Excuse Me Odisha

ଯାହା କହିବୁ ସତ କହିବୁ

ସୋମବାର ଦିନ ଲବଙ୍ଗ ଏବଂ କର୍ପୁରର ଏହି ଛୋଟ ଉପାୟ ବଦଳେଇ ଦେବ ଆପଣଙ୍କ ଭାଗ୍ୟ। ତୁରନ୍ତ ହିଁ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୋମବାର ଦିନ ଲବଙ୍ଗ ଏବଂ କର୍ପୁରର ଏହି ଛୋଟ ଉପାୟ ବଦଳେଇ ଦେବ ଆପଣଙ୍କ ଭାଗ୍ୟ। ତୁରନ୍ତ ହିଁ ଦେଖନ୍ତୁ ଚମତ୍କାର।

ବନ୍ଧୁଗଣ ଜୀବନରେ କେବେ କେବେ ଅଧିକ ସମସ୍ୟା ଆସିବାକୁ ଲାଗିଥାଏ। ଗୋଟେ ପରେ ଗୋଟେ ସମସ୍ୟା ଆସିଥାଏ ଆଉ ଆପଣ ସେଥିରୁ ବାହାରି ପାରୁନାହାନ୍ତି। ଏମିତିରେ ସୋମବାର ଦିନ ଏକ ଛୋଟ ପ୍ରୟୋଗ ଆପଣଙ୍କ ଭାଗ୍ୟକୁ ବଦଳେଇ ପାରିବ ଏବଂ ସବୁ ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ। ଏହି ଉପାୟ ବହୁତ ସରଳ ଅଟେ। ସନାନ୍ତନ ଧର୍ମରେ ଲବଙ୍ଗ ବହୁତ ପବିତ୍ର ମନାଯାଇଥାଏ। ଲବଙ୍ଗରେ ବିଶେଷ ମହତ୍ୱ ରହିଛି ଏବଂ ଲବଙ୍ଗର ପ୍ରୟୋଗ ତନ୍ତ୍ର ମନ୍ତ୍ରରେ ମଧ୍ୟ ପ୍ରୟୋଗ କରାଯାଇଥାଏ। ଭାଗ୍ୟ ବଦଳାଇବା ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଲବଙ୍ଗର ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ। ତେବେ ଆସନ୍ତୁ ଜାଣିବା।

ପ୍ରଥମେ ଆରମ୍ଭ କରିବା ଘରର ନକରାତ୍ମକତାରୁ। କେତେ ଥର ଘରେ ଜଣା ଅଜଣାରେ ନକରାତ୍ମକ ଉର୍ଜା ବହୁତ ହଇରାଣ କରିଥାନ୍ତି। ଘରକୁ ଆସିଲେ ଭାରି ଲାଗିବା ଖାଲିରେ କଳି ଝଗଡା ହେବା ମନ ଦୁଃଖ ରହିବା ପୂଜାପାଠରେ ମନ ନଲାଗିବା ଆଦି ବହୁତ ଲକ୍ଷଣ ହୋଇଥାଏ। ସୋମବାର ଦିନ ରାହୁ କେତୁର ପ୍ରଭାବରୁ ବଞ୍ଚିବା ପାଇଁ କି ଶନିଦୋଷରୁ ମୁକ୍ତି ପାଇଁ ସୁଖ ସମୃଦ୍ଧି ପାଇଁ କଣ ଉପାୟ କରିବେ ଆସନ୍ତୁ ଜାଣିବା।

ଯେବେ ଆପଣଙ୍କୁ ଲାଗିବ ଘରେ କେହି କିଛି କରିଛି ତେବେ ସୋମବାର ଦିନ ସନ୍ଧ୍ୟାରେ ଏକ ଛୋଟ ପ୍ରୟୋଗ କରନ୍ତୁ। ଗୋଟେ ପ୍ଲେଟରେ ୫ ଟି ଲବଙ୍ଗ ଏବଂ ୨ ଟି କର୍ପୁର ରଖନ୍ତୁ ଏବଂ ଗୁଜୁରାତିର ୩ ଟି ଦାନା ପକାନ୍ତୁ ଏବଂ ଏହିସବୁକୁ ଜଳାନ୍ତୁ ଏବଂ ଘରର ସବୁ ରୁମରେ ବୁଲାନ୍ତୁ। ଯେତେବେଳେ ଲିଭିଜିବ ଏହାର ପାଉଁଶକୁ ପାଣିରେ ମିଶେଇ ଘର ବାହାରେ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଉର୍ଜା ଘରୁ ବାହାରକୁ ବାହାରି ଯାଇଥାଏ ଏବଂ ସକାରାତ୍ମକ ଉର୍ଜା ଘର ଭିତରକୁ ପ୍ରବେଶ କରିଥାଏ। ଏହି ଉପାୟ ଦ୍ୱାରା ନିଜ ଘରକୁ ସୁଖ ଶାନ୍ତିମୟ ରଖିପାରିବେ।

କେତେ ଥର ଆପଣଙ୍କୁ ରାହୁ କେତୁ ଆପଣଙ୍କୁ ହଇରାଣ କରିଥାନ୍ତି ଯେତେବେଳେ ରାହୁ କେତୁ ହଇରାଣ କରିଥାନ୍ତି ଜୀବନରେ ଆକସ୍ମିକ ସମସ୍ୟା ବାଧା ଆସିଥାଏ ଏମିତିରେ ଏକ ଛୋଟ ପ୍ରୟୋଗ କରନ୍ତୁ। ସୋମବାର ଦିନ ଭଗବାନ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ ଏହା ସହିତ ୫ ଟି ଲବଙ୍ଗ ଅର୍ପଣ କରନ୍ତୁ ଏବଂ ଭଗବାନଙ୍କୁ ରାହୁ କେତୁରୁ ମୁକ୍ତି ପାଇବା ପାଇଁ ପାର୍ଥନା କରନ୍ତୁ। ଏହିପରି ଲଗାତାର କିଛି ସୋମବାର କରନ୍ତୁ। ଆପଣଙ୍କୁ ଲାଭ ନିଶ୍ଚୟ ମିଳିବ।

ଧନ ସମ୍ବଦ୍ଧିତ ସମସ୍ୟା ଆସିଲେ ସୁଖ ଶାନ୍ତି ନଥିଲେ ଏମିତିରେ ମା ଦୁର୍ଗାଙ୍କୁ ଲବଙ୍ଗ ପ୍ରତିଦିନ ଚଢାନ୍ତୁ। ସୋମବାର ଦିନ ୨ ଟି ଲବଙ୍ଗ ନିଜ ମୁଣ୍ଡ ଉପର ଦେଇ ବୁଲେଇ କି କୌଣସି ଅସ୍ତ ଗଛ ବା ମନ୍ଦିରରେ ରଖିଦେଲେ ରାହୁ କେତୁ ସମସ୍ୟାରୁ ମୁକ୍ତି ମିଳିଥାଏ।

ଯଦି ଆପଣଙ୍କ ଠାରୁ କେହି ପଇସା ନେଇଯାଇଛି ବା ଫେରାଉ ନାହାନ୍ତି ତେବେ ଏହି ପ୍ରୟୋଗ କରନ୍ତୁ। ସୋମବାର ଦିନ ରାତିରେ କର୍ପୁର ନିଅନ୍ତୁ ଏବଂ ଯେଉଁ ବ୍ୟକ୍ତି ଆପଣଙ୍କର ପଇସା ନେଇଛି ତା ନାମରେ ଯେମିତି ଯେତିକି ଅକ୍ଷର ଅଛି ସେତିକି ଲବଙ୍ଗ ନିଅନ୍ତୁ ଏବଂ କର୍ପୁର ସହାୟତାରେ ଜଳେଇ ଦିଅନ୍ତୁ। ଏହି ପ୍ରକ୍ରିୟା ଛାତରେ ବା ବାଲକୁନିରେ କରନ୍ତୁ ଏବଂ ଭଗବାନଙ୍କୁ ପାର୍ଥନା କରନ୍ତୁ କି ଆପଣଙ୍କର ପଇସା ମିଳିଯାଉ।

କେତେଥର ଆପଣ ବହୁତ ଜରୁରୀ କାମରେ ବାହାରକୁ ଯାଇଥାନ୍ତି ଏମତିରେ ଆପଣ ନିୟମିତ ରୂପରେ ସୋମବାର ଦିନରୁ ଆରମ୍ଭ କରି ୨ ଟି ଲବଙ୍ଗ ମା ଦୁର୍ଗାଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ତା ପର ଏହାକୁ ଉଠାଇ ଖାଇକି ବାହାରକୁ ଯାଆନ୍ତୁ। ଏହା ଦ୍ବାରା କାର୍ଯ୍ୟରେ ସଫଳତା ଉନ୍ନତି ମିଳିଥାଏ।

ଧନର ସମସ୍ୟା ଅଧିକ ହେଲେ ଭଗବାନ ହନୁମାନଙ୍କ ପାଖରେ ସୋରିଷ ତେଲରେ ଦୀପ ଜାଳନ୍ତୁ ଏବଂ ଏଥିରେ ୨ ଟି ଲବଙ୍ଗ ପକାନ୍ତୁ। ଏହାପରେ ହନୁମାନ ଚାଳିସା ପଢି କରି ଆଳତୀ କରନ୍ତୁ। ସୋମବାର ଠାରୁ ଏହି ଉପାୟ କରନ୍ତୁ। ଧନର ସମସ୍ୟା ସମାପ୍ତ ହୋଇଯିବ।

ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ସୋମବାର ସନ୍ଧ୍ୟା ବା ଶୁକ୍ରବାର ଦିନ ଏହି ଉପାୟ କରନ୍ତୁ। ମା ଲକ୍ଷ୍ମୀଙ୍କୁ ଗୋଲାପ ଫୁଲ ସହିତ ୨ ଟି ଲବଙ୍ଗ ଅର୍ପଣ କରନ୍ତୁ। ନିୟମିତ ଲଗାତାର ୨୧ ଦିନ କରନ୍ତୁ। ଧନ ସମସ୍ୟା ଦୂର ହୋଇଥାଏ।

ଘରେ କେବେ କେବେ ରୋଗ ପିଛା ଛାଡେ ନାହିଁ। ଏମିତିରେ ସୋମବାର ଦିନ ସନ୍ଧ୍ୟାରେ ଘରର ଅନ୍ଧାରିଆ କୋଣରେ ଏକ ସୋରିଷ ତେଲର ଦୀପ ଜାଳନ୍ତୁ ଏବଂ ଏଥିରେ ୨ ରୁ ୪ ଟି ଲବଙ୍ଗ ପକାନ୍ତୁ। ଏହା ଦ୍ବାରା ରୋଗ ଶୀଘ୍ର ଠିକ ହୋଇଥାଏ।

ସୋମବାର ଦିନ ସ୍ନାନ କରୁଥିବା ପାଣିରେ ଲବଙ୍ଗ ତେଲ ପକେଇକି ସ୍ନାନ କଲେଭାଗ୍ୟ ଉଦୟ ହୋଇଥାଏ।ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଜବୁତ କରିବା ପାଇଁ କି ସ୍ତ୍ରୀ ନିଜ ସ୍ୱାମୀର ତକିଆ ତଳେ ୨ ଟି କର୍ପୁର ରାତିରେ ରଖିବେ ଏବଂ ତା ପର ଦିନ ଏହାକୁ ଜାଳିଦେବେ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *