Excuse Me Odisha

ଯାହା କହିବୁ ସତ କହିବୁ

ବିବାହ ସମ୍ପର୍ଣ୍ଣ କରାଏ ଏହି ଏହି ଜବରଦସ୍ତ ଉପାୟ ! ଗୋଟିଏ ମାସରେ ବାହାଘର ପକା ଫାଇନାଲ। ବିବାହ ବିଳମ୍ବ ପାଇଁ ଆପଣାନ୍ତୁ ଏହି ଉପାୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଯେଉଁ ମାନଙ୍କର ବିବାହ ବହୁତ ବିଳମ୍ବ ହେଉଛି ମନ ପସନ୍ଦର ସ୍ଥାନରୁ ସେଭଳି ବିବାହ ପ୍ରସ୍ତାବ ଆସି ପାରୁନାହିଁ। ଅଥବା ବିବାହ ସ୍ଥିର ହେବା ପରେ ମଧ୍ୟ ଭାଙ୍ଗି ଯାଉଛି। ଯେଉଁମାନେ ବିବାହକୁ ନେଇ ବହୁତ ମାନସିକ ଚିନ୍ତାରେ ଅଛନ୍ତି ସେମାନଙ୍କ ପାଇଁ ଏକ ବହୁତ ଭଲ ଉପାୟ ଜଣେଇବୁ। ଏହାକୁ ଯେଉଁମାନେ ବିଶ୍ୱାସର ସହିତ କରନ୍ତି ସେମାନେ କେବେବି ବିଫଳ ହୋଇନାହାଁନ୍ତି। ଯେଉଁ ମାନେ ଏହି ବିବାହକୁ ନେଇ ସମସ୍ୟାରେ ଅଛନ୍ତି ତ ଆସନ୍ତୁ କଣ କରିବେ ଏହି ପୋଷ୍ଟରେ ଜାଣିବେ। ଏହି କ୍ରିୟାଟି ବହୁତ ଅଧିକ ଶକ୍ତିଶାଳୀ। ତେବେ ଆସନ୍ତୁ ଜାଣିବା।

ଆପଣ ଏହି କ୍ରିୟାଟିକୁ ଯେକୌଣସି ମଙ୍ଗଳବାର ଦିନ କରନ୍ତୁ ଏବଂ ମଙ୍ଗଳବାର ଆପଣଙ୍କର ପ୍ରଭାତ ସମୟରେ ସ୍ନାନ ଶୌଚ ଆଦି ସାରି ଏହି କ୍ରିୟାଟିକୁ କରିବେ। ଏହି କ୍ରିୟାଟିକୁ କରିବାକୁ ହେଲେ ପ୍ରଥମରେ ଦରକାର ପଡିବ ଆପଣଙ୍କୁ ଗୋଟେ ଚୂଟ ଲଗା ନଡ଼ିଆ। ଯାହାକୁ କି ଆପଣ ହାତରେ ଧରିଲେ ଡ଼ବ ଡ଼ବ ହୋଇ ବାଜିବ। ଅର୍ଥାତ ସେହି ନଡ଼ିଆ ଭିତରେ ପାଣିଥିବ। ଏହା ପରେ ଗୋଟେ ନୂଆ ଲାଲ କପଡା। ଯାହାକି ସାଲୁ କପଡା ହେଲେ ବି ଚଳିବ। ଏହା ସହିତ ଗୋଟେ ଲାଲ ସୂତା ସଂଗ୍ରହ କରିବେ।

ସୂତାଟି ଦୁଇରୁ ତିନି ହାତ ହେଲେ ଚଳିବ। ଏହିସବୁ ଜିନିଷକୁ ମଙ୍ଗଳବାର ଦିନ ପୂଜା ଘରେ ନେଇକି ନିଜର ମାନସିକ ସଂକଳ୍ପ କରନ୍ତୁ ଯେ ଯଦି ଆପଣଙ୍କ ପୁଅ ଝିଅଙ୍କ ପାଇଁ ଯଦି କରୁଛନ୍ତି ତ ସେମାନଙ୍କର ଶୀଘ୍ର ବିବାହ ହୋଇଯାଉ ଓ ସଂକଳ୍ପକୁ ଆପଣଙ୍କର ପ୍ରଭୁ ମହାବୀର ହନୁମାନଙ୍କୁ ଆପଣ ସମର୍ପିତ କରନ୍ତୁ। ଯଦି ସମ୍ପୃକ୍ତ ପୁଅ ଝିଅମାନେ ଏହି କ୍ରିୟାଟିକୁ କରୁଥାନ୍ତି ତେବେ ତାହା ମଧ୍ୟ ସେମାନେ ମହାବୀର ହନୁମାନଙ୍କୁ ଜଣେଇକି ଏହି ସଂକଳ୍ପକୁ କରିବେ। ଆପଣ ସେହି ନଡ଼ିଆଟିକୁ ହାତରେ ଧରନ୍ତୁ ତା ଉପରେ ସେହି ନାଲି ସାଲୁ କପଡାକୁ ଗୋଡେଇ ଦିଅନ୍ତୁ ଏବଂ ଲାଲ ସୁତାଟିକୁ ଆପଣ ତାରି ଉପରେ ୩ ଥର ଗୁଡାଇ ଦିଅନ୍ତୁ ଏବଂ ତାକୁ ଗଣ୍ଠି ପକେଇବେ ନାହିଁ ଓ ସେହି ସୁତାର ଦୁଇ ମୁଣ୍ଡକୁ ସେହି ସାଲୁ କପଡା ଭିତରେ ପୁରେଇ ଦେବେ।

ଧ୍ୟାନ ମହାବୀର ହନୁମାନଙ୍କ ପ୍ରତି ରହିବ। ପୁରା ଭକ୍ତି ନିଷ୍ଠାର ସହିତ କରିବେ। ଆପଣ ଏହିଭଳି ଭାବରେ ନଡ଼ିଆଟିକୁ ନେଇ ସଂକଳ୍ପ କରିବା ପରେ ଆପଣ ସେହି ନଡ଼ିଆଟିକୁ ନେଇ ପୂଜା ଘରେ ସେହିଭଳି କୌଣସି ନିବୃତ ସ୍ଥାନ ଥାଏ ତା ତଳେ ରଖିଦିଅନ୍ତୁ। କୌଣସି ଏମତି ସ୍ଥାନରେ ରଖନ୍ତୁ କି ଯେମିତି ଅନ୍ୟ କାହାର ହାତ ତା ଦେହରେ ବାଜିବ ନାହିଁ କିମ୍ବା ପୂଜା ଘରେ କୌଣସି ସ୍ଥାନ ନଥାଏ ତ ଆପଣ ଗୃହ ମଧ୍ୟସ୍ଥ କୌଣସି ସ୍ଥାନରେ ଏହାକୁ ନେଇକି ଲୁଚାଇ ରଖନ୍ତୁ। ଏଥିରେ ଯେମିତି ଆପଣଙ୍କ ବ୍ୟତୀତ ଅନ୍ୟ କାହାର ହାତ ବାଜିବ ନାହିଁ। ଏହା ପରେ ଖଣ୍ଡେ ହଳଦୀ ଆପଣ ସଂଗ୍ରହ କରିବେ।

ଏହି ହଳଦୀଟି ଯେମିତି ଅକ୍ଷତ ହୋଇଥିବ କିମ୍ବା ଖଣ୍ଡିଆ କି ପୁକା ହୋଇନଥିବ। ଖଣ୍ଡେ ଖଣ୍ଡ ହଳଦୀକୁ ହଳଦିଆ କପଡ଼ାରେ ଗୋଡ଼ାଇ ନିଜ ହାତରେ ଯଦି ପୁରୁଷ ତେବେ ଦକ୍ଷିଣ ହସ୍ତରେ ଏବଂ ଯଦି ନାରୀ ତେବେ ବାମ ହସ୍ତରେ ବାନ୍ଧିବେ। ଯଦି ବାହାରକୁ ଗଲାବେଳେ ଆପଣଙ୍କୁ ହାତରେ ବାନ୍ଧିବା ପାଇଁ ଖରାପ ଲାଗିବ ତେବେ ଯଦି ପୁରୁଷ ନିଜ ପକେଟରେ ରଖିବେ ଏବଂ ନାରୀମାନେ ନିଜ ପର୍ସରେ ରଖିବେ। ବାହାରୁ ଫେରିଲେ ସେ ସ୍ଥାନରୁ କାଢି ହାତରେ ବାନ୍ଧି ଦେବେ। ଯଦି ଆପଣଙ୍କ ପୁଅ ଝିଅ ବାହାରେ ଅଛନ୍ତି ଆଉ ଆପଣ ପିତା ମାତା ଏହି କ୍ରିୟା କରୁଛନ୍ତି ତେବେ ଆପଣ ତାଙ୍କୁ କୋରିୟର ସାହାର୍ଯ୍ୟରେ ସେହି ହଳଦୀ ଖଣ୍ଡକୁ ହଳଦିଆ କପଡ଼ାରେ ବାନ୍ଧି ପଲିଥିନ ଭିତରେ ପୁରେଇ ପଠେଇ ଦେବେ।

ଯଦି ପିତା ମାତା ଏହି କ୍ରିୟା ସନ୍ତାନ ପାଇଁ କରୁଛନ୍ତି ତେବେ ଏହି ହଳଦୀ ସେମାନେ ନିଜ ହାତରେ ଧାରଣ କରିବେ ନାହିଁ। ଏହି କାମ ମଙ୍ଗଳବାର ଦିନ କରିବା ପରେ ଯେଉଁ ଗୁରୁବାର ଆଉ ରବିବାର ଆସିବ ଆପଣ ଏହି ଗୁରୁବାର ଏବଂ ରବିବାର ଯେତେବେଳେ ସ୍ନାନ କରୁଛନ୍ତି ଆଉ ବିବାହ ପାଇଁ ଯେଉଁମାନଙ୍କର ଯୋଜନା ଚାଲିଛି ସେହି ପୁଅ କିମ୍ଵା ଝିଅ ହେଉନ୍ତି ସମୟରେ ସ୍ନାନ ସମୟରେ ଗୋଟେ ଚୁଟକି ହଳଦୀ ଗୁଣ୍ଡ ତାଙ୍କ ସ୍ନାନ ପାଣିରେ ମିଶେଇ ଦିଅନ୍ତୁ ଆଉ ସେହି ପାଣିରେ ସ୍ନାନ କରିବେ ଏବଂ ସ୍ନାନ ଶୌଚ ପରେ କଦଳୀ ଗଛ ମୂଳରେ ଏକ ଲୋଟା ହଳଦୀ ମିଶା ଜଳ ଅର୍ପଣ କରିବେ ଏବଂ ପ୍ରଣାମ କରିବେ।

ଏହି କ୍ରିୟାରେ ତିନି କାଳୀନ ଦେବତା ସନ୍ତୁଷ୍ଟ ହୋଇଥାନ୍ତି। ସେମାନେ ହେଉଛନ୍ତି ଭଗବାନ ହନୁମାନ, ଗୁରୁ ବୃହସ୍ପତି ଏବଂ ଶ୍ରୀହରି ବିଷ୍ଣୁ। ଏମାନଙ୍କର ମିଳିତ କୃପା ଫଳରେ ଯେକୌଣସି ବ୍ୟକ୍ତିର ସହଜରେ ମାଙ୍ଗଳିକ ଯୋଗ ଉନ୍ମଚନ ହୁଏ। ତେବେ ଆପଣ ଯେଉଁ ମଙ୍ଗଳବାର ଦିନ ଏହି କ୍ରିୟାଟିକୁ କରିବେ ତ ସେହିଦିନ ଆପଣ ଲୁଣ ସେବନ କରିବେ ନାହିଁ। ଯଦି ପିତା ମାତା ବି ପୁଅ ଝିଅ ପାଇଁ କରୁଛନ୍ତି ସେମାନେ ବି ମଧ୍ୟ ମନେରଖିବେ ଯେ ଲୁଣର ସେବନ ନକରିବା ପାଇଁ। ସମ୍ପୃକ୍ତ ପୁଅ ଝିଅ ଯେଉଁମାନଙ୍କ ପାଇଁ ଏହି କ୍ରିୟା କରିବେ ସେମାନେ ବି ମଧ୍ୟ ସେହି ମଙ୍ଗଳବାର ଦିନ ଲୁଣ ସେବନ କରିବେ ନାହିଁ।

ଆପଣ ଯେଉଁ ନଡ଼ିଆଟିକୁ ରଖିଥିବେ ଆପଣ ସେହି ନଡ଼ିଆଟିକୁ ସେମିତି ସେହି ନବୃତ ସ୍ଥାନରେ ରଖିଥିବେ ଯେତେ ପର୍ଯ୍ୟନ୍ତ ବିବାହ ସମ୍ପର୍ଣ୍ଣ ହୋଇନଥିବ। ଯେତେବେଳେ ଦେଖିବେ ବିବାହ ସ୍ଥିର ହେଲା ଆପଣ ସେତିକି ବେଳେ ସେହି ନଡ଼ିଆଟିକୁ କାଢ଼ିବେ ଏବଂ ତା ଉପରେ ଯେଉଁ ନାଲି ସାଲୁ କପଡା ଏବଂ ସୂତାଟିକୁ ଗୋଡ଼ାଇ ଥିଲେ ତାକୁ କୌଣସି ପ୍ରବାହିତ ଜଳରେ ପ୍ରବାହିତ କରିଦେବେ ଏବଂ ନଡ଼ିଆଟିକୁ ନେଇକି କୌଣସି ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ଆପଣ ଦାନ କରି ଦେଇକି ଆସିବେ। ଦେଖିବେ ଆପଣଙ୍କର ବିବାହ ଜନିତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *