Excuse Me Odisha

ଯାହା କହିବୁ ସତ କହିବୁ

ନୂଆ ବର୍ଷ ୨୦୨୨ : ଶନିଦେବଙ୍କ କୃପାରୁ ୨୦୨୨ ରୁ ୨୦୨୭ ମସିହା ପର୍ଯ୍ୟନ୍ତ ବଦଳିବାକୁ ଯାଉଛି ଏହି ରାଶିଗୁଡ଼ିକର ଭାଗ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କର ଚଳନର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ୨୦୨୨ର ନୂଆବର୍ଷ ଠାରୁ ୨୦୨୭ ମସିହା ପର୍ଯ୍ୟନ୍ତ ୫ଟି ରାଶିର ଲୋକଙ୍କ ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଏହାଦ୍ଵାରା ସେମାନଙ୍କ ଭାଗ୍ୟ ସୁଦୃଢ ହେବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ବୃଷ ରାଶି –

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନି ନିଜର କୃପା ଦୃଷ୍ଟି ରଖିବେ। ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରଭାବରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଦୂର ହୋଇଯିବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିବ ଏବଂ କେବେବି ଧନର ଅଭାବ ହେବ ନାହିଁ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

୨/ ବିଛା ରାଶି –

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ରହିଛି। ଆପଣଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବ।ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। କ୍ୟାରିୟରକୁ ନେଇ ଅନେକ ସ୍ବପ୍ନ ଦେଖିବେ। ଆପଣ ନିଜ ଜୀବନକୁ ପରିବର୍ତ୍ତନ କରିବା ପାଇଁ ବହୁତ ଚେଷ୍ଟା କରିବେ ଓ ସଫଳ ହେବେ।

୩/ ମକର ରାଶି –

ଭଗବାନ ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ।ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସମାଜ କଲ୍ୟାଣ ପାଇଁ ଆପଣ ଅନେକ କାର୍ଯ୍ୟ କରି ପ୍ରଶଂସିତ ହେବେ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ଆର୍ଥିକ ସଙ୍କଟ ଦୂର ହୋଇ ଧନସମ୍ପତ୍ତି ହାସଲ କରିବେ।

୪/ ସିଂହ ରାଶି –

ଏହି ରାଶିର ଲୋକେ ସୁଖରେ ଜୀବନ ଅତିବାହିତ କରିବେ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ବିବାହିତ ଲୋକଙ୍କର ଜୀବନ ସୁଖମୟ ରହିବ। ପ୍ରେମ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି।

୫/ କୁମ୍ଭ ରାଶି –

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଦୃଷ୍ଟି ରହିବ। ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଅନ୍ୟମାନଙ୍କ ପ୍ରତି ଭଲ ଚିନ୍ତା କରନ୍ତୁ, ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତ ହେବ। ଆପଣଙ୍କ ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *