Excuse Me Odisha

ଯାହା କହିବୁ ସତ କହିବୁ

ଅଇଁଠା ବାସନ ନ ଧୋଇକି ପକାଇ ରଖିଲେ ଘରେକାହାର କ୍ଷତି ହୋଇଥାଏ ? ଜାଣନ୍ତୁ…

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଖାଦ୍ୟକୁ ଦେବୀ ଅନ୍ନପୂର୍ଣ୍ଣାଙ୍କ ଦାନ ବୋଲି କୁହାଯାଇଥାଏ। କିଛି ଲୋକ ଖାଦ୍ୟ ଖାଇ ସାରି ଅଇଁଠା ବାସନକୁ ନ ଧୋଇ ରଖି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଭୁଲ ଅଟେ। କେବେବି ଖାଇ ସାରି ଅଇଁଠା ବାସନ ପକାଇ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଭବିଷ୍ୟତରେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି।

ଖାଇ ସାରି ଅଇଁଠା ବାସନ ପକାଇ ରଖିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ତାହା ଆପଣ କଳ୍ପନା ମଧ୍ୟ କରି ନଥିବେ। ଏପରି କରିବା ଦ୍ବାରା ଆପଣଙ୍କୁ କେଉଁ କେଉଁ କ୍ଷତିର ସମ୍ମୁଖିନ ହେବାକୁ ପଡିପାରେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁଶାସ୍ତ୍ର ଅନୁସାରେ,ଅଇଁଠା ବାସନ ଘରେ ରହିଲେ, ଘରେ ବିବାଦ ଓ ଅଶାନ୍ତି ସୃଷ୍ଟି ହୋଇଥାଏ ବୋଲି ସ୍ପଷ୍ଟ ରୂପରେ ବର୍ଣ୍ଣିତ ହୋଇଛି। ଘରେ ଯଦି ଅଇଁଠା ବାସନକୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯାଏ ଏବଂ ତାହାକୁ ସଫା ମଧ୍ୟ ନ କରାଯାଏ, ତାହେଲେ ପରିବାର ଲୋକଙ୍କ ମଧ୍ୟରେ କଳହ ଓ ମତଭେଦ ସୃଷ୍ଟି ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି।ଯାହା ଫଳରେ ଘରେ ସର୍ବଦା ଆର୍ଥିକ ଅଭାବ ଦେଖା ଦେଇଥାଏ।

ଏଭଳି କାର୍ଯ୍ୟରୁ ଦୂରେଇ ରୁହନ୍ତୁ ଏବଂ ନିଜ ଘରକୁ ସଫାସୁତୁରା ରଖନ୍ତୁ। ନଚେତ ଆପଣ ଧୀରେ ଧୀରେ ଦାରିଦ୍ର୍ୟତା ଆଡ଼କୁ ଅଗ୍ରସର ହୋଇ ପାରନ୍ତି।ତେଣୁ ରାତିରେ ଅଇଁଠା ବାସନ ନ ପକାଇ ସଫା କରି ରଖନ୍ତୁ।

ସକାଳୁ ଉଠି ବାସୀ ଅଇଁଠା ବାସନ ଗୁଡ଼ିକ ଦେଖିଲେ, ଦିନଟି ଅଶୁଭରେ ଅତିବାହିତ ହୋଇଥାଏ।ଅଇଁଠା ବାସନ ଅଧିକ ସମୟ ରଖି ଧୋଇଲେ, ଏଥିରେ ଥିବା ଜୀବାଣୁ ଅତି ସହଜରେ ଯାଇ ନଥାଏ।ଏହି ରୋଗ ଜୀବାଣୁ ଆପଣଙ୍କ ଖାଦ୍ୟ ମାଧ୍ୟମରେ ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରିଥାଏ ଏବଂ ଆପଣ ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ଅଇଁଠା ବାସନ ରାତି ସାରା ଘରେ ପଡ଼ି ରହିଲେ ଘରର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି ଅଇଁଠା ବାସନ ଦେଖିବା ପାଇଁ ବାରଣ କରାଯାଇଛି।ଜଦି ଆପଣଙ୍କର ସମୟ ଅନୁକୂଳ ରହିଛି ତାହେଲେ ଏପରି ଭୁଲ କରନ୍ତୁ ନାହିଁ। ନଚେତ ଆପଣଙ୍କର ଅନୁକୂଳ ସମୟ ବିଗିଡି ଯାଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *