Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି କେବେ ଠାକୁର ଘରେ ରଖନ୍ତୁ ନାହିଁ ଏହି ୬ଟି ମୂର୍ତ୍ତି,ନଚେତ ମାଡି ଆସିବ ସଙ୍କଟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ହିନ୍ଦୁଧର୍ମ ଅନୁସାରେ ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ଠାକୁର ଘର ରହିଛି ଏବଂ ପ୍ରତ୍ୟେକ ଦେବାଦେବୀ ପୂଜା ପାଇଥାନ୍ତି। କିନ୍ତୁ ଠାକୁର ଘରେ କେଉଁ ମୂର୍ତ୍ତି ରଖିବା ଉଚିତ ଓ କେଉଁ ମୂର୍ତ୍ତି ରଖିବା ଉଚିତ ନୁହେଁ, କେହି ମଧ୍ୟ ଧ୍ୟାନ ରଖି ନଥାନ୍ତି। କିନ୍ତୁ କୁହାଯାଇଥାଏ କି ଘରର ଐଶାନ୍ୟ କୋଣରେ ଠାକୁର ଘର ରହିଲେ ଶୁଭ ହୋଇଥାଏ। ତେଣୁ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି କେଉଁ ଠାକୁର ମୂର୍ତ୍ତି ଘରେ ରହିଲେ ଅଶୁଭ ହୋଇଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ କେବେବି ଦେବୀ ଲକ୍ଷ୍ମୀଙ୍କର ଠିଆ ହେବା ମୂର୍ତ୍ତିକୁ ଠାକୁର ଘରେ ରଖନ୍ତୁ ନାହିଁ। ଦେବୀ ଲକ୍ଷ୍ମୀଙ୍କର ବସିଥିବା ମୂର୍ତ୍ତି ଆପଣ ଘରେ ରଖି ପାରିବେ ଏବଂ ତାହା ୯ ଇଞ୍ଚ ବିଶିଷ୍ଟ ହୋଇଥିବା ଉଚିତ। ଏହି ପ୍ରକାରର ମୂର୍ତ୍ତି ଆପଣ ଠାକୁର ଘରେ ରଖିଲେ, ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ। ଏହାସହିତ ଆୟରେ ବୃଦ୍ଧି ଘଟିବ।

୨/ ଠାକୁର ଘରେ କେବେ ମଧ୍ୟ ଦେବୀ ଦୁର୍ଗାଙ୍କର ଉଗ୍ର ରୂପ ଥିବା ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ।ଏହାକୁ ରଖିବା ଦ୍ଵାରା ବହୁତ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଘରେ ସର୍ବଦା ଅଶାନ୍ତି ଲାଗି ରହେ। ଘରର ସୁଖଶାନ୍ତି ନଷ୍ଟ ହୋଇଯାଇଥାଏ ଏବଂ ନକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ।

୩/ ଠାକୁର ଘରେ କେବେବି ଶିବଙ୍କ ସ୍ୱରୂପ ନଟରାଜ ମୂର୍ତ୍ତିକୁ ରଖିବା ଉଚିତ ନୁହେଁ। ଏହା ହେଉଛି ଭଗବାନ ଶିବଙ୍କର ତାଣ୍ଡବ ସ୍ୱରୂପ ମୂର୍ତ୍ତି। ଏହି ମୂର୍ତ୍ତିକୁ ଠାକୁର ଘରେ ରଖିବା ଦ୍ଵାରା ବହୁତ ଅଶୁଭ ହୋଇଥାଏ, ଅର୍ଥାତ ପରିବାର ଲୋକଙ୍କ ମନରେ କ୍ରୋଧ ବଢ଼ିଥାଏ। ଘରେ ସର୍ବଦା ଅଶାନ୍ତି ବାତାବରଣ ସୃଷ୍ଟି ହୁଏ। ପରିବାର ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ଈର୍ଷା ଓ ଅହଙ୍କାର ବଢ଼ି ଯାଏ। ତେଣୁ ଏହି ମୂର୍ତ୍ତିକୁ ଘରେ ରଖନ୍ତୁ ନାହିଁ।

୪/ ଭୈରବ ନାଥଙ୍କ ମୂର୍ତ୍ତି ବା ଫଟୋକୁ କେବେବି ଠାକୁର ଘରେ ରଖନ୍ତୁ ନାହିଁ। ଏହାର କାରଣ ହେଉଛି ଭୈରବ ନାଥଙ୍କ ମୂର୍ତ୍ତିକୁ ଶ୍ମଶାନରେ ପୂଜା କରାଯାଇଥାଏ। ତେଣୁ ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ, ଘରେ ଅଶାନ୍ତି ଓ ବିବାଦ ସୃଷ୍ଟି ହୋଇଥାଏ। ଏହାସହିତ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୁଏ। ତେଣୁ ଏହି ମୂର୍ତ୍ତିକୁ ଘରେ ରଖନ୍ତୁ ନାହିଁ।

୫/ ଠାକୁର ଘରେ କେବେବି ଶନିଦେବଙ୍କ ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ। କିନ୍ତୁ ଆପଣ ଶନି ମନ୍ଦିର ଯାଇ ପୂଜାର୍ଚ୍ଚନା କରି ପାରିବେ। ଏହାର କାରଣ ହେଉଛି ଭଗବାନ ଶନିଙ୍କ ପୂଜା ବହୁତ ବିଧିବିଧାନର ସହିତ କରିବାକୁ ପଡ଼ିଥାଏ। ଏଥିରେ କିଛି ଭୁଲ ହୋଇଗଲେ ଶନିଙ୍କ କୋପ ଦୃଷ୍ଟି ପଡ଼ିଥାଏ। ତେଣୁ ଘରେ ଶନିଦେବଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।

୬/ ଠାକୁର ଘରେ କେବେବି ଗୋଟିଏ ଠାକୁରଙ୍କର ଅଧିକ ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ। ଏହାଦ୍ଵାରା ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ। ପରିବାରରେ ସୁଖଶାନ୍ତି ନଷ୍ଟ ହୋଇଯାଏ ଏବଂ ବିବାଦ ଲାଗି ରହେ। ତେଣୁ ଅଧିକ ମୂର୍ତ୍ତି ରଖନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *