Excuse Me Odisha

ଯାହା କହିବୁ ସତ କହିବୁ

ମୟୁରପଙ୍ଖକୁ ଘରର ଏହି ଦିଗରେ ରଖି ଦିଅନ୍ତୁ ଦଶ ଗୁଣା ବଢିବ ଧନ। ଚମିକିବ ଭାଗ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୟୁରପଙ୍ଖକୁ ଘରର ଏହି ଦିଗରେ ରଖିଦିଅନ୍ତୁ ଦଶ ଗୁଣା ବଢିବ ଧନ। ଚମିକିବ ଭାଗ୍ୟ।

ବନ୍ଧୁଗଣ ଆସନ୍ତୁ ଜାଣିବା ମୟୁର ପଙ୍ଖର କିଛି ଖାସ ଯାଦୁକରି ପ୍ରୟୋଗ ବିଷୟରେ ଯାହା ବହୁତ ଲୋକଙ୍କୁ ଏହା ଜଣାନଥାଏ। ଆପଣମାନେ ସମସ୍ତେ ଜାଣିଛନ୍ତି ମୟୁର ପଙ୍ଖ ଭଗବାନ ଶ୍ରୀକୃଷ୍ଣଙ୍କର ସବୁଠାରୁ ଅଧିକ ପ୍ରିୟ ଅଟେ। ସେ ସବୁବେଳେ ତାଙ୍କ ନିଜ ସହିତ ମୟୁର ପଙ୍ଖ ରଖୁଥିଲେ। ଏମତିରେ କି ତାଙ୍କ ମୁକୁଟରେ ମୟୁର ପଙ୍ଖ ସର୍ବଦା ରହିଥାଏ। ଯଦି ମୟୁର ପଙ୍ଖକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିଜ ସହ ସବୁବେଳେ ରଖୁଥିଲେ ତେବେ ଏହାର ନିଶ୍ଚୟ ଖାସ କଥା ରହିଥିବ। ଏହା ଆଜିକାଲି ପ୍ରାୟ ଲୋକ ଜାଣିନଥିବେ।

ତେବେ ଜାଣି ରଖନ୍ତୁ କି ମୟୁର ପଙ୍ଖକୁ ସବୁଠାରୁ ଶକ୍ତିଶାଳୀ ମନାଯାଏ। ଖରାପ ନଜରରୁ ବଞ୍ଚାଇ ଥାଏ। ଖରାପ ନଜର ଯଦି କାହାକୁ ଲାଗିଯାଏ ତେବେ ତାର ଭଲ ସମୟ ସୌଭାଗ୍ୟ ବି ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ମାନେ କି ଖରାପ ନଜର ବ୍ୟକ୍ତି ଜୀବନରେ ଲାଗିଲେ ଦୁର୍ଭାଗ୍ୟ ଆସିଯାଏ ସଙ୍କଟ କଷ୍ଟ ଆସିଯାଏ। ଖରାପ ନଜର ଲାଗିଲେ ପଜିଟିଭ ଏନର୍ଜୀ ନେଗେଟିଭ ଏନର୍ଜିରେ ପରିଣତ ହୋଇଥାଏ ଏବଂ ମନରେ ଖରାପ ନକରାତ୍ମକ ବିଚାର ଆସିଥାଏ। ମୟୁର ପଙ୍ଖ ଦ୍ୱାରା ନକରାତ୍ମକ ଉର୍ଜା ଦୂର ହୋଇଥାଏ।

ଯଦି ଆପଣଙ୍କ ଘରେ ଗୃହ କଳହ ଅଧିକା ହେଉଛି ତେବେ ଗୋଟେମୟୁର ପଙ୍ଖ ନିଜ ଘର ମୁଖ୍ୟ ଦ୍ୱାରରେ ନିଶ୍ଚୟ ରଖନ୍ତୁ। ଏହା ଦ୍ବାରା କୌଣସି ପ୍ରକାରର ନକରାତ୍ମକ ଉର୍ଜା ପ୍ରବେଶ କରିନଥାଏ ଏବଂ ଯଦି ଆପଣ ୩ ଟି ମୟୁର ପଙ୍ଖ ଲଗେଇକି ତା ତଳେ ଭଗବାନ ଗଣେଶଙ୍କର ଫୋଟ ଲଗେଇକି ଓଁ ଦ୍ୱାରପାଳାୟ ନମଃ ଲେଖିଦେବେ ତେବେ ଏହା ଦ୍ବାରା ବହୁତ ଲାଭ ଆପଣଙ୍କ ଜୀବନରେ ଆସିଥାଏ। ଆର୍ଥିକ ସଙ୍କଟର ସମସ୍ତ ସମସ୍ୟା ହଟି ଯାଇଥାଏ।

ଯଦି ଆପଣଙ୍କ ବ୍ୟବସାୟ ଅଛି ବା ଜବ କରୁଛନ୍ତି ଘର ମନ୍ଦିରରେ ରାଧାକୃଷ୍ଣଙ୍କ ମୂର୍ତ୍ତିରେ ମୟୁର ପଙ୍ଖ ଲଗେଇ ଦିଅନ୍ତୁ ବା କୌଣସି ମନ୍ଦିର ଯାଇକରି ବି ଏହି ପ୍ରୟୋଗ କରନ୍ତୁ। ଏହି ପ୍ରୟୋଗର ୪୦ ଦିନ ପରେ ଘରେ ଲକର ବା ବ୍ୟବସାୟ ସ୍ଥାନରେ ରଖିଦିଅନ୍ତୁ। ଏହା ଦ୍ବାରା ବହୁତ ହିଁ ଲାଭ ମିଳିଥାଏ।

ଯଦି କୌଣସି ପିଲାକୁ ନଜର ଦୋଷ ଲାଗିଥାଏ ତେବେ ଆପଣ ରୁପା ତାବିଜିରେ ମୟୁର ପଙ୍ଖ ପୁରେଇ ତାକୁ ପିନ୍ଧେଇ ଦେବେ ଏହା ଦ୍ୱାରା ନଜରଦୋଷ ଦୂର ହୋଇଥାଏ।

ଯଦି ଆପଣଙ୍କ ଜୀବନରର ଶତ୍ରୁ ବହୁତ ଅଧିକା ବଢି ଯାଇଛନ୍ତି ତେବେ ମୟୁର ପଙ୍ଖରେ ଭଗବାନ ହନୁମାନଙ୍କୁ ଅର୍ପଣ କରିବେ। ଆପଣ ମୟୁର ପଙ୍ଖ ନେଇ ଭଗବାନ ହନୁମାନଙ୍କ ସିନ୍ଦୁର ସେଥିରେ ଲଗେଇ ଦେବେ ଏବଂ କୌଣସି ମଙ୍ଗଳବାର ବା ଶନିବାର ଦିନ ଏହି ମୟୁର ପଙ୍ଖକୁ ଶତ୍ରୁର ନାମ ନେଇ ପ୍ରବାହିତ ନଦୀରେ ଭସେଇ ଦେବେ। ଏପରି କରିବା ଦ୍ୱାରା ବହୁତ ହିଁ ଲାଭ ମିଳିବ। ଶତ୍ରୁ ଦମନ ହେବ ଏବଂ ଆର୍ଥିକ ସମସ୍ୟା ସହ ଶାରୀରିକ ସମସ୍ୟା ବି ଦୂର ହୋଇଯିବ।

ଯଦି ଆପଣଙ୍କ ଘରେ ବାସ୍ତୁଦୋଷ ରହିଛି ତେବେ ଆପଣ ନିଜ ଘରର ଐଶ୍ଵଣ୍ୟ କୋଣରେ ବା ପୂର୍ବ- ଉତ୍ତର କୋଣରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ମୂର୍ତ୍ତି ଲଗେଇ ଦେବେ ଏବଂ ମୂର୍ତିର ମୁକୁଟରେ ଏକ ମୟୁର ପଙ୍ଖ ଲଗେଇ ଦେବେ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ତୁରନ୍ତ ସମାପ୍ତ ହୋଇଥାଏ।

ଯଦି କୌଣସି ବ୍ୟକ୍ତିକୁ ଭୁତ ପ୍ରେତ ବହୁତ ହଇରାଣ କରୁଛି ବା ବହୁତ ରୋଗ ହେଉଛି ତେବେ ତାକୁ ମୟୁର ପଙ୍ଖରେ ଝାଡ଼ନ୍ତୁ।ମୟୁର ପଙ୍ଖ ନେଇକି ଏକ ପଙ୍ଖା ବନାନ୍ତୁ ଏବଂ ୨୧ ଥର ଓଁ କିଲିଂ କାଳିକାୟ ନମଃ ମନ୍ତ୍ର ଜପ କରି ୨୧ ଥର ଝାଡ଼ନ୍ତୁ। ଏହା ଦ୍ବାରା ସବୁ ସମସ୍ୟା ଦୂର ହୋଇଥାଏ।

ଏହିପରି ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଆସୁଛି କିନ୍ତୁ ତାର ଉତ୍ତର ଆପଣ ପାଇପାରୁନାହାନ୍ତି ତେବେ ମୟୁର ପଙ୍ଖ ଦ୍ୱାରା ଆପଣ କୌଣସି ବି ପ୍ରଶ୍ନର ଉତ୍ତର ପାଇପାରିବେ। ଏଥିପାଇଁ ଆପଣ ଏକ ମୟୁର ପଙ୍ଖ ଆଣିବେ ଏବଂ ତାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରି ଭଗବାନଙ୍କ ଫୋଟ ବା ମୂର୍ତି ପଛପଟେ ରଖିଦେବେ। ଯେତେବେଳେ ଆପଣଙ୍କ ପ୍ରଶ୍ନର ଉତ୍ତର ଦରକାର ଅଛି ତେବେ ସେହି ପଙ୍ଖକୁ ଆଣି ନିଜ ତକିଆ ତଳେ ରଖିଦେବେ ଏବଂ ଯେଉଁ ପ୍ରକାରର ଉତ୍ତର ଜାଣିବାକୁ ଚାହୁଁଛନ୍ତି ସେହି ପ୍ରଶ୍ନ କହିକି ଶୋଇଯାଆନ୍ତୁ। ଏପରି କରିବା ଦ୍ୱାରା ସେହି ପ୍ରଶ୍ନର ଉତ୍ତର ଆପଣଙ୍କ ସ୍ୱପ୍ନରେ ଆପଣଙ୍କୁ ମିଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *