Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀକୁ ମାରିଲେ ଯମଦ୍ଵାରରେ ମିଳେ ଏହି ଭୟଙ୍କର ଦଣ୍ଡ !

ସେୟାର୍ କରନ୍ତୁ

ବନ୍ଧୁଗଣ ଜନ୍ମ ମୃତ୍ୟୁ ଆମ ଦୁନିଆରେ ଏକ ସତ ପ୍ରକ୍ରିୟା ଅଟେ। ଯିଏ ଆଜି ଜନ୍ମ ହୋଇଛି ସେ କାଲି ନିଶ୍ଚିତ ରୂପରେ ଦେହ ତ୍ୟାଗ କରିବ। ଭଗବାନ ଯେବେ ଧାରା ଧାମରେ ଜନ୍ମଗ୍ରହଣ କରିଥିଲେ ସେବେ ମଧ୍ୟ ସେ ନିଜର ଦେହ ତ୍ୟାଗ କରିଛନ୍ତି। ବନ୍ଧୁଗଣ ଏ ସଂସାରରେ ଯଦି ଆପଣ ପୁଣ୍ୟ କାମ କରନ୍ତି ତେବେ ଆପଣଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ଏବଂ ଯେଉଁମାନେ ସମସ୍ତଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ସବୁବେଳେ ସମସ୍ତଙ୍କୁ କଟୁ କଥା କହିଥାନ୍ତି ସେମାନଙ୍କୁ ନର୍କର ଦ୍ୱାରରେ ଯାତ୍ରା କରିବାକୁ ପଡିଥାଏ।

ସ୍ୱର୍ଗ ଯାତ୍ରା ଆନନ୍ଦମୟ ଏବଂ ନର୍କ ଯାତ୍ରା କଣ୍ଟା କୀଟ ପରି ହୋଇଥାଏ। ମଣିଷ ସଂସାରରେ ପାପ କରି ତିଷ୍ଠି ପାରେ ମାତ୍ର ମୃତ୍ୟ ଲୋକରେ ନୁହେଁ। ନର୍କରେ ତାକୁ ତାର କର୍ମର ଫଳ ଅନ୍ୟସାରେ ତାଙ୍କୁ ଦଣ୍ଡ ମିଳିଥାଏ। ଗରୁଡ଼ ପୁରାଣରେ ତାର ବିଷୟରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ ସମସ୍ତଙ୍କ ନର୍କ ବିଷୟରେ ବିବରଣୀ ଦିଆଯାଇଛି।

ଜୀବନରେ ଥରେ ସମସ୍ତଙ୍କୁ ଏହାକୁ ଅଧ୍ୟୟନ କରିବା ଉଚିତ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ମନୁଷ୍ୟ ତାର କର୍ମ ବିଷୟରେ ଅବଗତ ହୋଇପାରେ ଏବଂ ବେଳ ଥାଉ ଥାଉ ସତର୍କ ହୋଇପାରିବେ। ତାଙ୍କ ପାପ କର୍ମ ବିଷୟରେ ଏବଂ ଏହି ଦଣ୍ଡରୁ ମୁକ୍ତି ପାଇପାରିବେ।

ତେବେ ବନ୍ଧୁଗଣ ପତ୍ନୀଙ୍କୁ କଟୁ କଥା କହୁଥିବା ପ୍ରାଣୀମାନେ ମୃତ୍ୟୁ ପରେ ତାମସିକ ନର୍କରେ ବର୍ଷ ବର୍ଷ ଧରି କଷ୍ଟ ପାଇଥାନ୍ତି। ଅନେକ ପୁରୁଷ ତାଙ୍କ ପତ୍ନୀଙ୍କୁ ମାରିଥାନ୍ତି ଏବଂ ସନ୍ଦେହ କରିଥାନ୍ତି ତାଙ୍କୁ ପୁତ୍ର ପ୍ରାପ୍ତି ନହେବାରୁ କଷ୍ଟ ଦିଅନ୍ତି ସେହି ପୁରୁଷ ମୃତ୍ୟୁ ପରେ ତାକୁ ଏକ ଚକ୍ରପାକ ପକ୍ଷୀ ହୋଇ ନର୍କରେ ରହିବାକୁ ପଡେ ଏବଂ ଯେଉଁ ପୁରୁଷ ନାରୀଙ୍କୁ ବିବାହ ପ୍ରତିଶୃତି ଦେଇ ସମ୍ଭୋଗ କରିସାରି ବିବାହ କରିବା ପାଇଁ ପ୍ରତ୍ୟାଖ୍ୟାନ କରନ୍ତି

ସେମାନଙ୍କୁ ମୃତ୍ୟୁ ପରେ ଯମ ଲୋକରେ ପଶୁ ପରି ବ୍ୟବହାର କରାଯାଏ। ଏପରି ଆତ୍ମାକୁ କାଳଛତ୍ର ନର୍କରେ ନେଇଯାଇ ତତଲା ରାସ୍ତାରେ ଘୋଷରା ଯାଏ ଏବଂ ବର୍ଷ ବର୍ଷ ଧରି ଆତ୍ମାକୁ କଷ୍ଟ ଦିଆଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *