Excuse Me Odisha

ଯାହା କହିବୁ ସତ କହିବୁ

ଚାଉଳର ୫ଟି ଦାନାରେ କରନ୍ତୁ ଏହି ଉପାୟ,ହୋଇଯିବେ ମାଲାମାଲ,ସବୁଦିନ ପାଇଁ ଦୁରେଇ ଯିବ ଆର୍ଥିକ ସମସ୍ୟା !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପୂଜାପାଠରେ ବ୍ୟବହାର କରାଯାଉଥିବା ସବୁ ଜିନିଷ ଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଫୁଲ, ଫଳ, ଧୂପ, ଦୀପ, କର୍ପୁର, ଚନ୍ଦନ ସବୁର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଏସବୁ ମଧ୍ୟରେ ଆଉ ଏକ ଜିନିଷ ହେଉଛି ଚାଉଳ ବା ଅକ୍ଷତ, ଯାହା ନିଶ୍ଚିତ ଭାବରେ ପୂଜାର୍ଚ୍ଚନା ସମୟରେ ବ୍ୟବହାର କରାଯାଇଥାଏ।

ଧର୍ମଗ୍ରନ୍ଥ ଅନୁସାରେ ଚାଉଳ ବିନା ପୂଜା ପାଠ ଅସମ୍ପୂର୍ଣ୍ଣ ହୋଇଥାଏ। ଭଗବାନ ଶିବଙ୍କ ପୂଜାରେ ହଳଦୀ ଅର୍ପଣ କରିବା ନିଷେଧ। ସେହିଭଳି ପ୍ରଭୁ ଗଣେଶଙ୍କୁ ତୁଳସୀ ପତ୍ର ଓ ଦେବୀଙ୍କୁ ଦୁବ ଅର୍ପଣ କରାଯାଇ ନଥାଏ। କିନ୍ତୁ ଭଗବାନ ବିଷ୍ଣୁଙ୍କୁ ଛାଡି ଅନ୍ୟ ସମସ୍ତ ଦେବାଦେବୀଙ୍କୁ ଚାଉଳ ଅର୍ପଣ କରାଯାଇଥାଏ। ଏହି ଚାଉଳକୁ ନେଇ କିଛି ବିଶେଷ ଉପାୟ ରହିଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଚାଉଳର ବିଭିନ୍ନ ଉପାୟ –

୧/ ଶାସ୍ତ୍ର ଅନୁସାରେ କୌଣସି ଦେବାଦେବୀଙ୍କ ପୂଜା ସମୟରେ ଖଣ୍ଡ ଚାଉଳ ଅର୍ପଣ କରିବା ଅନୁଚିତ। ହିନ୍ଦୁ ଧର୍ମରେ ଚାଉଳକୁ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଖଣ୍ଡିତ ଚାଉଳ ଅର୍ପଣ କରାଯାଏ ନାହିଁ। କିନ୍ତୁ ପ୍ରତ୍ୟେକଦିନ ଭଗବାନଙ୍କ ପାଖରେ ୫ଟି ଚାଉଳ ଅର୍ପଣ କଲେ ଧନସଂପତ୍ତି ବୃଦ୍ଧି ହୋଇଥାଏ।

୨/ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଶିବଲିଙ୍ଗ ଉପରେ ଚାଉଳ ଅର୍ପଣ କରାଯାଏ। କିନ୍ତୁ ଭଗବାନ ଶିବଙ୍କୁ ଅଖଣ୍ଡିତ ଓ ସଫା ଚାଉଳ ଅର୍ପଣ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ପଡ଼ିବ।

୩/ ଧର୍ମଗ୍ରନ୍ଥ ଅନୁସାରେ, ଦେବୀ ଅନ୍ନପୂର୍ଣ୍ଣାଙ୍କ କୃପା ଯୋଗୁଁ ପ୍ରତ୍ୟେକ ଲୋକଙ୍କ ଘରେ ଖାଦ୍ୟର ଅଭାବ ହୁଏ ନାହିଁ।ଏହାସହିତ ଘରେ କେବେବି ଧନସମ୍ପତ୍ତିର ଅଭାବ ହୁଏନାହିଁ।

୪/ ଭଗବାନଙ୍କୁ କୁମକୁମ ସହିତ ଚାଉଳ ମିଶାଇ ଅର୍ପଣ କଲେ, ଖୁବ୍ ଶୀଘ୍ର ଭଗବାନଙ୍କ କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ। ଆପଣଙ୍କର ସମସ୍ତ ଇଛା ପୂରଣ ହୋଇଥାଏ।

୫/ ହିନ୍ଦୁ ଧର୍ମରେ ଠାକୁରଙ୍କ ପୂଜା ସମ୍ପନ୍ନ ହେବା ପାଇଁ ପୂଜା ସମୟରେ ଚାଉଳ ଅର୍ପଣ କରାଯାଇଥାଏ। ଅନ୍ନ ମଧ୍ୟରେ ଚାଉଳ ଶ୍ରେଷ୍ଠ ବୋଲି କୁହାଯାଏ। ଭଗବାନଙ୍କୁ ଚାଉଳ ଅର୍ପଣ କରିବା ସମୟରେ ନିଜ ମନକୁ ସଚ୍ଚୋଟ ରଖିବା ଉଚିତ ଏବଂ ସର୍ବଦା ମନରେ ବିଚାର କରିବା ଉଚିତ ଯେ ଯାହା ମଧ୍ୟ ଆପଣଙ୍କୁ ମିଳିଛି, ତାହା ଭଗବାନଙ୍କ କୃପାରୁ ମିଳିଛି।

୬/କୌଣସି ମାସର ଶୁକ୍ଳ ପକ୍ଷ କିମ୍ବା ଯେକୌଣସି ଚତୁର୍ଥୀରେ ଚାଉଳର ୫ଟି ଦାନା ଶିବଙ୍କୁ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *