Excuse Me Odisha

ଯାହା କହିବୁ ସତ କହିବୁ

ନୂଆ ବର୍ଷରୁ ଭାଗ୍ୟ ଦେବ ସାଥି, ବର୍ଷର ପ୍ରଥମ ଦିନ କରି ଦିଅନ୍ତୁ ଏହି ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସମସ୍ତେ ପରିବାରରେ ସୁଖଶାନ୍ତି ବିରାଜମାନ କରିବା ପାଇଁ ଚାହିଁ ଥାଆନ୍ତି।ଏଥିପାଇଁ ନୂଆ ବର୍ଷ ଦିନ ସମସ୍ତେ ମନ୍ଦିର ଯାଇ ପରିବାରର ସୁଖଶାନ୍ତି ପାଇଁ କାମନା କରିଥାନ୍ତି। ନୂଆବର୍ଷରେ ପ୍ରଥମ ଦିନ ଯଦି ଭଲରେ କଟିଥାଏ, ତେବେ ବର୍ଷ ସାରା ଭଲରେ କଟିଥାଏ। ଯଦି ଆପଣ ଚାହାଁନ୍ତି କି ନୂଆ ବର୍ଷ ୨୦୨୨ ଆପଣଙ୍କ ପାଇଁ ଭଲରେ କଟୁ ଓ ବର୍ଷସାରା ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ତାହେଲେ କିଛି ଉପାୟ କରନ୍ତୁ।

ଶଙ୍ଖ କିଣି ରଖନ୍ତୁ –

ହିନ୍ଦୁ ଧର୍ମରେ ଶଙ୍ଖକୁ ଶୁଭ ବୋଲି ମାନା ଯାଇଛି। ପ୍ରତ୍ୟେକ ପୂଜା ଓ ପର୍ବପର୍ବାଣୀରେ ଶଙ୍ଖର ବ୍ୟବହାର କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନରୁ ଶଙ୍ଖର ଉତ୍ପତ୍ତି ହୋଇଥିଲା। ଯେଉଁଠାରେ ଶଙ୍ଖ ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।ଶଙ୍ଖ ବଜାଇବା ଦ୍ଵାରା ଘରେ ରହିଥିବା ନକାରାତ୍ମକ ଶକ୍ତି ନାଶ ହୋଇଥାଏ ଏବଂ ବାତାବରଣ ସୁଖମୟ ହୋଇଥାଏ। ତେଣୁ ନୂଆ ବର୍ଷର ପ୍ରଥମ ଦିନରେ ଗୋଟେ ଶଙ୍ଖା କିଣି ଘରେ ରଖନ୍ତୁ, ଦେଖିବେ ବର୍ଷସାରା ଆପଣଙ୍କ ପାଇଁ ମଙ୍ଗଳମୟ ରହିବ।

ଗଣେଶଙ୍କ ମୂର୍ତ୍ତି ରଖନ୍ତୁ –

ନୂଆ ବର୍ଷରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ପାଇଁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିଣି ଆଣି ରଖନ୍ତୁ। ଯଦି ଘରେ ପୂର୍ବରୁ ଭଗବାନ ଗଣେଶଙ୍କ ମୂର୍ତ୍ତି ରହିଛି, ତାହେଲେ ତାଙ୍କର ପୂଜାର୍ଚ୍ଚନା କରନ୍ତୁ। ନୂଆବର୍ଷ ଦିନ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଧନସଂପତ୍ତି ବୃଦ୍ଧି ପାଇଥାଏ

ତୁଳସୀ ଗଛ ଲଗାନ୍ତୁ –

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ବୋଲି ମାନା ଯାଇଛି। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଗଛକୁ ଦେବୀ ସ୍ୱରୂପ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତ୍ୟେକଦିନ ତୁଳସୀ ଗଛକୁ ପୂଜା କରି ଆଳତୀ କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ। ତେଣୁ ନୂଆବର୍ଷରେ ତୁଳସୀ ଗଛ ନିଶ୍ଚିତ ଭାବରେ ଲଗାନ୍ତୁ। ଦେଖିବେ ଘରର ବାତାବରଣ ମଙ୍ଗଳମୟ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *