Excuse Me Odisha

ଯାହା କହିବୁ ସତ କହିବୁ

ଯଦି ସ୍ଵପ୍ନରେ ପୂର୍ବପୁରୁଷ ଏହି ରୂପରେ ଦେଖାଯାଉଛନ୍ତି,ତା ହେଲେ ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ। ହୋଇପାରେ ଅସୁବିଧା।

ସେୟାର୍ କରନ୍ତୁ

ସ୍ବପ୍ନ ଶାସ୍ତ୍ର ଅନୁସାରେ ଆମେ ଯେଉଁ ସ୍ବପ୍ନ ଦେଖିଥାଉ, ତାହା ଆମ ଭବିଷ୍ୟତରେ ହେବାକୁ ଯାଉଥିବା ଶୁଭ ଓ ଅଶୁଭ ଘଟଣାର ସଂକେତ ଦେଇଥାଏ।ଆମେ ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନର ଅଲଗା ଅଲଗା ଅର୍ଥ ରହିଥାଏ, ଯାହାଦ୍ଵାରା ମଣିଷର ଜୀବନ ପ୍ରଭାବିତ ହୋଇଥାଏ।

– ପିତୃଦୋଷରେ ପୀଡ଼ିତ ଲୋକେ ଦେଖିଥାନ୍ତି ଏଭଳି ସ୍ବପ୍ନ।

– ସ୍ଵପ୍ନରେ ପୁରୁଷଙ୍କୁ ଏଭଳି ରୂପରେ ଦେଖିଲେ ହୋଇଥାଏ ଶୁଭ।

– ଗରୁଡ ପୁରାଣରେ ବର୍ଣ୍ଣିତ ହୋଇଛି।

ସ୍ବପ୍ନ ଦେଖିବା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ। ମନୋବିଜ୍ଞାନୀଙ୍କ ଅନୁସାରେ ସ୍ବପ୍ନ ଦେଖିଲେ ବୁଦ୍ଧି ବଢ଼ିଥାଏ। ସ୍ବପ୍ନ ଦେଖିଲେ ମଣିଷର ମାନସିକ ଥକା ଦୂର ହୋଇଯାଇଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନ ଦେଖିବା ଦ୍ୱାରା ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣାର ସଂକେତ ମିଳିଥାଏ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ପୂର୍ବପୁରୁଷଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଆପଣଙ୍କୁ ସଂକେତ ଦେଇଥାଏ କି ଆପଣଙ୍କ ଭବିଷ୍ୟତ ସୁଖମୟ ହେବାକୁ ଯାଉଛି। ଅଧିକାଂଶ ଲୋକେ ନିଜ ସ୍ଵପ୍ନରେ ପୂର୍ବପୁରୁଷ ସେମାନଙ୍କୁ କିଛି ମାଗୁ ଥିବାର ଦେଖିଥାନ୍ତି। ତେଣୁ ପୂର୍ବପୁରୁଷ ମାଗିଥିବା ଜିନିଷକୁ ଶ୍ରଦ୍ଧା ପୂର୍ବକ ଦାନ କଲେ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଗରୁଡ ପୁରାଣ ଅନୁସାରେ ସ୍ଵପ୍ନରେ ପୂର୍ବପୁରୁଷଙ୍କୁ ଦେଖିବାର ଅର୍ଥ ବୁଝି ନିଅନ୍ତୁ ଯେ ତାଙ୍କର ଆତ୍ମା ଘୁରି ବୁଲୁଛି। ତେଣୁ ପୂର୍ବପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଘରେ ପୂଜାପାଠ କରନ୍ତୁ।

ସ୍ଵପ୍ନରେ ପୂର୍ବପୁରୁଷଙ୍କୁ ହସୁଥିବାର ଦେଖିବା –

ଯଦି ସ୍ଵପ୍ନରେ ଆପଣ ପୂର୍ବପୁରୁଷ ହସୁଥିବାର ଦେଖୁଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ଅଟେ। ଏହାଦ୍ଵାରା ଆପଣଙ୍କୁ ପୂର୍ବପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଆପଣଙ୍କ ଭବିଷ୍ୟତ ଉଜ୍ବଳ ହେବା ସହିତ ଆପଣଙ୍କୁ କୌଣସି ବଡ଼ ଲକ୍ଷ୍ୟ ପ୍ରାପ୍ତି ହେବାର ସଂକେତ ଦେଇଥାଏ।

ସ୍ଵପ୍ନରେ ପୂର୍ବପୁରୁଷଙ୍କୁ କ୍ରୋଧିତ ହେବାର ଦେଖିବା –

ଯଦି ଆପଣ ସ୍ଵପ୍ନରେ ନିଜର ପିତୃପୁରୁଷଙ୍କୁ କ୍ରୋଧିତ ହେବାର ଦେଖୁଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। କିନ୍ତୁ ପ୍ରାୟତଃ ଏଭଳି ସ୍ବପ୍ନ ପିତୃ ଦୋଷରେ ପୀଡ଼ିତ ଥିବା ଲୋକେ ଦେଖି ଥାଆନ୍ତି। ସ୍ଵପ୍ନରେ ଏଭଳି ଦୃଶ୍ୟ ଦେଖିବାର ଅର୍ଥ ହେଉଛି, ପୂର୍ବ ପୁରୁଷଙ୍କର କୌଣସି ଇଛା ପୂରଣ ହୋଇ ନାହିଁ, ସେ ଏହାର ସଂକେତ ଦେଉଛନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *