Excuse Me Odisha

ଯାହା କହିବୁ ସତ କହିବୁ

ନିବସ୍ତ୍ର ହୋଇ ସ୍ନାନ କରୁଥିଲେ ଶାସ୍ତ୍ର ଅନୁଯାୟୀ ମିଳେ ଏହି ଫଳ !

ସେୟାର୍ କରନ୍ତୁ

ବନ୍ଧୁଗଣ ମଣିଷ ଜୀବନକୁ ସୁନ୍ଦର ଓ ସୁଖମୟ କରିବା ପାଇଁ ଶାସ୍ତ୍ରରେ ଅନେକ ଜିନିଷ କରିବାକୁ କୁହାଯାଇଥିବା ବେଳେ ଆଉ କେତେକ କଥାକୁ କରିବାକୁ ବାରଣ କରାଯାଇଛି। ଯେପରି ନିବସ୍ତ୍ର ହୋଇ ଗାଧୋଇବାକୁ ମଧ୍ୟ ବାରଣ କରାଯାଇଛି। ତେବେ ଆସନ୍ତୁ ଆମେ ଜାଣିବା କଣ ପାଇଁ ନିବସ୍ତ୍ର ହୋଇ ଗାଧୋଇବାକୁ ମନା କରାଯାଇଛି ଏବଂ ଏହା ଦ୍ବାରା କଣ ଅସୁବିଧା ହୋଇଥାଏ।

ତେବେ ବନ୍ଧୁଗଣ ଆମ ନିତିଦିନିଆ କାମ ଭିତରେ ଗାଧୋଇବା ଏକ ମହତ୍ତ୍ୱପୂର୍ଣ୍ଣ କାମ ଅଟେ ଯାହା ଦ୍ୱାରା ଦେହ ଏବଂ ମନ ଶାନ୍ତ ଓ ପରିଷ୍କାର ରହିଥାଏ। କିନ୍ତୁ ଗାଧୋଇବା ବେଳେ ଅନେକ ଲୋକ ବନ୍ଦ ଘରେ ଗାଧୋଉଛି ବୋଲି ଭାବି ଦେହରେ କିଛି ବି ପୋଷାକ ରଖି ନଥାନ୍ତି। ଏଭଳି କରିବା ଉଚିତ ନୁହେଁ। ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଗୋପୀ ମାନଙ୍କ ବସ୍ତ୍ର ହରଣ କରିବା କଥା ତ ପ୍ରାୟ ସମସ୍ତେ ଜାଣିଥିବେ। ଭଗବାନ ଶ୍ରୀକୃଷ୍ଣ ଗୋପୀମାନେ ଗାଧୋଇବା ସମୟରେ ତାଙ୍କ ବସ୍ତ୍ର ନେଇଯାଇ ଥିଲେ ଏବଂ ଗୋପୀ ମାନେ ବସ୍ତ୍ର ମାଗିବାରୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ତୁମେ ମାନେ ଉପରକୁ ଆସି ବସ୍ତ୍ର ନେଇଯାଅ କିନ୍ତୁ ଗୋପୀମାନେ ଖୋଲା ଦେହରେ ଥିବାରୁ ଉପରକୁ ଯାଇ ପାରୁନଥିଲେ।

ତେବେ ଭଗବାନ ଶ୍ରୀକୃଷ୍ଣ ପ୍ରଶ୍ନ କଲେ କି ତାହେଲେ କଣ ପାଇଁ ତୁମେ ମାନେ ନିବସ୍ତ୍ର ହୋଇ ଗାଧୋଉ ଥିଲ। ଗୋପୀମାନେ ଉତ୍ତରରେ କହିଥିଲେ କି ସେମାନେ ଯେବେ ଆସିଲେ ସେବେ ଏଠାରେ କେହି ନଥିଲେ। ଭଗବାନ ଶ୍ରୀକୃଷ୍ଣ କହିଥିଲେ ତୁମେ ଯେବେ ନିବସ୍ତ୍ର ହେଲ ଆକାଶରେ ଉଡୁଥିବା ପକ୍ଷୀମାନେ ଦେଖିଲେ ଜଳରେ ଥିବା ମାଛ ମାନେ ଦେଖିଲେ ଆଉ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମକୁ ଦେଖିଲେ। ତେଣୁ ନିବସ୍ତ୍ର ହୋଇ ଗାଧୋଇବା ଦ୍ୱାରା ମା ଗଙ୍ଗା ବରୁଣ ଦେବ ଏବଂ ଅନ୍ୟ ଦେବା ଦେବୀ ମାନଙ୍କୁ ମଧ୍ୟ ଅପମାନ ଲାଗିଥାଏ ବୋଲି କୁହାଯାଏ। ଯାହା ଦ୍ୱାରା ସେମାନଙ୍କ କୋପରୁ ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ଏହା ସହ ନିବସ୍ତ୍ର ହୋଇ ଗାଧୋଇଲେ ମା ଲକ୍ଷ୍ମୀ ରାଗିବା ସହ ଜନ୍ମ ଜନ୍ମ ଦାରିଦ୍ର୍ୟ ଲାଗିରହିଥାଏ।ବସେହିପରି ଗରୁଡ଼ ପୁରାଣ ଅନୁସାରେ ସ୍ନାନ କରୁଥିବା ସମୟରେ ଆମ ଆଖପାଖରେ ପିତୃପୁରୁଷ ମାନେ ରହିଥାନ୍ତି ଏବଂ ବସ୍ତ୍ରରୁ ପଡୁଥିବା ଜଳକୁ ସେମାନେ ଗ୍ରହଣ କରି ତୃପ୍ତି ହୁଅନ୍ତି ଆଉ ନିବସ୍ତ୍ର ହେବା ଦ୍ୱାରା ପିତୃପୁରୁଷ ରାଗିଯାନ୍ତି ସେମାନଙ୍କୁ ଉପାସ ରହିବାକୁ ପଡିଥାଏ। ଯାହା ଫଳରେ ଧନ ଖ୍ୟାତ ବଳ ସବୁ ଉପରକୁ ପ୍ରଭାବ ପଡିଥାଏ। ଏହା ସହିତ ନିବସ୍ତ୍ର ହୋଇ ଗାଧୋଇବା ଦ୍ୱାରା ପାଣି ଶରୀରରେ ସିଧା ସଳଖ ବାଜିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *