Excuse Me Odisha

ଯାହା କହିବୁ ସତ କହିବୁ

ମକର ସଂକ୍ରାନ୍ତି ( 14 January ) ରେ ଏହି ୫ଟି ରାଶିର ଭାଗ୍ୟ ଖୋଲିବ ! ଏଥିରେ ଆପଣଙ୍କ ରାଶି ନୁହେଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ଜାନୁଆରୀ ୧୪ ମକର ସଂକ୍ରାନ୍ତି ୫ ଟି ରାଶି ଧନୀ।

ବନ୍ଧୁଗଣ ୧୪ ଜାନୁଆରୀ ୨୦୨୨ରେ ପାଳିତ ହେବାକୁ ଯାଉଅଛି ପବିତ୍ର ମକର ସଂକ୍ରାନ୍ତି। ବନ୍ଧୁଗଣ ସୂର୍ଯ୍ୟଙ୍କର ଗୋଟେ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ। ଏଥର ସୁର୍ଯ୍ୟ ଦେବ ଧନୁ ରାଶିକୁ ପରିତ୍ୟାଗ କରି ମକର ରାଶିରେ ଗୋଚର କରିବେ। ସେଥିପାଇଁ ରାଶି ଚକ୍ରରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଅଛି। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ପ୍ରତ୍ୟକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହିଁଥାଏ କିନ୍ତୁ ଗ୍ରହ ମାନଙ୍କର ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରିଥାଏ। ଗ୍ରହର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତିର ଭାଗ୍ୟ ସ୍ଥିର ହୋଇଥାଏ।

ରାଶି ମାନଙ୍କ ଭାଗ୍ୟ ଗ୍ରହ ମାନଙ୍କର ଚଳନ ଉପରେ ହିଁ ନିର୍ଭର କରିଥାଏ। କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତିକୁ ବହୁତ କିଛି ମିଳିଯାଇଥାଏ। ଯାହା କେବଳ ଗ୍ରହ ମାନଙ୍କର ଚଳନ ଦ୍ୱାରା ହିଁ ସମ୍ଭବ ହୋଇ ପାରିଥାଏ। ଯଦି କୌଣସି ବ୍ୟକ୍ତିର ଗ୍ରହର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତିକୁ କମ ପରିଶ୍ରମରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ।

ଆପଣଙ୍କୁ ଜଣେଇବାକୁ ଯାଉଛୁ ଏହି ମକର ସଂକ୍ରାନ୍ତି ଠାରୁ ରାଶି ଚକ୍ରର ୧୨ ଗୋଟି ରାଶି ମଧ୍ୟରୁ ଏଭଳି ୫ ଗୋଟି ରାଶି ଅଛନ୍ତି ଯେଉଁମାନଙ୍କର ଉପରେ ପ୍ରଭୁ ସୂର୍ଯ୍ୟଦେବ ଏବଂ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ପଡ଼ିବାକୁ ଯାଉଅଛି। ତେବେ ଆସନ୍ତୁ ସେହି ରାଶି ଗୁଡିକ ବିଷୟରେ ଜଣେଇବୁ ଯେଉଁମାନଙ୍କର ଭାଗ୍ୟ ମା ଲକ୍ଷ୍ମୀଙ୍କ କୃପାରୁ ମକର ସଂକ୍ରାନ୍ତି ପର ଠାରୁ ବଦଳିବାକୁ ଯାଉଅଛି। ତେବେ ଆସନ୍ତୁ ଜାଣିବା କଣ କଣ ସେହି ୫ ଗୋଟି ଭାଗ୍ୟଶାଳୀ ରାଶି।

ବୃଷ ରାଶି। ଏହି ରାଶିର ଜାତକ ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ବନୁଅଛି। ଏହି ମକର ସଂକ୍ରାନ୍ତି ପର ଠାରୁ ଏମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଅଛି। ଭବିଷ୍ୟତରେ ଏହି ରାଶିର ବ୍ୟକ୍ତି ମାନଙ୍କର କୌଣସି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ରମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ଏମାନଙ୍କୁ ପ୍ରାପ୍ତ ହେବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଜୀବନରେ ଥିବାଧନ ସମସ୍ୟା ଦୁରୀଭୂତ ହେବ ଏବଂ ଏମାନଙ୍କର ଜୀବନ ଧନ ଧାନ୍ୟରେ ପରିପୂର୍ଣ୍ଣ ହେବ।

କର୍କଟ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବାକୁ ଯାଉଅଛି। ଏହି ରାଶି ମାନଙ୍କର ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ। ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନସାଥୀଙ୍କ ସହିତ ନିଜର ସମୟ ଅତିବାହିତ କରିବେ। ଭାଗ୍ୟର ଏମାନଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଏହି ରାଶିର ଜାତକଙ୍କୁ କୌଣସି ଅଚାନକ ଖୁସି ଖବର ପ୍ରାପ୍ତ ହେବ। ଭାଗ୍ୟର ସହଯୋଗରେ ଏମାନେ ପ୍ରଗତି ଆଡ଼କୁ ଅଗ୍ରସର କରିବେ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବରେ ଧନ ଲାଭର ମଧ୍ୟ ଯୋଗ ବନୁଅଛି।

ସିଂହ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କର ଖୁବଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଅଛି। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ ଏମାନଙ୍କର ଜୀବନରେ ମା ଲକ୍ଷ୍ମୀଙ୍କର କୃପାଦୃଷ୍ଟିରୁ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ଭାବରେ ପାଇବେ।

ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଲାଭ ପ୍ରାପ୍ତ ହେବ। ବ୍ୟାପାରି ମାନେ ନିଜ ବ୍ୟାପାରରେ ଦୁଇଗୁଣା ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବରେ ପ୍ରମୋସନ ମିଳିବ। ଏହି ରାଶିର ବ୍ୟକ୍ତି ମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କର ମାର୍ଗଦର୍ଶନ ପାଇବା ଦ୍ୱାରା ନିଜକୁ ଭାଗ୍ୟଶାଳୀ ମନେ କରିବେ।

ତୁଳା ରାଶି। ଏହି ରାଶିର ଲୋକମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନରେ ସୁଖ ଏବଂ ଶାନ୍ତି ପ୍ରତିଷ୍ଠା ହେବ।

ମକର ରାଶି। ଏହି ରାଶିର ଜାତକ ଖୁବଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି। ଏମାନଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥିବ ତେବେ ଘଟିବାକୁ ଥିବା ଶୁଭ ସଂଯୋଗ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ମା ଲକ୍ଷ୍ମୀ ଏବଂ ଧନର ଦେବତା କୁବେର ମହାରାଜଙ୍କର କୃପାରୁ ଏହି ରାଶିର ଅନ୍ତର୍ଗତ ଜୀବନ ଧନଧାନ୍ୟରେ ପରିପୂର୍ଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *