Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଘରେ ଓଦା ପୋଛା ମାରିବା ଦ୍ୱାରା କଣ ପାଇଁ ସ୍ୱାମୀମାନେ ଋଣ ଏବଂ କଷ୍ଟରେ ବୁଡିଯାନ୍ତି। ଜାଣନ୍ତୁ କାରଣ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ଘରେ ଓଦା ପୋଛା ମାରିବା ଦ୍ୱାରା କଣ ପାଇଁ ସ୍ୱାମୀ ଋଣ ଏବଂ କଷ୍ଟରେ ବୁଡିଯାନ୍ତି

ବନ୍ଧୁଗଣ ସମସ୍ତେ ଜାଣିଛନ୍ତି କି ଘରେ ପୋଛା ମାରିବା ଦ୍ୱାରା ସମ୍ପର୍ଣ୍ଣତା ଆସିଥାଏ। ଘରେ ସକାରାତ୍ମକତା ଏବଂ ଭଲପାଇବା ବଢିଥାଏ କିନ୍ତୁ ଅସନା ରଖିବା ଦ୍ୱାରା ଦରିଦ୍ରତା ବଢିଥାଏ। ଏଥିପାଇଁ ଆମର ବଡ଼ ମାନେ କହିଯାଇଛନ୍ତି ଅଳିଆ ଆବର୍ଜନା କୁ ଘର ଠାରୁ ଦୁରେଇ ରଖିବା ଉଚିତ। ଯାହା ଦ୍ୱାରା ଘର ଦୁଃଖ ଏବଂ କ୍ଳେଶ ଠାରୁ ଦୂରେଇ ରହିବ। ସମସ୍ତେ ନିଜ ଘରକୁ ସଫା କରିବା ପାଇଁ ପଛ ମାରିଥାନ୍ତି। କିନ୍ତୁ ଏହି ପୋଛା ମାରିବା ସମୟରେ ଆପଣ ଏମିତି କିଛି ଭୁଲ କରୁଛନ୍ତି ଏହାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ। ଆମକୁ ଲାଗେକି ଘର ପୋଛି ଦେଲେ ଘର ସଫା ହୋଇଗଲା। କିନ୍ତୁ ଆମେ ଘର ପୋଛିବା ସମୟରେ କିଛି ବସ୍ତୁକୁ ଧ୍ୟାନ ଦେଇନଥାଉ। ଯାହାର ଅର୍ଥ ଆମେ ଗରିବକୁ ନିମନ୍ତ୍ରଣ କରିଥାଉ।

ଯେମିତି ଝାଡୁକୁ ସାଵଧାନରେ କରୁଛନ୍ତି ଏବଂ ଝାଡୁ କରିବା ସମୟରେ କିଛି କଥାର ଧ୍ୟାନ ରଖୁଛନ୍ତି ସେମିତି ପୋଛିବା ସମୟରେ ମଧ୍ୟ କିଛି କଥାର ଧ୍ୟାନ ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ଜଣେଇବୁ କି ପୋଛିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ ଏବଂ ପୋଛିବା ସମୟରେ ଏମିତି କଣ ଜିନିଷ ଅଛି ସେଥିରେ ଢାଳିବା ଦ୍ୱାରା ଲାଭ ପ୍ରାପ୍ତ ହେବ। ତେବେ ଆସନ୍ତୁ ଜାଣିବା ପୋଛିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ।

କେବେବି ଦିନ ୧୨ ଟା ପରେ ଏବଂ ସନ୍ଧ୍ୟା ସମୟରେ ଘର ପୋଛନ୍ତୁ ନାହିଁ। ସବୁବେଳେ ସକାଳ ସମୟରେ ପଛନ୍ତୁ ଯାହା ଦ୍ୱାରା ରାତି ସାରା ଜମା ହୋଇଥିବା ନକାରାତ୍ମକ ଶକ୍ତି ଘରୁ ବାହାରି ଯିବ। ଏବଂ ଘର ଶୁଦ୍ଧ ଏବଂ ସକରାତ୍ମକ ଉର୍ଜାରେ ଭରି ରହିବ।

ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଘର ପୋଛା ମାରିବା ଉଚିତ ନୁହେଁ। ପୋଛିବା ଦ୍ୱାରା ଘରକୁ ବାସ୍ତୁଦୋଷ ଲାଗିଥାଏ। ଆପଣ ଘରକୁ ଭଲ ଭାବରେ ସଫା କରି ଅଳିଆ ଆବର୍ଜନାକୁ ବାହାର କରିପାରିବେ କିନ୍ତୁ ପଛା ମାରନ୍ତୁ ନାହିଁ।

ଯଦି ଆପଣ ନୂଆ ପୋଛା ଆଣିବା ପାଇଁ ଚାହୁଁଛନ୍ତି ତ ଗୁରୁବାର ଦିନ ବଦଳେଇ ପାରିବେ। କିଛି ଲୋକଙ୍କର ବାଲ୍ଟି ଭାଙ୍ଗିଯାଇଥାଏ ତଥାପି ସେମାନେ ସେଥିରେ ଘରକୁ ପଛି ଥାନ୍ତି। ଭଙ୍ଗା ବାଲ୍ଟିରେ ଘର ପଛା ମାରିବାକୁ ବହୁତ ଅଶୁଭ ମାନାଯାଇଛି। ଏମିତି କଲେ ଆପଣଙ୍କୁ ମିଳିବାକୁ ଥିବାସ ଲାଭ ମିଳି ପାରିନଥାଏ। ସେଥିପାଇଁ ଭଙ୍ଗା ବାଲ୍ଟି ବଦଳାଇ ଦିଅନ୍ତୁ।

ପୋଛିବା ସମୟରେ ସବୁବେଳେ ଉତ୍ତର ଦିଗରୁ ହିଁ ଆରମ୍ଭ କରନ୍ତୁ। କାହିଁକିନା ଉତ୍ତର ଦିଗକୁ ଶୁଭ ମନାଯାଏ। ଉତ୍ତର ଦିଗକୁ ଭଗବାନ କୁବେରଙ୍କର ଦିଗ ବୋଲି ମାନାଯାଏ। ଉତ୍ତର ଦିଗରୁ ପୋଛା ଆରମ୍ଭ କରିବା ଦ୍ୱାରା ସବୁ ସୁଖ ମିଳିଥାଏ। ଧନ ଲାଭ ଶୁଭ କାର୍ଯ୍ୟ ମା ଲକ୍ଷ୍ମୀ ଏସବୁର ପ୍ରବେଶ ଉତ୍ତର ଦିଗରୁ ହିଁ ହୋଇଥାଏ। ସେଥିପାଇଁ ଉତ୍ତର ଦିଗକୁ ସର୍ବପ୍ରଥମେ ସଫା ରଖନ୍ତୁ। ଏମିତି କଲେ ଘରେ ସମ୍ପର୍ଣ୍ଣତା ସୁଖ ସମୃଦ୍ଧି ସବୁବେଳେ ରହିବ। ଏହି ଦିଗକୁ ସବୁବେଳେ ସଫା ପାଣିରେ ପୋଛିବେ। ମଇଳା ପାଣିରେ ପୋଛିବେ ନାହିଁ।

ଏବେ ଆସନ୍ତୁ ଜାଣିବା ପୋଛା ପାଣିରେ କଣ ମିଶେଇବା ଦ୍ୱାରା ଧନର ଲାଭ ହେବ।

କେତେ ଲୋକଙ୍କୁ ଜଣା ଥିବ କି ତାଙ୍କ ଘରେ ବେମାରି କମଜୁରୀ କ୍ଳେଶ ନକରାତ୍ମକତା ଖରାପ ନଜର ଦୂର ହେଉନାହିଁ। ଆପଣଙ୍କୁ ବି ଯଦି ସେମିତି ଲାଗୁଛି ଆପଣଙ୍କ ଘରେ ସବୁବେଳେ ନକରାତ୍ମକତା ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ତ ଆପଣ ଏହି ଉପାୟ କରିବା ଉଚିତ।

ଆପଣଙ୍କୁ ପୋଛିବା ସମୟରେ ସେହି ପାଣିରେ ନିମ ପତ୍ର ପକେଇବାକୁ ପଡିବ। ଯଦି ଆପଣ ନିମ ପତ୍ର ପକାଇବାକୁ ଚାହୁଁନାହାନ୍ତି ତେବେ ନିମ ପତ୍ରକୁ ଏକ ପାତ୍ରରେ ଗରମ ପାଣିରେ ଫୁଟାଇ ଦିଅନ୍ତୁ। ସେହି ପାଣିକୁ ପୋଛିବା ସମୟରେ ଟିକେ ଟିକେ ପକାଇ ପୁରା ଘରକୁ ସେହି ପାଣିରେ ପୋଛନ୍ତୁ। ଅଲଗା ରହିଥିବା ପାଣିକୁ ଘରର ମନ୍ଦିରରେ ରଖନ୍ତୁ। ଆଉ ଥରେ ଘର ପୋଛିବା ସମୟରେ ସେହି ପାଣିରେ ଢାଳି ଏହାର ବ୍ୟବହାର କରନ୍ତୁ। ଏହି ପତ୍ର ଘରକୁ ଏମିତି ସକାରାତ୍ମକ ଆଣିଥାଏ ଘରେ ଲାଗିଥିବା ଖରାପ ନଜର ନକରାତ୍ମକତା କ୍ଳେଶ ଏସବୁ ଆପଣଙ୍କ ଘର ଠାରୁ ବହୁତ ଦୂରରେ ରହିଥାଏ ଏବଂ ସକାରାତ୍ମକତା ଆପଣଙ୍କ ଘରେ ବାସ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *