Excuse Me Odisha

ଯାହା କହିବୁ ସତ କହିବୁ

୨୪ ଘଣ୍ଟାରେ ସବୁ ଇଛା ହେବ ପୂରଣ ! ବାସ କରନ୍ତୁ ଏହି କାମ !

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦି ଆପଣଙ୍କ ମନରେ କୌଣସି ଅପୂର୍ଣ ମାନସିକ ଅଛି ତାହା ପୂରଣ ହୋଇ ପାରୁନାହିଁ ଏବଂ ଆପଣଙ୍କର ସେହି ଇଛାଟି ପୂରଣ ନହେଲେ ଆପଣଙ୍କ ଜୀବନରେ ସେହି ଅପୂର୍ଣ୍ଣତା ରହିଯିବ। ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାର ଉପାୟ ଜଣେଇବୁ ଏହାକୁ କରିବା ମାତ୍ରେ ଆପଣଙ୍କର ଯେକୌଣସି ଅପୂର୍ଣ ମାନସିକତା ସିଏ ଆପଣଙ୍କର ଧନ ବୃଦ୍ଧି ପାଇଁ ହେଉ ଋଣ କରଜରୁ ମୁକ୍ତି ପାଇବା ହେଉ ପ୍ରେମ ପ୍ରଳୟ ବିବାହ ସମ୍ପର୍କିତ ଯେକୌଣସି ସାମଜିକ ସମସ୍ୟା ପାଇଁ ହେଉ ଯେକୌଣସି ପ୍ରକାରର ଅପୂର୍ଣ ମାନସିକତାକୁ ଏହି ଉପାୟ ମାଧ୍ୟମରେ ପୂରଣ କରି ପାରିବେ। ଏଥିପାଇଁ ଗୋଟେ ତମ୍ବା ପାତ୍ରର ଆବଶ୍ୟକତା ପଡିବ ଆଉ କିଛି ଶୁଦ୍ଧ ଜଳ ଏବଂ ଠାକୁରଙ୍କ ପାଖରେ ଅର୍ପଣ କରାଯାଉଥିବା ଚନ୍ଦନ।

ବନ୍ଧୁଗଣ ସମସ୍ତ ମନୁଷ୍ୟଙ୍କର ଆଶା ଥାଏ। ମାନସିକତା ମଝିରେ ମଝିରେ ଉଦବେଗ ହୋଇଥାଏ ଯାହାକି ପରିପୂର୍ଣ ନହେଲେ ଜୀବନରେ ଅପୂର୍ଣ୍ଣତା ଲାଗିରହିଥାଏ। ସିଏ ଆପଣଙ୍କର ଧନ ଜନିତ ହେଉ ଋଣ କରଜରୁ ମୁକ୍ତି ପାଇଁ ହେଉ ରୋଗ ରୁ ବୈରାଗ୍ୟରୁ ଉଧାର ପାଇଁ ହେଉ ଯେକୌଣସି ସମସ୍ୟା ପାଇଁ ହେଉ ଚାକିରୀରେ ଉନ୍ନତି ପାଇଁ ହେଉ ଚାକିରୀ ପ୍ରାପ୍ତ ପାଇଁ ହେଉ ଯେକୌଣସି ଅପୂର୍ଣ୍ଣ ମାନସିକତାକୁ ଅତ୍ୟନ୍ତ ସହଜ ଉପାୟରେ ପରିପୂର୍ଣ୍ଣ କରିପାରିବେ।

ଏହି ଉପାୟ ପାଇଁ ଯେକୌଣସି ସୋମବାର ଦିନ ତମ୍ବା ପାତ୍ରଟିଏ ନେବେ ଏହା ଭିତରେ ଶୁଦ୍ଧ ଜଳ ଭରିକି ଠାକୁରଙ୍କ ପାଖରେ ଯେଉଁ ଶ୍ୱେତ ଚନ୍ଦନ ଯେଉଁ ଘୋରା ଯାଏ ଆପଣ ତାହାକୁ କିଛି ଘୋରିକି ଅଳ୍ପ ଏହା ଭିତରେ ମିଶାଇ ଦିଅନ୍ତୁ। ଆପଣ ଏହାକୁ ନେଇ ବ୍ରହ୍ମ ମୁହୂର୍ତ୍ତରେ ମାନେ ପ୍ରଭାତ ସୁର୍ଯ୍ୟ ଉଦୟ ହୋଇନଥିବ ରାତି ପାହିଥିବ ଏହି ସମୟରେ ଯେକୌଣସି ମନସ୍କାମନା ରଖାଯାଏ ଯେକୌଣସି ଜପ ତପ କରାଯାଏ ସବୁ ପରିପୂର୍ଣ ହେବାକୁ ଲାଗେ।

ଏହା ଏକ ସ୍ୱତନ୍ତ୍ର ଦୈବୀ ସମୟ। ଆପଣ ମାନେ ନିଶ୍ଚୟ ଏହା ବିଷୟରେ ଜାଣିଥିବେ। ଏହି ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦନ ମିଶ୍ରିତ ତମ୍ବା ପାତ୍ରଟିକୁ ନେଇ କି ପୁରାତନ ବଟ ବୃକ୍ଷ ପାଖକୁ ଯାଆନ୍ତୁ। ଏହି ବଟ ବୃକ୍ଷରେ ସ୍ୱୟଂ ଦେବ ଦେବ ମହାଦେବ ଭଗବାନ ବିଷ୍ଣୁ ଏବଂ ଭଗବାନ ବ୍ରହ୍ମା ବାସ କରନ୍ତି ଏବଂ ଏହା ସହିତ ବ୍ରହ୍ମ ରାକ୍ଷସ ଯିଏ ସମସ୍ତଙ୍କ ମାନସିକତାକୁ ଶୀଘ୍ର ପରିପୂର୍ଣ କରାଏ ସେ ମଧ୍ୟ ଏହି ବୃକ୍ଷରେ ଥାନ୍ତି।

ଆପଣ ସୋମବାର ଦିନର ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ଶୌଚ ଆଦି ସାରି ସେହି ଚନ୍ଦନ ମିଶ୍ରିତ ତମ୍ବା ପାତ୍ରଟିକୁ ନେଇ ବଟ ବୃକ୍ଷ ମୂଳକୁ ଯାଆନ୍ତୁ ଆଉ ତାରି ମୂଳରେ ଏହି ଚନ୍ଦନ ମିଶ୍ରିତ ଜଳଟିକୁ ଢାଳି ଦିଅନ୍ତୁ ଏବଂ ଆପଣଙ୍କର ଯେଉଁ ଅପୂର୍ଣ୍ଣ ମାନସିକତା ଅଛି ତାକୁ ଆପଣ ସେଇଠି ୩ ଥର କୁହନ୍ତୁ। ଏହା ପରେ ପ୍ରଣାମ କରି ଏକ ମୁହାଁ ହୋଇ ପଛକୁ ନବୁଲି ଘରକୁ ଫେରି ଆସନ୍ତୁ।

ଦ୍ୱିତୀୟ ଉପାୟ। ଶ୍ୱେତ ଅରଖ ଗଛରେ ଯେଉଁ ଧଳା ଫୁଲ ଆସେ ସେହି ଗଛ ଯାହା ପୁରାତନ ହୋଇଥିବ ଅର୍ଥାତ ଯେମିତି ସେହି ଗଛଟି ୧୦ ରୁ ୧୨ ବର୍ଷ ପୁରାତନ ଅରଖ ଗଛ ହୋଇଥିବ ଏହି ଅରଖ ଗଛରେ ଆପଣ ଦେବା ଦେବୀ ମାନେ ବାସ କରିଥାନ୍ତି ଏବଂ ମହା କାଳୀ ମଧ୍ୟ ଏହି ଗଛରେ ବାସ କରିଥାନ୍ତି ଏବଂ ଏହି ପୁରାତନ ଅରଖ ଗଛ ମୂଳରେ ମଧ୍ୟ ଭଗବାନ ଶ୍ରୀ ଗଣେଶ ମଧ୍ୟ ବାସ କରିଥାନ୍ତି। ଏହା ଏକ ଚମତ୍କାରୀ ଦୈବୀ ଗଛ।

ଏହାରି ମାଧ୍ୟମରେ ଶତ୍ରୁ ନିପାତ ହୋଇଥାନ୍ତି। ଧନର ବୃଦ୍ଧି ହୋଇଥାଏ । ଅପୂର୍ଣ୍ଣ ମାନସିକତା ମଧ୍ୟ ପୁର୍ଣ୍ଣ ହୋଇଥାଏ। ଆପଣ ସେହି ଚନ୍ଦନ ମିଶ୍ରିତ ଜଳକୁ ଯେକୌଣସି ଶନିବାର ଦିନ ସନ୍ଧ୍ୟା ସମୟରେ ଯାଇ ସେହି ଶ୍ୱେତ ଅରଖ ଗଛ ମୂଳରେ ଢାଳି ଦେବେ। ନିଜର ଅପୂର୍ଣ ମାନସିକତାକୁ ୩ ଥର କହିବେ ଆଉ ଏକ ମୁହାଁ ହୋଇ ପଛକୁ ନବୁଲି ଘରକୁ ଫେରି ଆସିବେ।

ଏହି ଦୁଇଟି ଉପାୟ ଆପଣ କରନ୍ତୁ ଦେଖିବେ ଆପଣଙ୍କର ଅପୂର୍ଣ୍ଣ ମନସ୍କାମନା ଶୀଘ୍ର ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *