Excuse Me Odisha

ଯାହା କହିବୁ ସତ କହିବୁ

ସ୍ବାମୀଙ୍କ ପାଖରୁ କିପରି ପାଇବେ ସମ୍ମାନ ?ଏହି କାମ କଲେ ସ୍ୱାମୀ ସବୁବେଳେ ସମ୍ମାନ ଦେବେ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବିବାହ ସମୟରେ ସ୍ବାମୀ ଓ ସ୍ତ୍ରୀ ପରସ୍ପରକୁ ୭ଟି ଶପଥ ଦେଇଥାନ୍ତି। ସେଥିମଧ୍ୟରୁ ହେଉଛି ପରସ୍ପରକୁ ସମ୍ମାନ ଦେବା। ଆଜିକାଲି ଅଧିକାଂଶ ସ୍ତ୍ରୀଲୋକ ମାନେ ସେମାନଙ୍କ ସ୍ଵାମୀଙ୍କ ପାଖରୁ ସଠିକ ଭାବରେ ସମ୍ମାନ ପାଇ ପାରୁ ନାହାଁନ୍ତି ଏବଂ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ରହୁନାହିଁ ।ଏଥିରେ ଉଭୟ ପତି ଓ ପତ୍ନୀଙ୍କର ଦୋଷ ରହିଥାଏ।ଏଭଳି ହେବାର ମୁଖ୍ୟ କାରଣ ହେଉଛି ପତି ନିଜ ପତ୍ନୀଙ୍କୁ ସଠିକ ବ୍ୟବହାର ଓ ସମ୍ମାନ କରନ୍ତି ନାହିଁ।ଏହାଛଡା ପୁରୁଷ ଚାକିରି କରୁଛନ୍ତି ଏବଂ ସ୍ତ୍ରୀ ଘର ସମ୍ଭାଳୁଛନ୍ତି।

ପ୍ରାୟତଃ ଅଧିକାଂଶ ସ୍ତ୍ରୀଲୋକମାନେ ନିଜର ସ୍ଵାମୀଙ୍କ ଆଗରେ ଅଯଥା କଥା ଆଲୋଚନା କରି ଥାଆନ୍ତି। କିନ୍ତୁ ସେମାନଙ୍କୁ ପତିଙ୍କ ସମ୍ମୁଖରେ ଅଯଥା କଥା ନକହି ସେମାନଙ୍କୁ ବିରକ୍ତ କରିବା ଉଚିତ ନୁହେଁ।ଏହାଛଡା ଆଜିକାଲି ସ୍ତ୍ରୀଲୋକମାନେ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି, ସେମାନଙ୍କୁ ନିଜ ପତିଙ୍କୁ ସର୍ବଦା ଟଙ୍କା ପାଇଁ କହିବା ଉଚିତ ନୁହେଁ।

ପ୍ରତ୍ୟେକ ସ୍ତ୍ରୀଲୋକ ମାନଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ପ୍ରୟାସ କରିବା ଆବଶ୍ୟକ,ଦେଖିବେ ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ ହେବ।ପତିଙ୍କ ସାମ୍ନାରେ ସ୍ତ୍ରୀ ମାନଙ୍କୁ ନିଜର କଷ୍ଟ ଜୀବନ ବିଷୟରେ ଭଲଭାବରେ ଦେଖାଇବା ଉଚିତ।ଏହାଦ୍ବାରା ଆପଣଙ୍କ ପତି ଆପଣଙ୍କ ପ୍ରୟାସ ଓ କଷ୍ଟ ବିଷୟରେ ଜାଣି ପାରିବେ। ଦେଖିବେ ଏହାପରେ ଆପଣଙ୍କ ପତି ଆପଣଙ୍କୁ ସବୁ କାର୍ଯ୍ୟରେ ସମର୍ଥନ ଓ ସମ୍ମାନ କରିବେ।

ଏହାସହିତ ନିଜ ପତିଙ୍କ ପାଖରୁ ସମ୍ମାନ ପାଇବା ପାଇଁ ଆଉ ଏକ ଉପାୟ ହେଉଛି ପରିବାର ଲୋକଙ୍କର ଯତ୍ନ ନେବା। ଯେତେବେଳେ କୌଣସି ଝିଅ ବିବାହ କରି ଘରକୁ ଯାଇଥାଏ, ଶାଶୂଘରେ ତାକୁ ପରିବାର ଲୋକଙ୍କର ଭଲମନ୍ଦ, ସବୁ ଆବଶ୍ୟକତା ବିଷୟରେ ଜାଣିବାକୁ ମିଳିଥାଏ। ଯଦି ସେ ନିଜ ଶାଶୂଘରେ ସମସ୍ତଙ୍କ ସହିତ ସଠିକ ଭାବରେ ମିଳିମିଶି ଚଳି ପାରିଲେ, ତାହେଲେ ନିଶ୍ଚିତ ଭାବରେ ତାଙ୍କ ସ୍ଵାମୀ ତାଙ୍କୁ ସମ୍ମାନ କରିବେ।

ବେଳେବେଳେ ସ୍ତ୍ରୀଲୋକମାନେ ପତିଙ୍କ କଥାକୁ ସଠିକ ଭାବରେ ନବୁଝି ସେମାନଙ୍କ ଉପରେ ଅଯଥା ବିରକ୍ତ ହୋଇ ଥାଆନ୍ତି।ତେଣୁ ଏହିସବୁ କରନ୍ତୁ ନାହିଁ, ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ଆପଣଙ୍କ ପତିଙ୍କ ପାଖରୁ ସମ୍ମାନ ଓ ଆଦର ପ୍ରାପ୍ତ ହେବ।କିନ୍ତୁ ସ୍ବାମୀ ମାନଙ୍କୁ ମଧ୍ୟ ତାଙ୍କ ପତ୍ନୀ ମାନଙ୍କ ଉପରେ ଚାପ ନ ପକାଇ ତାଙ୍କୁ ଖୁସିରେ ରଖିବା ବା ବୁଝିବାକୁ ପ୍ରାୟ ଆବଶ୍ୟକ। ଏହାଦ୍ଵାରା ସ୍ବାମୀ ଓ ସ୍ତ୍ରୀ ସାରା ଜୀବନ ଖୁସିରେ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *