ। ପତି ପତ୍ନୀଙ୍କ ସିମ୍ପର୍କ ଭଲ ହୁଏ।

କିଛି ଲୋକ ମଙ୍ଗଳବାର ଦିନ କ୍ଷୀରରେ ତିଆରି ଜିନିଷ କିଣିଥାନ୍ତି। ମିଠା ଇତ୍ୟାଦି ବରଫି କିଣିବା ଉଚିତ ନୁହେଁ। ସବୁବେଳେ ଆପଣ ଦେଖିଥିବେ ଭଗବାନ ହନୁମାନଙ୍କୁ ବୁନ୍ଦିର ଲଡୁ ଚଢାଯାଏ। କ୍ଷୀରକୁ ଚନ୍ଦ୍ରମାର କାରକ ବୋଲି ମନାଯାଏ। ଚନ୍ଦ୍ରମା ମଙ୍ଗଳ ଜଣେ ଜଣଙ୍କ ବିରୋଧୀ ବୋଲି ମାନାଯାଏ। ଏଥିପାଇଁ ମଙ୍ଗଳବାର ଦିନ ଧଳା ରଙ୍ଗର କିମ୍ବା କ୍ଷୀରରେ ବନାଯାଇଥିବା ଜିନିଷକୁ ଭୋଗ ଲଗାନ୍ତୁ ନାହିଁ। କେଶରରେ କିମ୍ବା ବୁନ୍ଦିର ଲଡୁ ଭୋଗ ଲଗାନ୍ତୁ।

ଭଲ ଦିନ ଏବଂ ଭଲ ବାରରେ ସମସ୍ତେ କୁହନ୍ତି ଆମିଷର ସେବନ କରିବା ମନୁଷ୍ୟକୁ ବାରଣ କରାଯାଇଥାଏ। ଏହିପରି କଲେ ମାନାଯାଏ କି ଯଦି ଆପଣ ମଦ ମାଂସ ଖାଆନ୍ତି ତେବେ ଆପଣ ଭଗବାନଙ୍କ ଉପରେ ଭରସା କରନ୍ତି ନାହିଁ। ଏହା ଆପଣଙ୍କ ଇଛା କିନ୍ତୁ ଯେଉଁ ଲୋକ ଭଗବାନଙ୍କର ଉପାସନା କରନ୍ତି ସେହି ଲୋକ ଏହି କଥାର ଧ୍ୟାନ ରଖିବା ଉଚିତ କି ନଚେତ ମାନାଯାଏ କି ଖର୍ଚ୍ଚରେ ବୃଦ୍ଧି ହୁଏ। ଘରେ ରୋଗ ଉତ୍ପନ ହୁଏ। ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ଭାରି ହୋଇଥାଏ। ଯଦି ସେହିଦିନ ମଦ ମାଂସ ଆଦି ମନୁଷ୍ୟ ଖାଏ ତେବେ ତାହା ଭିତରେ କ୍ରୋଧ ଆହୁରି ଅଧିକ ବୃଦ୍ଧି ହୋଇଥାଏ। ଏଥିପାଇଁ ମଙ୍ଗଳବାର ଦିନ ଏହିସବୁ ଜିନିଷକୁ ନିଷିଦ୍ଧ କରାଯାଏ।

ମଙ୍ଗଳବାର ଦିନ କଳା ରଙ୍ଗର ଜିନିଷ ଯଦି କିଣନ୍ତି ତ ଆପଣ କିଣି ପାରିବେ କିନ୍ତୁ କଳା ରଙ୍ଗର ବସ୍ତ୍ର ଆପଣ ଧାରଣ କରନ୍ତୁ ନାହିଁ କି କିଣନ୍ତୁ ନାହିଁ। ଲାଲ ରଙ୍ଗର ବସ୍ତ୍ର କିଣିଲେ ବା ପିନ୍ଧିଲେ ମଙ୍ଗଳଦୋଷର ଯଦି ଆପଣଙ୍କ ଜୀବନରେ ପ୍ରବାହ ଥାଏ ତାହେଲେ ତାହା ଆପଣଙ୍କ ଜୀବନରେ କମ ହୁଏ। ଏହି ଦିନ ଆପଣ ଲୁହାର ସାମଗ୍ରୀ ମଧ୍ୟ ଆଣନ୍ତୁ ନାହିଁ। କଇଁଚି ଆଦି ନେଲ କଟର କିଣନ୍ତୁ ନାହିଁ। ଯଦି ଗାଡି କିମ୍ବା କାର କିଣନ୍ତି ତେବେ ଡେଲିଭରି ନିଅନ୍ତୁ ନାହିଁ। ଘରର ଉତ୍ତର-ପୂର୍ବ ଦିଗ ମାନେ ଐଶ୍ଵଣ୍ୟ କୋଣରେ ଆପଣ କେବେବି ଲୁହାର ଜିନିଷ ବା କଢେଇ ରଖନ୍ତୁ ନାହିଁ। ଏହା ଆପଣଙ୍କୁ ଅଶୁଭ ଫଳ ଦେଇଥାଏ।

ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ଭାରି ହୋଇଥାଏ ତ ମହିଳାମାନେ ଏହି ଦିନ ମୁଣ୍ଡ ଧୁଅନ୍ତୁ ନାହିଁ। ଏହା ତାଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ସହିତ ନଖ ମଧ୍ୟ କାଟନ୍ତୁ ନାହିଁ ଏବଂ ପୁରୁଷ ମଧ୍ୟ ନିଜର ନିଶ ଦାଢ଼ି ଏବଂ ଚୁଟି କାଟିବା ଉଚିତ ନୁହେଁ। ଏହା କଲେ ମଙ୍ଗଳ ଦୋଷ ଲାଗିଥାଏ।

ମଙ୍ଗଳବାର ଦିନ କରଜ ନେବା କିମ୍ବା ଦେବା ଉଚିତ ନୁହେଁ। କାରଣ ମଙ୍ଗଳବାର ଦିନକୁ ବହୁତ ଭାରି ଦିନ ମାନାଯାଏ। ପଇସାର ଦେବା ନେବା ଯଦି କରନ୍ତି ତେବେ ଧନ ହାନି ହୁଏ। ଯଦି ଆପଣ କରଜ ଦିଅନ୍ତି କିମ୍ବା କରଜ ଆଣନ୍ତି ତେବେ ତାହାକୁ ଶୁଝିବା କିମ୍ବା ଫେରସ୍ତ ପାଇବା ବହୁତ କଷ୍ଟ ହୋଇଯାଏ।

ଧ୍ୟାନ ରଖନ୍ତୁ ମଙ୍ଗଳବାର ଦିନ ଝୁଣାର ଧୂଆଁ ଦିଅନ୍ତୁ ନାହିଁ। କେବେବି ଆପଣ ଏହା କରନ୍ତୁ ନାହିଁ ନଚେତ ଅଗ୍ନି ଦେବତା ରାଗିଥାନ୍ତି।

ମଙ୍ଗଳବାର ଦିନ ଝାଡୁ କିଣିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ମଙ୍ଗଳବାର ଦିନ ଯଦି ଆପଣ ଭଗବାନ ଗଣେଶଙ୍କର ପୂଜା କରନ୍ତି ତେବେ ଭଗବାନ ଗଣେଶଙ୍କୁ ଯଦି ଲାଲ ଫୁଲ ଚଢାନ୍ତି ତେବେ ତାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ମହିଳାମାନେ ମଙ୍ଗଳବାର ଦିନ ଏହି ଉପାୟ କରନ୍ତୁ। ଯେଉଁମାନେ ଡିପ୍ରେସନକୁ ଯାଉଛନ୍ତି କିମ୍ବା କୌଣସି ଚିନ୍ତାରେ ଅଛନ୍ତି ତେବେ ମନର ଶାନ୍ତି ପାଇଁ ୫ ଟି ଲାଲ ଫୁଲ ନିଅନ୍ତୁ ଘରର ଛାତ ଯଦି ଛାତ ନଥାଏ ତ ଆପଣ ଘରର ପୂର୍ବ ଦିଗରେ ରଖନ୍ତୁ। ଆଉ ତା ପର ମଙ୍ଗଳବାର ଯାଏଁ ତାହାକୁ ଛୁଅନ୍ତୁ ନାହିଁ ତା ପର ମଙ୍ଗଳବାରକୁ ଆପଣ ଫୁଲକୁ ଘରର ମନ୍ଦିରରେ ରଖିଦିଅନ୍ତୁ। ଆପଣଙ୍କ ଜୀବନରେ ସବୁ ଚିନ୍ତା ଦୂର ହୋଇଯିବ। ମନୁଷ୍ୟ ଶାନ୍ତି ଅନୁଭବ କରିବ।

ମଙ୍ଗଳବାର ଦିନ ତମ୍ବା ସୁନା କେଶର କସ୍ତୁରୀ ଗହମ ଲାଲ ଚନ୍ଦନ ଲାଲ ଗୋଲାପ ସିନ୍ଦୁର ଲାଲ ଫୁଲ ମସୁର ଡାଲି ଲାଲ ମରିଚ ଲାଲ ପଥର ଏହିସବୁ ଜିନିଷର ଦାନ କରନ୍ତୁ। କୌଣସି ବି ଦେବୀ ମନ୍ଦିରରେ ଲାଲ ବାନା ଚଢାନ୍ତୁ ଏହାବି ଆପଣ ୫ ମଙ୍ଗଳବାର ଯଦି କରିଦିଅନ୍ତି ତାହେଲେ ଆପଣଙ୍କ କାର୍ଯ୍ୟ ହୋଇଯିବ।

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ନଡ଼ିଆ ନିଶ୍ଚୟ ଚଢାନ୍ତୁ। ଗୁଡ଼ ଚଣାର ଭୋଗ ନିଶ୍ଚୟ ଚଢାନ୍ତୁ। ସୁନ୍ଦରାକାଣ୍ଡର ପାଠ ବି ନିଶ୍ଚୟ କରନ୍ତୁ। ହନୁମାନ ଚାଳିସା ବୋଲନ୍ତୁ। ଆପଣ ରୋଗ ଗ୍ରସ୍ତ ଥିଲେ ତ ହନୁମାନ ବାହୁର ପାଠ କରନ୍ତୁ। ବଜରଙ୍ଗବାଣର ପାଠ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *