Excuse Me Odisha

ଯାହା କହିବୁ ସତ କହିବୁ

ମନୀ ପର୍ସରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ,ଦେଖିବେ ଆଉ କେବେ ବି ଟଙ୍କା ପଇସାର ଅଭାବ ରହିବ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମନୀ ପର୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ। ଖାଲି ପର୍ସ ଭରି ଯିବ ଟଙ୍କା ବିଡ଼ାରେ।

ବନ୍ଧୁଗଣ ଆପଣ ମାସ ସାରା କର୍ମ କରିଥାନ୍ତି ଦିନ ରାତି ପରିଶ୍ରମ କରିଥାନ୍ତି। ପରିଶ୍ରମ କରି ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ ଆପଣଙ୍କର ଟଙ୍କା ପଇସା ସଞ୍ଚୟ ହୋଇପାରେ ନାହିଁ। ଗୋଟିଏ ହାତରେ ପଇସା ଆସିଲେ ଅନ୍ୟ ହାତରେ ଚାଲି ଯାଇଥାଏ। ଯେତେବି ଟଙ୍କା ପଇସା ଥାଉ ନାଁ କାହିଁକି ସବୁ ଚାଲି ଯାଇଥାଏ। ଯଦି ଆପଣଙ୍କ ପର୍ସରେ ଟଙ୍କା ରହୁନାହିଁ ତେବେ ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଉପାୟଟିଏ ଜଣେଇବାକୁ ଯାଉଛୁ। ଯେଉଁ ଉପାୟଟିକୁ କରି ଟଙ୍କା ପଇସାର ଅଭାବରୁ ମୁକ୍ତି ପାଇପାରିବେ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଜିନିଷ ମାନ ଅଛି ଯାହାକୁ କି ନିଜ ପର୍ସରେ ରଖିବା ଦ୍ୱାରା ଆପଣଙ୍କର ପର୍ସଟି ଟଙ୍କା ପଇସାରେ ସର୍ବଦା ଭରି ରହିଥାଏ।

ପ୍ରଥମ ଉପାୟ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ମତରେ ଯଦି ଆପଣ ସଞ୍ଚୟ କରିବାକୁ ଚାହୁଁଥାନ୍ତି ପ୍ରଚୁର ଧନ ଓ ରୋଜଗାର କରିବାକୁ ଚାହୁଁଥାନ୍ତି ତେବେ ଏକ ଅସ୍ତ ଗଛର ପତ୍ରଟିଏ ନିମନ୍ତ୍ରଣ କରି ଆଣନ୍ତୁ। ସେଥିରେ ସିନ୍ଦୁର ଦ୍ୱାରା ଏକ ସ୍ୱସ୍ତିକ ଟିଏ ଆଙ୍କି ଦିଅନ୍ତୁ ଏବଂ ତାହାକୁ ନିଜ ପର୍ସରେ ରଖିଦିଅନ୍ତୁ। ଏମିତି କଲେ ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ।

ଦ୍ୱିତୀୟ ଉପାୟ। ଏକ ଲାଲ ରଙ୍ଗର କାଗଜରେ ମନରେ କୌଣସି ବି ଇଚ୍ଛା ଲେଖି ପର୍ସ ଭିତରେ ରଖିଦିଅନ୍ତୁ। ଏହା ଦ୍ବାରା ମଧ୍ୟ କେବେବି ଧନର ଅଭାବ ରହିନଥାଏ।

ଅରୁଆ ଚାଉଳକୁ ବା ଅକ୍ଷତକୁ ଆମର ହିନ୍ଦୁ ଧର୍ମ ଶାସ୍ତ୍ରରେ ବହୁତ ଶ୍ରେଷ୍ଠ ଦ୍ରବ୍ୟ ବୋଲି ମାନିଥାନ୍ତି। କୌଣସି ଦେବୀ ବା ଦେବତାଙ୍କର ପୂଜା ସମୟରେ ବ୍ୟବହାର ହୋଇଥିବା ଅକ୍ଷତରୁ କିଛି ଅକ୍ଷତକୁ ଆଣି ନିଜର ପର୍ସରେ ରଖିଲେ ଧନର କେବେବି ଅଭାବ ରହିନଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଆପଣଙ୍କର ପର୍ସରେ ଏକ ଛୋଟିଆ ଦର୍ପଣଟିଏ ରଖନ୍ତି ତେବେ ଏହା ଆପଣଙ୍କୁ ନକରାତ୍ମକ ଶକ୍ତି ଠାରୁ ରକ୍ଷା କରିଥାଏ ଓ ଧନରେ ବୃଦ୍ଧି କରାଇଥାଏ।

ଯଦି ଆପଣ ମାନେ ଚାହୁଁଥାନ୍ତି ଆପଣ ଖୁବଶୀଘ୍ର ଧନବାନ ହେବା ପାଇଁ ତେବେ ଆପଣ ନିଜ ପର୍ସରେ କଉଡି କିମ୍ବା ଶଙ୍ଖ ନାଭି ପଥର ଟିଏ ରଖିପାରିବେ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଶକ୍ତି ଟାଣି ହୋଇ ଆସିଥାଏ ଓ ପର୍ସରେ ସ୍ଥାୟୀ ରୂପରେ ବିରାଜମାନ ହୋଇଥାଏ।

ଯେଉଁଠିକୁ ମା ଲକ୍ଷ୍ମୀଙ୍କର ଶକ୍ତି ଟାଣି ହୋଇ ଆସିଥାଏ। ସେଠାରେ ଧନର କେବେବି ଅଭାବ ରହିନଥାଏ। ଯଦି କୌଣସି ବ୍ୟକ୍ତି ଚାହିଁଥାନ୍ତି କି ପର୍ସଟି କେବେବି ଖାଲି ନରହୁ ସର୍ବଦା ଟଙ୍କା ପଇସାରେ ଭରି ରହୁ ତେବେ ରୂପାର ଏକ ମୁଦ୍ରାଟିଏ ନେଇ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଆଣନ୍ତୁ ଏବଂ ତାହାକୁ ନିଜର ପର୍ସରେ ରଖିଦିଅନ୍ତୁ। ଯଦି ରୂପାର ମୁଦ୍ରା ନାହିଁ ତେବେ ଛୋଟିଆ ଖଣ୍ଡ ରୂପାକୁ ମଧ୍ୟ ପର୍ସରେ ରଖିପାରିବେ। ଏହା ଦ୍ୱାରା ମଧ୍ୟ ଧନ ବା ଟଙ୍କା ପଇସା ଟାଣି ହୋଇ ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *