Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହି ୫ ପ୍ରକାରର ତୁଳସୀ ଗଛ ରଖନ୍ତୁ ନାହିଁ। ନଚେତ ମାଆ ଲକ୍ଷ୍ମୀ ଦୁରେଇ ଯିବେ ଆଉ ଦରିଦ୍ରତା ପାଖକୁ ମାଡି ଆସିବ !

ସେୟାର୍ କରନ୍ତୁ

ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଗଛକୁ ଦେବୀ ସ୍ୱରୂପ ମାନା ଯାଇଥାଏ। ଘରେ ତୁଳସୀ ଗଛ ରହିବା ଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। କିନ୍ତୁ ଏହି ଗୁରୁତ୍ବ କଥା ଆପଣ ମାନେ କେହି ଜାଣି ନଥିବେ କି ଆପଣଙ୍କ ଘରେ ରହିଥିବା ତୁଳସୀ ଗଛ ଆପଣଙ୍କୁ କୌଣସି ବିପଦ ଆସିବାର ସଂକେତ ମଧ୍ୟ ଦେଇଥାଏ। ଯଦି ତୁଳସୀ ଗଛ ଝାଉଁଳି ଯାଇଥାଏ, ତାହେଲେ ଏହା ଅଶୁଭ ମାନା ଯାଇଥାଏ। ଆଜି ଆମେ ଆପଣ ମାନଙ୍କୁ ଘରେ କେଉଁ ପ୍ରକାରର ତୁଳସୀ ଗଛ ରଖିବା ଉଚିତ ନୁହେଁ।

ଶୁଖିଲା ତୁଳସୀ –

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ତୁଳସୀ ଗଛ ଶୁଖି ଯାଇଥାଏ, ତାହେଲେ ଏହା ଅଶୁଭ ସଂକେତ ବୋଲି ଜାଣି ନିଅନ୍ତୁ। ଏହାଦ୍ଵାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରିପାରେ। ତେଣୁ କେବେବି ତୁଳସୀ ଗଛ ଶୁଖିବା ପାଇଁ ଦିଅନ୍ତୁ ନାହିଁ। ଯଦି ଘରେ ତୁଳସୀ ଗଛ ଶୁଖି ଯାଇଛି, ତାହେଲେ ଏହାକୁ ଉପାଡ଼ି କୌଣସି ନଦୀରେ ଭସାଇ ଦିଅନ୍ତୁ ଏବଂ ନୂଆ ତୁଳସୀ ଚାରା ଲଗାନ୍ତୁ।

ହଳଦିଆ ତୁଳସୀ –

ଅନେକଥର ତୁଳସୀ ଗଛର ପତ୍ର ହଳଦିଆ ବା କଳା ପଡ଼ି ଯାଇଥାଏ। ଏଭଳି ହେବା ଅଶୁଭ ସଂକେତ ଦେଇଥାଏ।ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏଥିପାଇଁ ଘରେ ରଖିଥିବା ତୁଳସୀ ଗଛ ଯଦି ହଳଦିଆ ବା କଳା ପଡୁଛି ତାହେଲେ ଆପଣ ସେହି ତୁଳସୀ ଗଛର ଧ୍ୟାନ ରଖନ୍ତୁ, ନଚେତ ସେହି ଗଛକୁ ଉପାଡ଼ି ଫିଙ୍ଗି ଦିଅନ୍ତୁ।

ମଞ୍ଜରୀ ଥିବା ତୁଳସୀ ଗଛ –

ଯଦି ଆପଣଙ୍କ ଘରେ ଲଗାଯାଇଥିବା ତୁଳସୀ ଗଛରେ ଅଧିକ ମଞ୍ଜରୀ ହୋଇଯାଇଥାଏ, ତାହେଲେ ଏହା ଘର ପାଇଁ ଅଶୁଭ ସାବ୍ୟସ୍ତ ହୋଇଥାଏ। ଅଧିକ ମଞ୍ଜରୀ ଥିବା ତୁଳସୀ ଗଛ ଅଧିକ କଷ୍ଟରେ ରହିଥାଏ। ତେଣୁ ଆପଣଙ୍କ ପରିବାର ଲୋକେ ମଧ୍ୟ କଷ୍ଟରେ ରହିଥାନ୍ତି। ତେଣୁ ମଞ୍ଜରୀ ଥିବା ତୁଳସୀ ଗଛ ରଖନ୍ତୁ ନାହିଁ।

ଏଭଳି ତୁଳସୀ ଗଛ ରଖନ୍ତୁ ନାହିଁ –

ଏଭଳି ମାନ୍ୟତା ରହିଛି କି ଯଦି ଘରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହୋଇଯାଏ, ତାହେଲେ ମୃତ ବ୍ୟକ୍ତିର ଆଖପାଖରେ ଥିବା ବସ୍ତୁକୁ ବିସର୍ଜିତ କରି ଦିଆଯାଏ। ଯଦି ତୁଳସୀ ଗଛ ମୂଳରେ କାହାର ମୃତ୍ୟୁ ହୋଇଥିବ, ତାହେଲେ ତୁଳସୀ ଗଛକୁ ମଧ୍ୟ ବିସର୍ଜିତ କରି ଗୋଟେ ନୂଆ ତୁଳସୀ ଗଛ ଲଗାଇବା ଉଚିତ।

ତୁଳସୀ ପତ୍ର ଝଡ଼ିବା –

ଯଦି ଆପଣଙ୍କ ଘରେ ରହିଥିବା ତୁଳସୀ ଗଛର ପତ୍ର ହଳଦିଆ ପଡ଼ି ବା କୌଣସି କୀଟ ଯୋଗୁଁ ଝଡି ପଡୁଛି, ତାହେଲେ ଏହି ତୁଳସୀ ଗଛକୁ ଘରେ ରଖିବା ଉଚିତ ନୁହେଁ। ଏହାଦ୍ଵାରା ଘରେ ଅଭାବ ଦେଖା ଦେଇଥାଏ ଏବଂ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *