Excuse Me Odisha

ଯାହା କହିବୁ ସତ କହିବୁ

୨୯ ବର୍ଷ ପରେ ଶନି ଓ ସୂର୍ଯ୍ୟ ଗ୍ରହର ମିଳନ ! ଏହି ୪ଟି ରାଶିର ବଦଳିବ ଭାଗ୍ୟ !

ସେୟାର୍ କରନ୍ତୁ

୨୦୨୨ ମସିହା ଜାନୁଆରୀ ୧୪ ତାରିଖ ଠାରୁ ସୂର୍ଯ୍ୟ ଓ ଶନି ଗ୍ରହ ଏକାସହିତ ମକର ରାଶିରେ ପ୍ରବେଶ କରିବେ। ଏଭଳି ସଂଯୋଗ ଶେଷଥର ପାଇଁ ୧୯୯୩ ମସିହାରେ ଦେଖା ଯାଇଥିଲା। ଶନି ଗ୍ରହ ୩୦ ବର୍ଷରେ ନିଜ ରାଶିଚକ୍ର ସମ୍ପନ୍ନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟ ଓ ଶନିଙ୍କ ମିଳନ ୩୦ ବର୍ଷ ପରେ ହୋଇଥାଏ

ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମକର ରାଶିରେ ଗୋଚର କରିବେ। ଏହି ଗୋଚର ୨୯ ବର୍ଷ ପରେ ହେବା ସହିତ ଏକ ବଡ଼ ସଂଯୋଗ ସୃଷ୍ଟି ହେବାକୁ ଯାଉଛି। କହିବାକୁ ଗଲେ ଜାନୁଆରୀ ୧୪ ତାରିଖ ଠାରୁ ସୂର୍ଯ୍ୟ ଓ ଶନି ଗ୍ରହ ଏକାସହିତ ମକର ରାଶିରେ ପ୍ରବେଶ କରିବେ। ଏଭଳି ସଂଯୋଗ ଶେଷଥର ପାଇଁ ୧୯୯୩ ମସିହାରେ ଦେଖା ଯାଇଥିଲା। ଶନି ଗ୍ରହ ୩୦ ବର୍ଷରେ ନିଜ ରାଶିଚକ୍ର ସମ୍ପନ୍ନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟ ଓ ଶନିଙ୍କ ମିଳନ ୨୯ ବର୍ଷ ପରେ ହୋଇଥାଏ।ସୂର୍ଯ୍ୟ ଓ ଶନି ଗ୍ରହର ଏହି ମିଳନ ୪ଟି ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ଶନି ଗ୍ରହର ଅଦ୍ଭୁତ ସଂଯୋଗ ଲାଭଦାୟକ ସାବ୍ୟସ୍ତ ହେବ। ଆୟରେ ବୃଦ୍ଧି ହେବ। ଆପଣ ମାନଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ପ୍ରାପ୍ତ ହେବ। ପରୀକ୍ଷାର୍ଥୀ ମାନଙ୍କ ପାଇଁ ଅନୁକୂଳ ସମୟ ରହିଛି। କଠିନ ପରିଶ୍ରମର ଉଚିତ ଫଳ ଆପଣଙ୍କୁ ମିଳିବ। ବରିଷ୍ଠ ଅଧିକାରୀଙ୍କୁ ଆପଣ ନିଜର କାର୍ଯ୍ୟ ପ୍ରଣାଳୀରେ ପ୍ରଭାବିତ କରିବେ। ଏକାଗ୍ରତାର ସହିତ କରିଥିବା କାର୍ଯ୍ୟରେ ସଫଳତା ହାସଲ କରିବେ।

ସିଂହ ରାଶି –

ସୂର୍ଯ୍ୟ ଓ ଶନି ଗ୍ରହର ମିଳନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ସଫଳତା ଆଡ଼କୁ ଅଗ୍ରସର ହେବେ। ଅଫିସ ଓ ବ୍ୟବସାୟରେ ନୂଆ ଦାୟିତ୍ୱ ତୁଲାଇବା ସହିତ ଆଗକୁ ବଢିବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ ଏବଂ ପ୍ରଶଂସିତ ହେବେ। ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ। ଆୟରେ ବୃଦ୍ଧି ହେବ। ସମାଜରେ ଆପଣ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବେ।

ଧନୁ ରାଶି –

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଓ ଶନିଙ୍କ ମିଳନ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ଭୌତିକ ସୁଖ ପ୍ରାପ୍ତ ହେବ। ନୂଆ ଜମିବାଡ଼ି କ୍ରୟ କରି ପାରନ୍ତି। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ଖୁବ୍ ଶୀଘ୍ର ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ପ୍ରାପ୍ତ କରିବେ।

ମୀନ ରାଶି –

ସୂର୍ଯ୍ୟ ଓ ଶନିଙ୍କ ମିଳନର ପ୍ରଭାବରୁ ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ସରକାରୀ କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ବନ୍ଧୁ ଓ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ମଧୁର ରହିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ଲମ୍ବା ସମୟରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *