Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟେକ ଦିନ ଜିରା ପାଣି ସେବନ କଲେ କଣ ହୋଇଥାଏ? ଜାଣନ୍ତୁ…….

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜିରାକୁ ସମସ୍ତେ ରୋଷେଇରେ ବ୍ୟବହାର କରିଥାନ୍ତି। ଏହାସହିତ ଯଦି ଆପଣ ସକାଳୁ ଉଠି ଜିରା ପାଣି ପିଇବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ଶରୀର ସର୍ବଦା ସୁସ୍ଥ ରହିବ। ଜିରାରେ ଥାଇମୋଲ ନାମକ ଏକ ତତ୍ଵ ରହିଛି, ଯାହା ଶରୀରରେ ସାଲିଭା, ବାଇଲ ଯୁଶ ଓ ପାଚନ ରସକୁ ବୁଦ୍ଧି କରିଥାଏ। ଏହାଦ୍ଵାରା ଆପଣ ଖାଉଥିବା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ। ଜିରା ପାଣିର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ମେଟାବୋଲିଜମ ବହୁତ ଅଧିକ ବଢିଯାଏ ଏବଂ ଶରୀର ସୁସ୍ଥ ରହେ।

ଯଦି ଆପଣ ଜିରା ପାଣିର ସେବନ କରିବେ, ତାହେଲେ ଆପଣଙ୍କର ମୋଟାପଣ ଖୁବ୍ ଶୀଘ୍ର ଦୂର ହୋଇଯିବ ଏବଂ ଆପଣ ପତଳା ହେବାକୁ ଲାଗିବେ। ଜିରା ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ରହିଥାଏ।ତେଣୁ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରୁ ଖରାପ ଜୀବାଣୁ ନିଷ୍କାସିତ ହୋଇ ଯାଇଥାଏ, ଯାହାଦ୍ଵାରା ଆପଣଙ୍କ ଲିଭର ଓ ଚର୍ମ ସୁସ୍ଥ ରହେ।

ଜିରାରେ ଆଇରନର ମାତ୍ରା ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ, ତେଣୁ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସଠିକ ମାତ୍ରାରେ ରହିବ, ତାହେଲେ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚିତ ରହି ପାରିବେ। ଏହାଛଡା ଜିରାରେ ଭିଟାମିନ A ଓ C ପ୍ରଚୁର ପରିମାଣରେ ରହିଥାଏ, ଏହା ଶରୀରକୁ ଇନଫେକସନ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ।

ଜିରା ପାଣିରେ ପ୍ରଚୁର ମାତ୍ରାରେ ଆଇରନ ରହିଛି। ତେଣୁ ଏହା ଆନିମିଆ ରୋଗରେ ପୀଡିତ ଲୋକଙ୍କ ପାଇଁ ଔଷଧ ଭଳି କାମ କରିଥାଏ। ଏହାସହିତ ଜିରା ପାଣିର ସେବନ କଲେ ନିଶ୍ଵାସ ସମ୍ବନ୍ଧିତ ରୋଗ ମଧ୍ୟ ଭଲ ହୋଇ ଯାଇଥାଏ। ଯଦି ଆପଣଙ୍କ ଶରୀରରେ ଇଲେକ୍ଟ୍ରୋଲାଇଟର ବାଲାନ୍ସରେ ରହି ନାହିଁ, ତାହେଲେ ଆପଣଙ୍କ ଶରୀର ଖୁବ୍ ଶୀଘ୍ର ରୋଗାକ୍ରାନ୍ତ ହୋଇ ଯାଇପାରେ। ସେଥିପାଇଁ ଜିରା ପାଣିର ସେବନ କରନ୍ତୁ, କାରଣ ଏଥିରେ ପୋଟାସିୟମ ମାତ୍ରା ଅଧିକ ପରିମାଣରେ ରହିଥାଏ ଏବଂ ଆପଣଙ୍କ ଶରୀରକୁ ସୁସ୍ଥ ରଖେ।

ଜିରା ପାଣି ସେବନ କରିବା ଦ୍ୱାରା ଆପଣଙ୍କ ଶରୀରର ରକ୍ତ ମଧ୍ୟ ସଫା ହୋଇଥାଏ। ଯଦି ମାସେ କିମ୍ବା ଦେଢ ମାସ ପର୍ଯ୍ୟନ୍ତ ଆପଣ ଜିରା ପାଣିର ସେବନ କରିବେ, ତାହେଲେ ଆପଣ ନିଜର ଓଜନ ମଧ୍ୟ କମ୍ କରି ପାରିବେ। ବର୍ତ୍ତମାନ ଜିରା ପାଣିକୁ ଆପଣ କେମିତି ତିଆରି କରିବେ, ସେହି ବିଷୟରେ ଜାଣିବା।ଜିରା ପାଣିକୁ ତିଆରି କରିବା ପାଇଁ ଦୁଇଟି ଉପାୟ ରହିଛି। ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟେ ପାତ୍ର ନେଇ ସେଥିରେ ଗୋଟିଏ ଲିଟର ପାଣି ଢ଼ାଳନ୍ତୁ। ତାପରେ ସେଥିରେ ଦୁଇ ଚାମଚ ଜିରା ମିଶାଇ ଢାଙ୍କି ଦିଅନ୍ତୁ ।

ସକାଳେ ଉଠି ସେହି ପାଣିକୁ ଖାଲି ପେଟରେ ସେବନ କରନ୍ତୁ। ଦ୍ଵିତୀୟ ଉପାୟଟି ହେଉଛି ସକାଳେ ପାଣି ନେଇ ଗରମ କରନ୍ତୁ। ସେହି ଗରମ ପାଣିକୁ ଗ୍ୟାସରୁ ଓହ୍ଲାଇ ଏଥିରେ ଦୁଇ ଚାମଚ ଜିରା ମିଶାନ୍ତୁ ଓ ଏହାପରେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ତାପରେ ଏହାକୁ ଛାଣି ସେବନ କରି କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣ ସୁଫଳ ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *