Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ମସିହାରେ ଏହି ରାଶି ଗୁଡ଼ିକର ଖୋଲିବ ଭାଗ୍ୟ ! ୩୬୫ ଦିନ ଯାକ କରିବେ ମଉଜ ! ଟଙ୍କା,ଚାକିରି,ପ୍ରେମ ସବୁ କିଛି ଏମାନଙ୍କୁ ମିଳିବ !

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୨ ମସିହା ଆରମ୍ଭ ହୋଇ ସାରିଛି। ଏହି ନୂଆବର୍ଷରେ ଅନେକ ଲୋକଙ୍କ ମନରେ ଆଶା ଅଭିଳାଷା ଭରି ଯାଇଛି। କାରଣ ପୂର୍ବ ବର୍ଷରେ ଅନେକ ଲୋକଙ୍କର ଅବସ୍ଥା ଶୋଚନୀୟ ଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୨ ମସିହା ଗ୍ରହ ନକ୍ଷତ୍ର ମାନଙ୍କ ଚଳନରେ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ୧୨ ଗୋଟି ରାଶି ଉପରେ ପଡ଼ିବ। କିଛି ଭାଗ୍ୟବାନ ରାଶି ଗୁଡ଼ିକର ଜୀବନ ବଦଳିବା ପାଇଁ ଯାଉଛି। ଆସନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ବହୁତ ଭାଗ୍ୟଶାଳୀ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ। ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ରୋଜଗାର ନଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଚାକିରି ମିଳିବାର ସମ୍ଭାବନା ରହିଛି।ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।ଅଚାନକ ଧନ ପ୍ରାପ୍ତି ହୋଇପାରେ। ଘରେ କୌଣସି ଧାର୍ମିକ ସମାରୋହ ହୋଇପାରେ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ବୃଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ଅନୁକୂଳ ସାବ୍ୟସ୍ତ ହେବ।ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ହାସଲ କରିବେ।ବ୍ୟବସାୟରେ ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି।ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ବିଦେଶ ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।ନିବେଶରୁ ଲାଭ ମିଳିବ। ବାହନ ବା ଜମିବାଡ଼ି କ୍ରୟ କରି ପାରନ୍ତି

ସିଂହ ରାଶି –

ଏହିବର୍ଷ ସିଂହ ରାଶିର ଲୋକେ ଖୁବ୍ ସୁଖମୟ ଜୀବନ ଅତିବାହିତ କରିବେ। ଆପଣଙ୍କ ଆତ୍ମବିଶ୍ବାସ ସୁଦୃଢ ହେବ। ପୈତୃକ ସଂପତ୍ତି ଆପଣଙ୍କୁ ପ୍ରାପ୍ତ ହୋଇପାରେ। ଅଚାନକ ଧନ ପ୍ରାପ୍ତି ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ଅର୍ଜନ କରିବେ।ସୁଖଦ ସମାଚାର ମିଳିପାରେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଚାକିରୀରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ। ପ୍ରେମରେ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ

କନ୍ୟା ରାଶି –

ଏହି ବର୍ଷ କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ନୂଆ ବାହନ ବା ଜମିବାଡ଼ି କ୍ରୟ କରି ପାରନ୍ତି। ଅଚାନକ ଧନ ପ୍ରାପ୍ତି ହୋଇପାରେ। ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ। ଅଳ୍ପ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ପରିବାର ଲୋକେ ସର୍ବଦା ଆପଣଙ୍କ ସପକ୍ଷରେ ରହିବେ। ଘରର ଖର୍ଚ୍ଚ କମିଯାଇ ପାରେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ।ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *