Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ନୂଆ ବର୍ଷରେ କଣ ରହିବ ପ୍ରଭାବ ? କେଉଁ ମାନେ ରହିବେ ଖୁସି ରେ ଆଉ କେଉଁ ମାନେ ହେବେ ଦୁଖୀ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବର୍ତ୍ତମାନ ୨୦୨୨ ମସିହା ଆରମ୍ଭ ହୋଇ ସାରିଛି। ଏହି ବର୍ଷ ଅନେକ ଲୋକଙ୍କ ପାଇଁ ଶୁଭ ସମୟ ନେଇ ଆସିଛି।ଏହାସହିତ ଏହି ବର୍ଷ ଆମ ଉପରେ କିପରି ପ୍ରଭାବ ପକାଇବାକୁ ଯାଉଛି, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।ସମଗ୍ର ବିଶ୍ୱ ଦୁଇ ବର୍ଷ ପର୍ଯ୍ୟନ୍ତ କରୋନା ମହାମାରୀରେ ଦଗ୍ଧ ହୋଇ ଯାଇଥିଲା।କିନ୍ତୁ ଏହିବର୍ଷ ମଧ୍ୟ ମହାମାରୀ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଉଛି।ବିଶ୍ଵ ଉପରେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପଡ଼ିବାକୁ ଯାଉଛି।

ଏହିବର୍ଷ କୃଷି କାର୍ଯ୍ୟରେ ଅନେକ କ୍ଷତି ହେବାର ସମ୍ଭାବନା ରହିଛି।ଏହାସହିତ ଆତଙ୍କବାଦୀ ମାନଙ୍କର ଦମନ ମଧ୍ୟ ହେବ, ଯାହା ଏକ ଭଲ ସୂଚନା ଅଟେ। ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବେ, ଯାହାଦ୍ଵାରା ସାଧାରଣ ଜନତା ଅଧିକ ଉପକୃତ ହେବେ।

ଆମ ଦେଶ ଭାରତ ଉପରେ ଏହିବର୍ଷ ମଧ୍ୟ ଅଳ୍ପ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଭାରତର ପାଣିପାଗ ବିଗିଡି ଯିବାର ଅନୁମାନ କରାଯାଉଛି। ଅଚାନକ ବାତ୍ୟା ଓ ଲଘୁଚାପ ହେବାର ଅନେକ ସମ୍ଭାବନା ରହିଛି।ତେବେ ଦେଶ ଉପରେ ଏହିବର୍ଷ ସାଧାରଣ ଭାବରେ ଦେଖିବାକୁ ଗଲେ ଏହା ମିଶ୍ରିତ ଫଳ ପ୍ରଦାନ କରିବ।

ଖାଦ୍ୟ ଉତ୍ପାଦନ ଦୃଷ୍ଟିରୁ ମଧ୍ୟ ସମୟ ଅନୁକୂଳ ନାହିଁ।ଦେଶର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିଲେ ମଧ୍ୟ ଖାଦ୍ୟପଦାର୍ଥର ଦର ବୃଦ୍ଧି ହେବାର ସମ୍ଭାବନା ରହିଛି।ଆମ ରାଜ୍ୟ ଓଡ଼ିଶା ପାଇଁ ବର୍ଷ ସାରା ଉତ୍ତମ ରହିବ ବୋଲି ଅନୁମାନ କରାଯାଉଛି।

ରାଜ୍ୟ ସରକାର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବେ।ଲୋକେ ଖୁସିରେ ଜୀବନଯାପନ କରିବେ। ରାଜ୍ୟରେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେବାର ସମ୍ଭାବନା ରହିଛି। ଜ୍ୟୋତିଷ ମାନଙ୍କ ମତ ଅନୁସାରେ ରାଜ୍ୟ ଉପରେ ଶୁଭ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଇଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *