Excuse Me Odisha

ଯାହା କହିବୁ ସତ କହିବୁ

ଘର ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ! ଏମାନଙ୍କୁ ବାହା ହେଲାପରେ ଖୋଲି ଯାଇଥାଏ ସ୍ବାମୀ ମାନଙ୍କର ଭାଗ୍ୟ !

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ପ୍ରତ୍ୟେକ ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଝିଅମାନେ ନିଜ ଘର ପରିବାର ଓ ଶାଶୂଘର ପାଇଁ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। କୁହାଯାଇଛି କି କିଛି ବିଶେଷ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ। ଏମାନେ ଯେଉଁଠାରେ ରହିଥାନ୍ତି ସେଠାରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ମାର୍ଚ୍ଚ ମାସ –

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ସୁନ୍ଦରୀ ଓ ବୁଦ୍ଧିମତୀ ହୋଇଥାନ୍ତି। ଏମାନେ କୌଣସି ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରିବାରେ ସକ୍ଷମ ହୋଇ ଥାଆନ୍ତି। ଏହି ଝିଅମାନଙ୍କୁ କ୍ୟାରିୟରରେ ଆଶାନୁରୂପ ସଫଳତା ମିଳିଥାଏ। ଏମାନେ ନିଜ ପରିବାର ପାଇଁ ସବୁକିଛି କରି ପାରନ୍ତି। ଏମାନଙ୍କୁ କେବେବି ଧନର ଅଭାବ ହୋଇ ନଥାଏ। ଏମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି, ପରିବାର ଲୋକଙ୍କ ପାଇଁ ଭାଗ୍ୟବତୀ ସାବ୍ୟସ୍ତ ହୋଇଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ।

ଜୁଲାଇ ମାସ –

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ନିଜ ପରିବାର ପାଇଁ ଭାଗ୍ୟବତୀ ହୋଇ ଥାଆନ୍ତି। ସମାଜରେ ଏମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। କ୍ୟାରିୟରରେ ଏମାନେ ଖୁବ୍ ଶୀଘ୍ର ସଫଳତା ହାସଲ କରିଥାନ୍ତି। ଏହି ଝିଅମାନେ ବହୁତ ନିଶ୍ଚୟୀ ସ୍ୱଭାବର ହୋଇଥାନ୍ତି। ଏମାନେ ବହୁତ ବୁଦ୍ଧିମତୀ ହେବା ସହିତ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାନ୍ତି। ଏମାନେ ନିଜର ପରିବାର ଲୋକଙ୍କ ପାଇଁ ସବୁ କିଛି କରି ପାରନ୍ତି। ଏହି ଝିଅମାନେ ଯେଉଁ ବସ୍ତୁ ପାଇବାକୁ ଇଛା ରଖିଥାନ୍ତି, ତାକୁ ପାଇବାକୁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରିଥାନ୍ତି।ଏମାନେ ସର୍ବଦା ନିଜ ପରିବାରର ଯତ୍ନ ନେଇଥାନ୍ତି।

ସେପ୍ଟେମ୍ବର ମାସ –

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ସୁନ୍ଦରୀ ଓ ବୁଦ୍ଧିମତୀ ହୋଇଥାନ୍ତି। ଏମାନେ କଠିନ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାନ୍ତି। ଏମାନେ ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରି କୌଣସି ସମସ୍ୟାର ସମାଧାନ ବାହାର କରି ପାରନ୍ତି। ଏହି ଝିଅମାନେ ନିଜ ଘରେ ଓ ଅଫିସ ମଧ୍ୟରେ ଉତ୍ତମ ତାଳମେଳ ରଖି ଥାଆନ୍ତି। ଏମାନେ ନିଜ ପରିବାର ତଥା ପାର୍ଟନରଙ୍କ ଛୋଟ ଛୋଟ ଆବଶ୍ୟକତା ଉପରେ ଧ୍ୟାନ ରଖିଥାନ୍ତି। ଏମାନେ କୌଣସି ବିବାଦରେ ସାମିଲ ହେବାକୁ ପସନ୍ଦ କରି ନଥାନ୍ତି।

ନଭେମ୍ବର ମାସ –

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଉତ୍ତମ ଓ ଯତ୍ନଶୀଳ ସ୍ୱଭାବର ହୋଇଥାନ୍ତି। ଏମାନେ କୌଣସି ପରିସ୍ଥିତି ସହିତ ଖୁବ୍ ଶୀଘ୍ର ତାଳମେଳ ହୋଇ ପାରନ୍ତି।ଏମାନେ ସର୍ବଦା ନିଜ ପରିବାର ମଧ୍ୟରେ ସମ୍ପର୍କ ସୁଦୃଢ ରହିବା ପାଇଁ ପ୍ରୟାସ କରି ଥାଆନ୍ତି। ଏମାନେ ନିଜ ବାପଘର ତଥା ଶାଶୂଘର ଲୋକଙ୍କ ପାଇଁ ସୌଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ସମାଜରେ ଏମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। କେବେବି ଏମାନଙ୍କୁ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡ଼ି ନଥାଏ। କ୍ୟାରିୟରରେ ଏମାନେ ଖୁବ୍ ଶୀଘ୍ର ସଫଳତା ଅର୍ଜନ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *