Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଭୟଙ୍କର ଅର୍ଥ …….

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱପ୍ନରେ ଭଗବାନ ଦର୍ଶନ ଦେଲେ କଣ ସଂକେତ ମିଳିଥାଏ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା ଅଟେ। ପ୍ରାୟ ସବୁ ଲୋକଙ୍କୁ ସ୍ୱପ୍ନ ଆସିଥାଏ। କାହାକୁ କମ ତ କାହାକୁ ବେସି ଆସିଥାଏ। କିଛି ଲୋକଙ୍କୁ ଲଗାତାର ଏକ ଫିଲ୍ମ ପରି ସ୍ୱପ୍ନ ଦେଖା ଦେଇଥାଏ। ୩ ପ୍ରକାରର ଲୋକଙ୍କୁ ସ୍ୱପ୍ନ ବହୁତ ଅଧିକ ଆସିଥାଏ। ପ୍ରଥମରେ ଯିଏ ଅଧିକ ବିମାରିରେ ରହିଥାଏ। ଦ୍ଵିତୀୟରେ ଯାହାର ହାତ ରେଖା ବହୁତ ଅଙ୍କା ବଙ୍କା ହୋଇଥାଏ ବା ଯାହାର ହାତରେ ବହୁତ ଅଧିକ ରେଖାଥାଏ ଏବଂ ତୃତୀୟରେ ଯିଏ ବହୁତ ଅଧିକ ଭାବିଥାଏ ବା ହୃଦୟରୁ ବହୁତ ଯିଏ ସଫା ହୋଇଥାଏ।

ସେମାନେ ଅଧିକ ସ୍ୱପ୍ନ ଦେଖିଥାନ୍ତି। ଆସନ୍ତୁ ଜାଣିବା କେଉଁ ପ୍ରକାରର ସ୍ୱପ୍ନ ସତ ହୋଇଥାଏ। ଯଦି ଆମେ ରାତିକୁ ୩ ଭାଗରେ ବିଭକ୍ତ କରିଦେବା ୧୦ ଟାରୁ ୧୨ ଟା ଭିତରେ ଯେଉଁ ସ୍ୱପ୍ନ ଆସିଥାଏ ଏହାର କୌଣସି ଅର୍ଥ ରହିନଥାଏ କାହିଁକିନା ଏହା ଆପଣଙ୍କ ଶୋଇବାର ପ୍ରଥମ ପ୍ରହର ହୋଇଥାଏ। ହୋଇପାରେ ଯେଉଁ କାର୍ଯ୍ୟ ଆପଣ କରିକି ଶୋଇଛନ୍ତି କିମ୍ବା ଯେମିତି ଆପଣଙ୍କର ଦିନ ଯାଇଥିବ ସେହି ସମ୍ବଦ୍ଧିତ ସ୍ୱପ୍ନ ଆପଣଙ୍କୁ ଆସିଥାଏ କିନ୍ତୁ ୧୨ ଟାରୁ ୩ ଟା ଭିତରେ ଯେଉଁ ସ୍ୱପ୍ନ ଆସିଥାଏ ତାହା ଆପଣଙ୍କ ପାଇଁ ଏକ ସୂଚକ ହୋଇପାରେ। ଏମତି ସ୍ଵପ୍ନ ଦେଖିବା ଫଳରେ ଆପଣ ନିଦରେ ଆଜିବ ବା ବ୍ୟାକୁଳ ଅନୁଭବ କରିଥାନ୍ତି ଏବଂ ୩ ଟାରୁ ୬ ଟା ଭିତରେ ଦେଖାଯାଇଥିବା ସ୍ୱପ୍ନ ପୁରା ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ।

ଏହାକୁ ଏମତି ବୁଝି ପାରିବା କି ଯେଉଁ ସମୟରେ ଆପଣ ସ୍ୱପ୍ନ ଦେଖୁଛନ୍ତି ସେହି ସମୟରେ ଆପଣଙ୍କ ଆଖପାଖରେ ଏହି ଘଟଣା କିମ୍ବା ଆପଣଙ୍କର ନିକଟତର ଲୋକଙ୍କ ସହିତ ଘଟୁଥାଇ ପାରେ। ଯଦି ସୁର୍ଯ୍ୟ ଉଦୟ ସମୟରେ ଆପଣ କୌଣସି ସ୍ୱପ୍ନ ଦେଖୁଛନ୍ତି ତ ଏହା ବହୁତ ଅଧିକ ସମ୍ଭାବନା ରହିଥାଏ କି ଏହି ସ୍ୱପ୍ନ ଆପଣ ଉଠିବା ପରେ ଦିନରେ କୌଣସି ବି ସମୟରେ ପୁରା ହୋଇପାରେ ତ ଏହା ଥିଲା କେଉଁ ପ୍ରକାରର ସ୍ୱପ୍ନ କଣ ପ୍ରଭାବ ପକାଇଥାଏ।

ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ କି କେଉଁ ପ୍ରକାରର ସ୍ୱପ୍ନ ସତ ହୋଇଥାଏ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ହୃଦୟ ସଫା ହୋଇଥାଏ ଯାହାର ମନରେ ଛଳ କପଟ ରହିନଥାଏ କିମ୍ବା ଯେଉଁ ଲୋକ ସଚା ହୃଦୟରେ ପୂଜାପାଠ କରିଥାନ୍ତି ଏବଂ ଯିଏ ଅନ୍ୟର କଷ୍ଟକୁ ବୁଝି ପାରିଥାନ୍ତି ତ ଏମିତି ଲୋକଙ୍କ ସ୍ୱପ୍ନ ପୁରା ହୋଇଥାଏ। ଏମିତି ଲୋକ ଜୀବନରେ ଘଟିବାକୁ ଥିବା ବହୁତ ଘଟଣା ମାନ ସ୍ୱପ୍ନରେ ଦେଖିନେଇଥାନ୍ତି। ଉଦାହରଣ ସ୍ୱରୂପ:- ରାଜା ସୁଦଧନ ଯିଏ ଗୌତମ ବୁଦ୍ଧଙ୍କର ପିତା ଥିଲେ ଥରେ ସେ ସ୍ୱପ୍ନରେ ୭ ଟି ଦୃଶ୍ୟ ଦେଖିଲେ ଯାହା ରାଜକୁମାର ସିଦ୍ଧାର୍ଥଙ୍କ ଜୀବନ ସହିତ ଥିଲା। ସ୍ୱପ୍ନ ଦ୍ୱାରା ତଙ୍କୁ ସଂକେତ ମିଳିଯାଇଥିଲା କି ତାଙ୍କର ପୁତ୍ର ବହୁତ ବଡ଼ ସାଧୁ ବନିବ ଏବଂ ପୁରା ବିଶ୍ୱରେ ପ୍ରସିଦ୍ଧ ହେବ। ଏମତି ହେବାରୁ ରୋକିବା ପାଇଁ ରାଜା ବହୁତ ପ୍ରୟାସ କଲେ କିନ୍ତୁ ସେ ଅସଫଳ ରହିଲେ। ତ ବନ୍ଧୁଗଣ ଏହା ତ ଥିଲା କେଉଁ ପ୍ରକାରର ଲୋକଙ୍କ ସ୍ୱପ୍ନ ସତ ହୋଇଥାଏ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଯଦି ଆପଣ ସ୍ୱପ୍ନରେ କେବେ ଦେବୀ ଦେବତାଙ୍କର ସ୍ୱପ୍ନ ଦେଖୁଛନ୍ତି ତ ଏହାର ଅର୍ଥ କଣ ହୋଇପାରେ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନର ବହୁତ ମହତ୍ୱ ରହିଥାଏ। କାହିଁକିନା ଏହି ସ୍ୱପ୍ନ ଆପଣଙ୍କର ଭବିଷ୍ୟତ ବିଷୟରେ ସଂକେତ ଦେଇଥାନ୍ତି। ଏହି ପ୍ରକାରରେ ଯେବେ ଆପଣ ଦେବୀ ଦେବତା କିମ୍ବା ଭଗବାନଙ୍କୁ ସ୍ୱପ୍ନରେ ଦେଖିଥାନ୍ତି ତାହେଲେ ଏହାର କିଛି ନାଁ କିଛି ଅର୍ଥ ନିଶ୍ଚୟ ରହିଥାଏ। ବନ୍ଧୁଗଣ ଭଗବାନ ଦେବୀ ଦେବତାଙ୍କର ସ୍ୱପ୍ନ ସେବେ ଆସିଥାଏ ଯେବେ ଆପଣ ଧାର୍ମିକ ପ୍ରବୃତିର ହୋଇଥାନ୍ତି। କିମ୍ବା ଆପଣ ଭକ୍ତିରେ ବିଶ୍ୱାସ ରଖିଥାନ୍ତି କିନ୍ତୁ ବ୍ୟସ୍ତତା ପାଇଁ ଭଗବାନଙ୍କୁ ପୂଜା କରିପାରି ନଥାନ୍ତି କିମ୍ବା ବହୁତ ସମୟ ଧରି ଆପଣଙ୍କର କୌଣସି ତୀର୍ଥ ସ୍ଥାନ ଯିବା ପାଇଁ ଇଛା ରହିଥାଏ କିନ୍ତୁ ସମ୍ଭବ ହୋଇ ପାରୁନଥାଏ ତେବେ ଆସନ୍ତୁ ଜାଣିବା ବିଭିନ୍ନ ଦେବୀ ଦେବତାଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କଣ ହୋଇଥାଏ।

ଯଦି ଆପଣ ସ୍ୱପ୍ନରେ ଭଗବାନ ବିଷ୍ଣୁଙ୍କୁ ଦେଖୁଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଭାଗ୍ୟ ଉଦୟ ହେବାର ଅଛି। ଆପଣଙ୍କ ଜୀବନରେ ଯାହାବି କଷ୍ଟ ଅଛି ଜଲଦି ହିଁ ସେସବୁ କଷ୍ଟ ଦୂର ହେବାକୁ ଯାଉଅଛି। ଭଗବାନ ବିଷ୍ଣୁଙ୍କୁ ସ୍ୱପ୍ନରେ ଦେଖିବା ସୁଖ ଏବଂ ସମୃଦ୍ଧିର ସଂକେତ ହୋଇଥାଏ।

ମା ଲକ୍ଷ୍ମୀଙ୍କୁ ସ୍ୱପ୍ନରେ ଦେଖିବା ବହୁତ ଶୁଭ ହୋଇଥାଏ। ଏହା ପ୍ରତିଷ୍ଠା ଧନଧାନ୍ୟ ସୁଖ ସମୃଦ୍ଧିର ପ୍ରତୀକ ଅଟେ। ମା ଲକ୍ଷ୍ମୀଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣଙ୍କ ବ୍ୟବସାୟରେ ଲାଭ ହେବାକୁ ଯାଉଛି।

ଭଗବାନ ରାମଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଭବିଷ୍ୟତରେ ଜଲଦି ହିଁ ମିଳିବାକୁ ଥିବା କୌଣସି ବଡ଼ ସଫଳତାର ସଂକେତ ଅଟେ।

ମା ସୀତାଙ୍କୁ ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ତ ଏହାର ଅର୍ଥ ଏହା ଅଟେ ଯେ ଯେଉଁ କାର୍ଯ୍ୟ ପାଇଁ ଆପଣ ଚେଷ୍ଟା କରୁଛନ୍ତି ବହୁତ ଦିନରୁ ଅପେକ୍ଷା କରି ରହିଛନ୍ତି ସେଥିରେ ଆପଣଙ୍କୁ ସଫଳତା ମିଳିବାର ସଂକେତ ଦେଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣଙ୍କର ପ୍ରେମ ସମ୍ବଦ୍ଧ ସଫଳତା ଆଡ଼କୁ ଅଗ୍ରସର ହେଉଅଛି।

ଯଦି ଆପଣ ସ୍ୱପ୍ନରେ ମା ରାଧାଙ୍କୁ ଦେଖୁଛନ୍ତି ତ ଏହାର ଅର୍ଥ ଏହା ବୁଝିଯାଅନ୍ତୁ କି ଆପଣଙ୍କ ଜୀବନରେ ଆନନ୍ଦର ଆଗମନ ହେବାକୁ ଯାଉଅଛି।

ଭଗବାନ ଶିବଙ୍କୁ ଯଦି ଆପଣ ସ୍ୱପ୍ନରେ ଦେଖୁଛନ୍ତି ତ ଏହାର ଅର୍ଥ ଆପଣ ଭକ୍ତି ମାର୍ଗରେ ଉନ୍ନତି କରୁଛନ୍ତି। ତା ସହିତ ହିଁ ଭଗବାନ ଶିବଙ୍କୁ ସ୍ୱପ୍ନରେ ଦେଖିବା ଜୀବନରେ ପାପ ଏବଂ ବିପତିର ନାଶର ସଂକେତ ହୋଇଥାଏ।

ଭଗବାନ ହନୁମାନଙ୍କୁ ଯଦି ସ୍ୱପ୍ନରେ ଦେଖୁଛନ୍ତି ଏହାର ଅର୍ଥ ଆପଣ ଭୟ ଉପରେ ବିଜୟ ପ୍ରାପ୍ତି କରୁଛନ୍ତି। ତା ସହିତ ହିଁ ଆପଣଙ୍କର ଶତ୍ରୁ ମାନଙ୍କର ନାଶ ହେବାର ସୂଚନା ଦେଇଥାଏ।

ଦେବୀ ଦୁର୍ଗାଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଶକ୍ତିର ପ୍ରତୀକ ଅଟେ। ମା ଦୁର୍ଗାଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ରୋଗର ବିନାଶର ସଂକେତ ଦେଇଥାଏ।

ଭଗବାନ ବ୍ରହ୍ମାଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ପ୍ରସନ୍ନତାର ଆଗମନ ନିଶ୍ଚିତ ଅଟେ।

ଭଗବାନ ଗଣେଶଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ଅଟକି ଯାଇଥିବା ସବୁ କାର୍ଯ୍ୟ ଏବେ ଜଲଦି ହିଁ ପୂରଣ ହେବାକୁ ଯାଉଛି।

ମା ସ୍ୱରସ୍ୱତୀଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଏହା ଅଟେ କି ଶିକ୍ଷା କ୍ଷେତ୍ରରେ ଆପଣ ଜଲଦି ହିଁ ସଫଳତା ହାସଲ କରିବେ।

ଯମରାଜଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣଙ୍କ ଲମ୍ବା ଆୟୁର ସଂକେତ ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *