Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଗରିବୀ ଆଉ ଦରିଦ୍ରତା ଆସିବାର ୧୦ଟି ମୁଖ୍ୟ କାରଣ ! କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଗରିବୀ ଆସିବାର ୧୦ ଟି ବଡ଼ ମୁଖ୍ୟ କାରଣ।

ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ କଥାରେ କିଛି ନାଁ କିଛି ସଂକେତ ଲୁଚି ମିଳିଥାଏ। ଏହି ସଂକେତକୁ ଯଦି ଆମେ ଜାଣିପାରିବା ତ ଏହା ମଧ୍ୟ ଜାଣିପାରିବା ଯେ ଭବିଷ୍ୟତରେ ଆସିବାକୁ ଥିବା ସମୟ କେମିତି ରହିବ ଏବଂ ସମସ୍ୟାରୁ ବଞ୍ଚିତ ହୋଇପାରିବା। ଜ୍ୟୋତିଷ ଅନୁସାରେ ଯେତେବେଳେ ଘରେ ଦରିଦ୍ରତା ହେବାର ସମ୍ଭାବନା ଥାଏ ତ ଘରେ ଛୋଟ ଛୋଟ ଘଟଣା ଇଶାରା କରିଥାଏ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁକି ଗରିବୀ ବଢିବାର କେଉଁ କେଉଁ ସଂକେତ ମିଳିଥାଏ। ତେବେ ଆସନ୍ତୁ ଜାଣିବା।

ଯଦି ଘରେ କୌଣସି ବି ଅସୁବିଧା ଆସିବାକୁ ଥାଏ ତ ତାହାର ପ୍ରଭାବ ସବୁଠୁ ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡିଥାଏ। ତୁଳସୀର ଗଛ ଶୁଖିଯାଇଥାଏ ଯାହା ଘରେ ଦରିଦ୍ରତା ଏବଂ ଅସୁବିଧା ଆସିବାର ସଂକେତ ମିଳିଥାଏ।

ଖାଇବା ପିଇବା ପଦାର୍ଥରେ ଯଦି କଳା ପିମ୍ପୁଡି ପଡ଼ିଯାଏ ଆପଣଙ୍କର ଆସୁଥିବା ଖରାପ ସମୟ ବିଷୟରେ ଇଶାରା କରିଥାଏ।

ଯଦି ଆପଣଙ୍କର ଘରେ ଲାଗିଥିବା ଗଛ ପତ୍ର ଶୁଖିବାକୁ ଲାଗେ ତ ତାକୁ ତୁରନ୍ତ କାଟି ଦିଅନ୍ତୁ। ଘରେ ଲାଗିରହିଥିବା ଗଛ ପତ୍ର ସବୁବେଳେ ହରାଭରା ରହିବା ଦରକାର। ଘରର ଗଛ ପତ୍ରର ପତ୍ର ନଶୁଖିବା ଦରକାର ଏହା ଦ୍ୱାରା ବୁଧ ଗ୍ରହ ଖରାପ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଉପରେ କରଜ ବଢିଥାଏ। ଗଛ ଲତାରେ ସବୁଦିନ ପାଣି ଦିଅନ୍ତୁ ଯତ୍ନ ନିଅନ୍ତୁ କିନ୍ତୁ ଶୁଖିବାକୁ ଦିଅନ୍ତୁ ନାହିଁ।

ଘରେ ଝାଡୁ ମା ଲକ୍ଷ୍ମୀଙ୍କର ସୂଚକ ହୋଇଥାଏ। କାହିଁକିନା ଝାଡୁ ଦରିଦ୍ରତାକୁ ଘରୁ ବାହାରକୁ ବାହାର କରିଦେଇଥାଏ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଦୌଲତ ଆସିଥାଏ। ଝାଡୁ ଉପରେ ଗୋଡ଼ ରଖିବା କିମ୍ବା ଝାଡୁରେ ଗୋଡ଼ ନବଜାଇବା ଉଚିତ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଘରେ କୌଣସି ଛୋଟ ପିଲା ଯଦି ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତ ତାହାକୁ ଘରକୁ ଚାହୁଁନଥିବା ଅତିଥି ଆସିବାର ସଂକେତ ମାନାଯାଇଥାଏ।

ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନଲଗାଇବା ଉଚିତ। କାହିଁକିନା ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଭୋଜନ କରିବା ପୂର୍ବରୁ ଝାଡୁ ନିଶ୍ଚୟ ଲଗାନ୍ତୁ। ଏହା ଶୁଭ ହୋଇଥାଏ। ଝାଡୁକୁ କେବେବି ଓଲଟା କରିକି ରଖନ୍ତୁ ନାହିଁ। ଝାଡୁକୁ ସବୁବେଳେ ଶୁଆଇକି ରଖନ୍ତୁ। ଝାଡୁକୁ ଠିଆ କରି ରଖିବା ଦ୍ୱାରା ଘରେ କଳହ ବଢିଥାଏ। ଏବଂ ଘରେ ଦରିଦ୍ରତା ଏବଂ ଗରିବିର ବାସ ହୋଇଥାଏ। ଅନ୍ଧାର ହେବା ପରେ ଘରେ ଝାଡୁ ଲଗାନ୍ତୁ ନାହିଁ।

ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛି ତ ସେ ଯିବା ପରେ ସଙ୍ଗେ ସଙ୍ଗେ ଘରେ ଝାଡୁ ଲଗାନ୍ତୁ ନାହିଁ। କିଛି ସମୟ ଛାଡିକି ଝାଡୁ ଲଗାଇ ପାରିବେ ତାହାବି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ। ଘରେ ଝାଡୁକୁ ଆପଣ ଲୁଚେଇ ରଖିବା ଉଚିତ। କାହାର ନଜର ଝାଡୁ ଉପରେ ନପଡିବା ଉଚିତ ଯେଉଁ ପ୍ରକାରରେ ଧନକୁ ଲୁଚେଇ ରଖାଯାଏ ସେହି ପ୍ରକାରରେ ଝାଡୁକୁ ବି ଲୁଚେଇ ରଖିବା ଉଚିତ। ଯେମିତି କାହାରି ନଜର ଝାଡୁ ଉପରେ ନପଡିବ। ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ କୌଣସି ବି ପ୍ରମୁଖ ସ୍ଥାନ ନରଖି ଝାଡୁକୁ ଏଠି ସେଠି ରଖି ଦିଅନ୍ତି ସେମାନଙ୍କର ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଏହା ଦ୍ୱାରା ଖର୍ଚ୍ଚ ବଢିଥାଏ।

ବନ୍ଧୁଗଣ ଗାଈ କିମ୍ବା ଅନ୍ୟ କୌଣସି ବି ଜୀବଜନ୍ତୁଙ୍କୁ ଝାଡୁରେ ମାରିବା ବାହାରକୁ ପଠେଇ ଦେବା ଅନୁଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରୁ ରୁଷ୍ଟ ହୋଇକରି ଚାଲିଯାଇଥାନ୍ତି।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡିଯାଇଥାଏ ସେଠାରେ ଅଚାନକ ଖର୍ଚ୍ଚ ବଢିଯାଏ। ଘରର ଲୋକ ରୋଗରେ ପଡିଯାଇଥାନ୍ତି। ସେଥିପାଇଁ ଏହି କଥାର ଧ୍ୟାନ ରଖନ୍ତୁ। ବହୁତ ଲୋକ କହିଥାନ୍ତି କି କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ ତ ଆମେ ଆପଣଙ୍କୁ କହି ଦେଉଛୁ କି ଯଦି ସବୁବେଳେ କ୍ଷୀର ଉତୁରି ତଳେ ପଡେ ତ ଏହା ଶୁଭ ନୁହେଁ। ସର୍ବଦା ଏପରି ନହେବା ଉଚିତ।

ଯଦି ଆପଣ କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ଏବଂ ଫେରିବା ବେଳେ ଆପଣଙ୍କୁ କବାଟ ପାଖରେ ସବୁଠୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଯାଏ ତ ଏହାର ମାନେ ହେଉଛି ଆପଣଙ୍କର ଖରାପ ସମୟ ବହୁତ ଜଲଦି ହିଁ ଆରମ୍ଭ ହେବାର ଅଛି। ସେଥିପାଇଁ ଆପଣଙ୍କୁ ସାବଧାନ ରହିବା ଉଚିତ।

ବନ୍ଧୁଗଣ ଘରେ ଝିଟିପିଟି ଦେଖାଦେବା ଏମିତିରେ ତ ଶୁଭ ସଂକେତ ହୋଇଥାଏ କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେହି ଘରେ ଝିଟିପିଟି ମରି ଯାଇଥିବାର ମିଳିଯାଏ ତ ନୂଆ ଘରକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ପୂଜା ପାଠ କରିଦେବା ଉଚିତ। ଯଦି ଏମିତି ନକରନ୍ତି ତ ସମସ୍ୟା କେବେବି ପିଛା ଛାଡି ନଥାଏ। ଆଉ ସେହି ଘରେ କେବେବି ରୋଗ ମୁକ୍ତ ହୋଇନଥାଏ। ଖରାପ ସମୟ ସେହି ବ୍ୟକ୍ତି ଉପରେ ରହିଥାଏ।

ଯଦି ଅଜଣାତରେ ଝିଟିପିଟି ଆପଣଙ୍କର ଶରୀରର ଅଙ୍ଗ ଉପରେ ପଡିଥାଏ ତ ଏହାବି ଆଗକୁ ଆସିବାକୁ ଥିବା ସମୟର ସୂଚନା ଦେଇଥାଏ। ଯେମିତି ଝିଟିପିଟି ଆପଣଙ୍କର ମଥା ଉପରେ ପଡେ ତ ଏହା ଆପଣଙ୍କ ପାଇଁ ଖୁସିର ସଂକେତ ହୋଇଥାଏ। ଏବଂ ଜଲଦି ହିଁ ଆପଣଙ୍କୁ ଧନଲାଭ ହେବାକୁ ଯାଉଅଛି କିନ୍ତୁ ଯେବେ ଝିଟିପିଟି ଆପଣଙ୍କର ମୁଣ୍ଡ ଉପରେ କିମ୍ବା ବାଳ ଉପରେ ପଡେ ତ ଆପଣ ସତର୍କ ହୋଇଯାଅନ୍ତୁ କାହିଁକିନା ଆପଣଙ୍କର ଜୀବନରେ ବହୁତ ବଡ଼ ସଂକଟ ଆସିବାକୁ ଯାଉଅଛି ଆପଣଙ୍କ ମୃତ୍ୟୁ ପାଖାପାଖି ହେବାକୁ ଯାଉଛି।

ସେହିପରି ଆଖି ଫରକିବା ବା ଡେଇଁବା ଆପଣଙ୍କର ଆଗକୁ ଆସୁଥିବା ସମୟ ବିଷୟରେ ସଂକେତ ଦେଇଥାଏ। ମହିଳା ମାନଙ୍କର ବାମ ଆଖି ଡେଇଁଲେ ଏହାର ମାନେ ହେଉଛି ଆପଣଙ୍କର ଜୀବନରେ କିଛି ଭଲ ହେବାକୁ ଯାଉଅଛି। ଏହା ଶୁଭ ସଂକେତର ଇଶାରା କରିଥାଏ। ଯଦି ବାମ ଆଖି ଚାରି ପଟରୁ ଫରଫର ହୋଇଥାଏ ତ ଏହାର ମାନେ ହେଉଛି ଆପଣଙ୍କର ବିବାହର ଯୋଗ ଜଲଦି ହିଁ ଆସିବାକୁ ଯାଉଅଛି।

ମହିଳା ମାନଙ୍କର ଡାହାଣ ଆଖି ଡେଇଁବାର ଅର୍ଥ ଅଶୁଭ ହୋଇଥାଏ। ଡାହାଣ ଆଖି ଡେଇଁବା ଆପଣଙ୍କର ଜୀବନରେ ସଂକଟ ଆସିବାର ସଂକେତ ଦେଇଥାଏ। ପୁରୁଷଙ୍କର ବାମ ଆଖି ଡେଇଁବାର ଅର୍ଥ ତାଙ୍କ ଜୀବନରେ ଦୁଖଦାୟକ ସମୟ ଆସିବାକୁ ଯାଉଛି। ସେମିତି ପୁରୁଷଙ୍କ ଡାହାଣ ଆଖି ଡେଇଁବାର ଅର୍ଥ ଏହା ଅଟେ କି ତାଙ୍କ ଜୀବନରେ କିଛି ଶୁଭ ସମାଚାର ଆସିବାକୁ ଯାଉଅଛି।

ଯଦି କାଉ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ଆସି ବସିଯାଏ ତ ସେହି ସ୍ତ୍ରୀର ପତି ଉପରେ ବିପଦ ଆସିବାର ସଂକେତ ଦେଇଥାଏ। ଯଦି କୌଣସି ବ୍ୟକ୍ତିର ଘର ପାଖରେ କିମ୍ବା ଘର ଉପରେ ଅଚାନକ ବହୁତ ସାରା କାଉ ଆସି କରି ରାବନ୍ତି ତ ଏହା ସେହି ଘର ଉପରେ ଆସିବାକୁ ଥିବା କିଛି ବଡ଼ ସଂକଟର ସଂକେତ ଦେଇଥାଏ।

ବନ୍ଧୁଗଣ ଘରେ କାଚର କୌଣସି ପାତ୍ର ବା ଚିନାମାଟିର ବାସନ ବାରମ୍ବାର ତଳେ ପଡି ଭାଙ୍ଗି ଯାଉଥାଏ ତେବେ ଏହା ଦରିଦ୍ରତା ଆସିବାର ସଂକେତ ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *