Excuse Me Odisha

ଯାହା କହିବୁ ସତ କହିବୁ

ଘର ପାଖରେ କେଉଁ ଗଛ ରହିଲେ ଘରେ ହୋଇଥାଏ ଧନର ବର୍ଷା ଆଉ କେଉଁ ଗଛ କରିଥାଏ ଭିକାରୀ………

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ କେଉଁ ଗଛ ଲଗେଇଲେ ଶୁଭ ହୋଇଥାଏ ଆଉ କେଉଁ ଗଛ ଅଶୁଭ ଜାଣନ୍ତୁ।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁଥାଏ କି ତା ପାଖରେ ଯଦି ଜାଗା ଥାଏ ତ ସେଠାରେ ସେ ନିଜର ଘର ପାଖରେ ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଗଛ ପତ୍ର ଲଗାଇବ। କିନ୍ତୁ ଏହା ସତ କି ଲଗାଯାଇଥିବା ଗଛ ପତ୍ର ମଧ୍ୟରୁ କିଛି ଗଛ ଘରର ଆଖପାଖରେ ରହିବା ଅଶୁଭ ମାନାଯାଏ ତ ଆଉ ଏପରି କିଛି ଗଛ ଥାଏ ଯାହାକୁ ଦୋଷ ନିବାରକ ମାନାଯାଏ। ଆସନ୍ତୁ ଜାଣିବା କେଉଁ ଗଛ ଲଗେଇଲେ ହୋଇଥାଏ ଭଲ ଏବଂ କେଉଁ ଗଛ ଲଗେଇଲେ ହୋଇଥାଏ ଖରାପ।

ତୁଳସୀ ଗଛ। ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଏ। କୁହାଯାଏ କି ଯେଉଁ ଘରେ ତୁଳସୀର ପୂଜାର୍ଚ୍ଚନା କରାଯାଏ ସେହି ଘରେ ଭଗବାନ ଶ୍ରୀ ବିଷ୍ଣୁଙ୍କର ସବୁବେଳେ କୃପା ଦୃଷ୍ଟି ବନି ରହିଥାଏ। ଆପଣଙ୍କ ଘରେ ଯଦି କୌଣସି ପ୍ରକାରର ନକରାତ୍ମକ ଉର୍ଜା ରହିଥାଏ ତ ଏହି ଗଛ ତାକୁ ନଷ୍ଟ କରିବାର ଶକ୍ତି ରଖିଥାଏ। ଧ୍ୟାନ ରଖନ୍ତୁ ଏହି ଗଛକୁ ଘରର ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ କାରଣ ଏହା ଆପଣଙ୍କୁ ଲାଭ ଦେବା ବଦଳରେ କ୍ଷତି ଦେଇଥାଏ। ତୁଳସୀକୁ ଘରେ ଐଶ୍ଵଣ୍ୟ କୋଣ ବା ପୂର୍ବ ଦିଗରେ ଲଗାଇବା ଉଚିତ। ପ୍ରତିଦିନ ସକାଳେ ରବିବାରକୁ ଛାଡି ସବୁଦିନ ତୁଳସୀ ଗଛରେ ପାଣି ଅର୍ପଣ କରିବା ଉଚିତ। କୁହାଯାଏ କି ଯେଉଁ ମନୁଷ୍ୟ ସବୁ ବନସ୍ପତି ବାରରେ କଞ୍ଚା କ୍ଷୀର ତୁଳସୀକୁ ଅର୍ପଣ କରିଥାଏ କେବଳ ରବିବାର ଦିନକୁ ଛାଡି ସବୁଦିନ ତୁଳସୀ ଗଛ ମୂଳରେ ସନ୍ଧ୍ୟା ସମୟରେ ଶୁଦ୍ଧ ଘିଅର ଦୀପ ଜାଳିବା ଉଚିତ। ଏମିତି କଲେ ତୁଳସୀ ମା ସେଠାରେ ନିବାସ କରିଥାନ୍ତି।

ବେଲ ଗଛ। ଭଗବାନ ଶିବଙ୍କୁ ବେଲ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ମାନ୍ୟତା ଅନୁସାରେ ଭଗବାନ ଶିବ ନିଜେ ଏହି ଗଛରେ ବାସ କରିଥାନ୍ତି। ଭଗବାନ ଶିବଙ୍କର ପରମ ପ୍ରିୟ ବେଲ ଗଛ ଯେଉଁ ଘରେ ଥାଏ ସେହି ଘରେ ମା ଲକ୍ଷ୍ମୀ ଧନ ସମ୍ପତ୍ତିର ବର୍ଷା କରିଥାନ୍ତି। ଏହି ଗଛକୁ ଲଗାଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ସବୁ ସମସ୍ୟା ଦୂର ହୋଇଥାଏ। କୁହାଯାଏ କି ବେଲ ଗଛ ଏବଂ ଅରଖ ଗଛକୁ ଯୋଡି କରି ଲଗାଇବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ। ବେଲ ଗଛକୁ ସକାଳେ ଏବଂ ସନ୍ଧ୍ୟାରେ ଦର୍ଶନ କରିବା ଦ୍ୱାରା ଆପଣଙ୍କର ଜଣା ଅଜଣାରେ ହେଉଥିବା ଭୁଲ ନାଶ ହୋଇଥାଏ। ଏହି ଗଛକୁ ନଷ୍ଟ କଲେ ମନୁଷ୍ୟ ଘୋର ପାପର ଅଧିକାର ହୋଇଥାଏ।

ଶନି ବୃକ୍ଷ। ଏହି ଗଛ ଘରେ ଥିଲେ ବହୁତ ଶୁଭ ମାନାଯାଏ। ଏହି ଗଛ ବିଷୟରେ ଅନେକ ମାନ୍ୟତା ଅଛି। ଲୋକେ ଏହି ବୃକ୍ଷକୁ ଲଗାଇବା ପାଇଁ ବହୁତ ଡରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ସମ୍ବଦ୍ଧ ଶନିଦେବଙ୍କ ସହିତ ମାନାଯାଏ। ଶନିଦେବଙ୍କର କୃପା ପାଇଁ ଏହି ଗଛର ପୂଜାର୍ଚ୍ଚନା କରାଯାଏ। ଏହି ଗଛଜୁ ଘରର ଡାହାଣ ସାଇଟରେ ଲଗାବା ଶୁଭ ହୋଇଥାଏ। ବୃକ୍ଷର ତଳେ ସବୁଦିନ ସୋରିଷ ତେଲର ଦୀପ ଲଗେଇବା ଉଚିତ। ଏମତି କଲେ ଭଗବାନ ଶନିଦେବଙ୍କ ପ୍ରକୋପ ରହିବ ନାହିଁ। ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ବିଜୟା ଦଶମୀ ଦିନ ଏହି ଗଛର ପୂଜା ଆରୋଧନା କରିବା ଦ୍ୱାରା ମଣିଷକୁ କେବେବି ଧନଧାନ୍ୟର ଅଭାବ ରହେନାହିଁ। ଶନି ଗଛ ଘରର ବାହାରେ ଏପରି ସ୍ଥାନରେ ଲଗାନ୍ତୁ ଯେପରି ଘରରୁ ବାହାରିଲା ସମୟରେ ଘରର ଡାହାଣ ପଟରେ ପଡିବ।

ଅଶ୍ଵଗନ୍ଧା। ଏହି ଗଛକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ୱାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ଏହି ଗଛ ଜୀବନରେ ଶୁଭତାକୁ ବଢ଼େଇ ଥାଏ। ଏହା ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ଓ ଆୟୁର୍ବେଦିକ ଔଷଧୀୟ ଗୁଣ ବିଶିଷ୍ଟ ଗଛ ଅଟେ

ଅଁଳା ଗଛ। ଘରେ ଅଁଳା ଗଛ ଲଗାଇଛନ୍ତି ଯଦି ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ତେବେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ। ଏହି ଗଛକୁ ସବୁଦିନ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହାକୁ ପ୍ରତିଦିନ ପୂଜାର୍ଚ୍ଚନା କରିବା ଦ୍ୱାରା ମଧ୍ୟ ସମସ୍ତ ପାପ ନଷ୍ଟ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଅଁଳା ଗଛରେ ସମସ୍ତ ଦେବତା ବାସ କରିଥାନ୍ତି। ଏହା ସହିତ ଏହି ଗଛର ଫଳଟି ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ। ପୁରାଣ ଶାସ୍ତ୍ର ଅନୁସାରେ ପୁଣ୍ୟର ମାସ କାର୍ତିକ ମାସରେ ଲକ୍ଷ୍ମୀ ନାରାୟଣ ପ୍ରତ୍ୟକ୍ଷ ଭାବରେ ବାସ କରିଥାନ୍ତି।

ସଂସ୍କୃତରେ ଅଁଳା ଗଛକୁ ଅମର ଫଳ କୁହନ୍ତି। ଏହା ମଧ୍ୟ ମାନ୍ୟତା ଅଛି କି ଯେଉଁ ଘରର ଉତ୍ତର ଦିଗରେ ଏହି ଅଁଳା ଗଛ ରହିଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ କୃପାରୁ ଧନ ଧାନ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଅଁଳା ଗଛଟିଏ ଲଗାଇ ତାହାର ଯତ୍ନ ନେଇଥାଏ ତାଙ୍କୁ ରାଜସ୍ୱୀ ଯୋଗର ଫଳ ମିଳିଥାଏ। ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଥାନ୍ତି ତେବେ ଘରେ ଅଁଳା ଗଛ ଲଗାଇ ତାର ପୂଜା କରନ୍ତୁ।

ଅଶୋକ ଗଛ। ହିନ୍ଦୁ ଧର୍ମରେ ଅଶୋକ ଗଛକୁ ବହୁତ ଶୁଭ ଓ ଲାଭକାରୀ ବୋଲି ମାନିଥାନ୍ତି। ଅଶୋକ ଅର୍ଥ ହେଉଛି ଶୁଭର ଉଣା ନହେବା। ଅଶୋକ ନିଜର ନାମ ଅନୁସାରେ ଶୋକକୁ ଦୂର କରି ସୌଭାଗ୍ୟ ଦେଇଥାଏ। ଏହା ଯେଉଁଠାରେ ଥାଏ ସେହି ଘରର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ ସବୁ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ଅଶୋକ ପତ୍ରର ବ୍ୟବହାର ହୋଇଥାଏ। ଏହି ଗଛ ଯେଉଁ ଘରେ ଥାଏ ସେହି ଘରେ ସ୍ନେହ ଶ୍ରଦ୍ଧା ସହାନୁଭୂତି ବଢିଥାଏ। ମାନ୍ୟତା ଅନୁସାରେ ଅଶୋକ ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ଧନ ସୁଖ ଶାନ୍ତି ଆଉ ସମୃଦ୍ଧିର ବାସ ହୋଇଥାଏ ଏବଂ ସେହି ପରିବାରରେ କାହାର ବି ଅକାଳ ମୃତ୍ୟୁ ମଧ୍ୟ ହୋଇନଥାଏ।

ଶ୍ୱେତ ଅରଖ ଗଛ। ଅରଖ ଗଛ କ୍ଷୀର ବାହାରୁ ଥିବା ଗଛ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କ୍ଷୀର ବାହାରୁ ଥିବା ଗଛ ଘ ପାଖରେ ରହିଲେ ଅଶୁଭ ହୋଇଥାଏ କିନ୍ତୁ ଶ୍ୱେତ ଅରଖ ଗଛରେ ହଳଦୀ ଅରୁଆ ଚାଉଳ ଓ ଗଙ୍ଗା ଜଳ ଦ୍ୱାରା ପୂଜା କଲେ ଏହି ଶ୍ୱେତ ଅରଖ ଗଛଟି ଯେତେ ଯେତେ ବଢିଥାଏ ସେହି ଘରେ ରହୁଥିବା ଲୋକମାନଙ୍କୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହା ମଧ୍ୟ ମାନ୍ୟତା ଅଛି ଯେ ଯେଉଁ ଘର ପାଖରେ ଶ୍ୱେତ ଅରଖ ଗଛର ଫୁଲ ଏବଂ ଫଳ ଧରି ଯାଇଥାଏ ସେହି ଘରେ ସର୍ବଦା ଉନ୍ନତି ହୋଇଥାଏ। ଆଉ ସେହି ଘରେ ଗୁପ୍ତ ଧନ ରହିଥାଏ।

ମନ୍ଦାର ଗଛ। ଜ୍ୟୋତିଷ ଶାସ୍ତ୍ରରେ ଏହି ଗଛକୁ ଘରେ କୌଣସି ବି ସ୍ଥାନରେ ଲଗାଇପାରିବେ କିନ୍ତୁ ଧ୍ୟାନ ଦେବେ କି ତାକୁ ପର୍ଯ୍ୟାପ୍ତ କିରଣ ଆବଶ୍ୟକତା ହୋଇଥାଏ। ଏଣୁ ଏହି ମନ୍ଦାର ଗଛକୁ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ହିଁ ଲଗାଇବା ଉଚିତ। ଏହି ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଲେ ଆଖି ରୋଗ ଅସ୍ତି ରୋଗ ଦୂର ହୋଇଥାଏ ଏବଂ ନାମ ଖ୍ୟାତି ବଢିଥାଏ। ମଙ୍ଗଳ ଗ୍ରହର ସମସ୍ୟା ଉନ୍ନତିର ବାଧା ଆଇନଗତ ସମସ୍ୟା ରହୁଥିଲେ ପ୍ରତି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ହୋଇଥାଏ। ମା ଦୁର୍ଗାଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ତ ପ୍ରକାରର ସଂକଟ ଦୂର ହୋଇଥାଏ।

ନଡ଼ିଆ ଗଛ। ଏହି ଗଛ ମଧ୍ୟ ବହୁତ ଶୁଭ ହୋଇଥାଏ। କୁହାଯାଏ କି ଯେଉଁ ଘରେ ନଡ଼ିଆ ଗଛ ଥାଏ ସେହି ଘରେ ମାନ ସମ୍ମାନ ବଢିଥାଏ।

ନିମ ଗଛ। ଘରର ବାୟୁ କୋଣ ବା ଉତ୍ତର-ପଶ୍ଚିମ ଦିଗରେ ନିମ ଗଛ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଏହା ସକାରାତ୍ମକ ଉର୍ଜା ସହିତ ଅନେକ ପ୍ରକାରର କଲ୍ୟାଣ କରିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ମନୁଷ୍ୟ ଏହିସବୁ ଗଛକୁ ଘରେ ଲଗାଇଥାଏ ତାହାଙ୍କୁ ମୃତ୍ୟ ପରେ ଶିବ ଲୋକ ପ୍ରାପ୍ତି ହୋଇଥାଏ। ଯେଉଁ ଲୋକ ୩ ଟି ନିମ ଗଛ ଲଗାଇଥାଏ ତାକୁ ୧୦୦ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଲୋକର ପ୍ରାପ୍ତି ହୋଇଥାଏ।

କଦଳୀ ଗଛ। ଏହି ଗଛଟି ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ଗଛ ହୋଇଥାଏ। ଗୁରୁବାର ଦିନ ଏହାର ପୂଜା କରାଯାଏ। ଏହାକୁ ଘରର ଐଶ୍ଵଣ୍ୟ କୋଣରେ ବା ଉତ୍ତର-ପୂର୍ବ ଦିଗରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବୃହସ୍ପତିଙ୍କର କାରକ ହୋଇଥିବାରୁ ଏହାକୁ ଐଶ୍ଵଣ୍ୟ କୋଣରେ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। କଦଳୀ ଗଛ ମୂଳରେ ଯଦି ତୁଳସୀ ଗଛ ରହିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ବାରା ଭଗବାନ ଲକ୍ଷ୍ମୀ ନାରାୟଣଙ୍କର କୃପା ପ୍ରାପ୍ତି ହୋଇଥାଏ। ଏହି ଗଛର ଛାଇରେ ପାଠ ପଢିଲେ ସ୍ମରଣ ଶକ୍ତି ବଢିଥାଏ।

ବାଉଁଶ ଗଛ। ଏହି ଗଛକୁ ଘରେ ଲଗାଇବାକୁ ଶୁଭ ମାନାଯାଏ। ଆପଣଙ୍କର ସୁଖ ସମୃଦ୍ଧିକୁ ଉନ୍ନତି କରିଥାଏ। ଯଦି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ମନ ଚାହୁଁଥିବା ସଫଳତା ମିଳୁନାହିଁ ତ ଆପଣ ଆପଣଙ୍କର ଘର କିମ୍ବା କାର୍ଯ୍ୟାଳୟରେ ବାଉଁଶ ଗଛ ଲଗାଇବା ଉଚିତ। ଏହି ଗଛକୁ ବହୁତ ମହତ୍ୱ ଦିଆଯାଇଛି। ଏହି ଗଛ ବହୁତ ଶୀଘ୍ର ବଢିଥାଏ। ଏଥିପାଇଁ ଏହାକୁ ସମୃଦ୍ଧି ଏବଂ ଦୀର୍ଘାୟୁର ପ୍ରତୀକ ମାନାଯାଏ। ଭାରତୀୟ ଧର୍ମ ସଂସ୍କୃତିରେ ମଧ୍ୟ ଏହି ଗଛକୁ ଶୁଭ ବୋଲି ମାନାଯାଏ। ମାନ୍ୟତା ଅଛି କି ଏହି ଗଛ ଯେଉଁଠି ଥାଏ ସେଠି ଖରାପ ଆତ୍ମା ଦୂରେଇ ଯାନ୍ତି। ଭଗବାନ ଶ୍ରୀକୃଷ୍ଣ ନିଜ ପାଖରେ ସବୁବେଳେ ବାଉଁଶର ତିଆରି ବଂଶୀ ରଖିଥାନ୍ତି।

ମନୀ ପ୍ଲାଣ୍ଟ। ଏପରି ମାନ୍ୟତା ଅଛି କି ଘରେ ଏହି ମନୀ ପ୍ଲାଣ୍ଟ ଲଗାଇବା ଦ୍ୱାରା ସୁଖ ସମୃଦ୍ଧିର ବାସ ହୋଇଥାଏ। ଅଧିକାଂଶ ଲୋକ ନିଜ ଘରେ ଏହି ଗଛକୁ ଲଗାଇଥାନ୍ତି। ଏହି ଗଛକୁ ଘରେ କେଉଁଠି ବି ଲଗେଇ ପାରିବେ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛକୁ ଯଦି ଘରର ଠିକ ଦିଗରେ ଲଗାଯାଏ ନାହିଁ ତ ଆର୍ଥିକ କ୍ଷତି ଘଟାଇଥାଏ। ଏହି ଗଛକୁ ଲଗାଇବା ପାଇଁ ଠିକ ଦିଗ ହେଉଛି ଦକ୍ଷିଣ-ପୂର୍ବ। ଯଦି ଆପଣ ଏହି ଦିଗରେ ଏହାକୁ ଲଗାନ୍ତି ତ ଆପଣଙ୍କୁ ସର୍ଵଦାଧିକ ଲାଭ ମିଳିଥାଏ।

ଡାଳିମ୍ବ ଗଛ। ଏହା ଅଗ୍ନି କୋଣ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଗଛକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗାଇବା ଅତ୍ୟନ୍ତ ଶୁଭଫଳ ଦାୟକ ହୋଇଥାଏ। ଏହା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ। ଏହା ସୁଖ ସମୃଦ୍ଧି ମଧ୍ୟ ପ୍ରଦାନ କରିଥାଏ। ଵଂଶ ବୃଦ୍ଧି କରାଇଥାଏ।

ଯେଉଁ ଘରର ପୂର୍ବ ଉତ୍ତର ପଶ୍ଚିମ କିମ୍ବା ଐଶ୍ଵଣ୍ୟ କୋଣରେ ବଗିଚା ରହିଥାଏ ସେହି ଘରେ ଧନ ଯୋସ ଓ ଧର୍ମର ବୃଦ୍ଧି ହୋଇଥାଏ। ଏହାର ବିପରୀତ ଦିଗରେ ବଗିଚା ରହିବା ଦ୍ୱାରା ଧନ ଓ ସନ୍ତାନ ହାନି ହୋଇଥାଏ। ଅଳ୍ପ ଆୟୁଷ ଓ ରୋଗରେ ବୃଦ୍ଧି ହୋଇଥାଏ ଏବଂ ପାପ ମଧ୍ୟ ବଢିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *