Excuse Me Odisha

ଯାହା କହିବୁ ସତ କହିବୁ

ଦୁବଘାସ ଦ୍ଵାରା ୧୦୦ଟି ରୋଗରୁ ମିଳିଥାଏ ମୁକ୍ତି ? ଜାଣନ୍ତୁ ଏହାର ପ୍ରୟୋଗ ଓ ବ୍ୟବହାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆମେ ସମସ୍ତେ ଜାଣିଛନ୍ତି ଯେ ଜଙ୍ଗଲ ଯୋଗୁଁ ମଣିଷ ଓ ଜୀବଜନ୍ତୁ ବଞ୍ଚି ରହିଛନ୍ତି।ବୃକ୍ଷଲତା ସମସ୍ତ ପ୍ରାଣୀ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଏ। ଗଛ ବାୟୁମଣ୍ଡଳର ଅମ୍ଳଜାନ ପରିମାଣକୁ ସନ୍ତୁଳିତ କରି ରଖନ୍ତି। ଏହାସହିତ ଗଛ ଯୋଗୁଁ ଭୁଗର୍ଭରେ ରହିଥିବା ଜଳ ସଞ୍ଚିତ ହୋଇ ରହେ।

ଗଛକୁ ଆମେ ବହୁତ କାର୍ଯ୍ୟରେ ଲଗାଇ ଥାଉ। ଗଛର ଚେର ପତ୍ର, ଫୁଲ, ଫଳ, କାଠ, ଡାଳ ଆଦି ଆମ ଜୀବନ ପାଇଁ ଜରୁରୀ ଅଟେ। କିଛି ଗଛଲତା ଆମକୁ ଅନେକ ରୋଗରୁ ରକ୍ଷା କରିଥାନ୍ତି, ତ ଆଉ କିଛି ଗଛଲତା ଆମର ଜୀବନ ମଧ୍ୟ ନେଇ ପାରନ୍ତି। ବୃକ୍ଷଲତାକୁ ନେଇ ଆମେ ପ୍ରାକୃତିକ ଔଷଧ ପ୍ରସ୍ତୁତ କରି ବ୍ୟବହାର କରିଥାଉ। ଏଗୁଡ଼ିକ ସବୁ ପୂର୍ବକାଳରେ ମୁନିଋଷି ମାନେ ଉଦ୍ଭାବନ କରିଥିଲେ।

ଗଛଲତା ଗୁଡିକର ଏହି ଗୁଣକୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ମଧ୍ୟ ବୁଝି ପାରି ନାହିଁ। ଆସନ୍ତୁ ଆମେ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଯଦି ଆପଣ କୌଣସି ଗଛର ଚେର,ମୂଳ,କାଣ୍ଡ,ଫୁଲ,ଫଳ,ପତ୍ର ଆଦି ସଂଗ୍ରହ କରୁଛନ୍ତି, ତାହେଲେ ସଂଗ୍ରହ କରିବା ପୂର୍ବ ଦିନ ସେହି ଗଛ ମୂଳରେ ଗୋଟିଏ ଗୋଟା ଗୁଆ ଓ ମୁଠାଏ ଅରୁଆ ଚାଉଳ ଓ କଞ୍ଚା କ୍ଷୀର ଦେଇ ନିମନ୍ତ୍ରଣ କରନ୍ତୁ। ଏପରି କରିବା ଶୁଭ ହୋଇଥାଏ।

ଆସନ୍ତୁ ଦୁବଘାସର ଚମତ୍କାରୀ ଓ ଆଧ୍ୟାତ୍ମିକ ଗୁଣ ବିଷୟରେ ଜାଣିବା। ଶନିବାର କିମ୍ୱା ରବିବାର ଦିନ ଦ୍ୱିପ୍ରହର ସମୟରେ ଦୁବ ତୋଳି ନିଜ ଅଣ୍ଟାରେ ଧାରଣ କରନ୍ତୁ। ଏହାଦ୍ଵାରା ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।ଶନିବାର କିମ୍ୱା ରବିବାର ଦିନ ସକାଳୁ ଉଠି ମୁହଁ ନ ଧୋଇ ଦୁବ ତୋଳି ଆଣି ତାହାକୁ ଶୁଖାଇ ଗୁଣ୍ଡ କରନ୍ତୁ। ଜ୍ଵର ବା ଥଣ୍ଡା ହୋଇଥିଲେ, ଏହି ଗୁଣ୍ଡରୁ ଅଳ୍ପ ନେଇ ପାନରସ ସହିତ ମିଶାଇ ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ସୁଫଳ ମିଳିବ

ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ଏହି ଦୁବ ସଂଗ୍ରହ କରି ଏକ ସର୍ବରୋଗ ଦୂର କରୁଥିବା ମନ୍ତ୍ରକୁ ୯ ଥର ପଢ଼ି ୯ ଥର ଫୁଙ୍କି ଆପଣ ରୋଗୀକୁ ଝାଡି ଦିଅନ୍ତୁ।ଏଭଳି କରିବା ଦ୍ୱାରା ସବୁ ରୋଗ ଭଲ ହୋଇଯାଏ।ପୁଷ୍ୟା ନକ୍ଷତ୍ର ଶନି କିମ୍ୱା ରବିବାର ଦିନ ଲୁଚି କରି ଦୁବ ସଂଗ୍ରହ କରନ୍ତୁ ଏବଂ ୨୧ ଖିଅ ଲାଲ ସୂତାରେ ଶିଶୁର ଗଳାରେ ପିନ୍ଧାଇ ଦିଅନ୍ତୁ, ଏହାଦ୍ବାରା ଶିଶୁଟିର ରୋଗ ମୁକ୍ତ ହୋଇ ଯାଇଥାଏ।

ଅଧିକ ଥର ଜ୍ଵର ହେଉଥିବା ଲୋକଙ୍କୁ ୭ ବିଡା ଦୁବ ନେଇ ଶିବଙ୍କ ନାମ ଜପି ଝାଡି ଦେଲେ ଓ ମୁଣ୍ଡ ଉପର ଦେଇ ଦୁବକୁ ଫୋପାଡି ଦେଲେ ଜ୍ଵର ଭଲ ହୋଇଯାଇଥାଏ। ଦୁବ ତୋଳି ଘରର ଫାଟକ ଆଗରେ ଓ ବାଡି ଘରେ ଟାଙ୍ଗି ଦେଲେ, ଘର ଭିତରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *