ସବୁଦିନ ପାଇଁ ଭଲ ହୋଇଯିବ ଯାଦୁ, କାଛୁ ଓ କୁଣ୍ଡିଆ ରୋଗ। ଆପଣାନ୍ତୁ ଏହି ଘରୋଇ ଉପାୟ !
ବନ୍ଧୁଗଣ ଆପଣମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆମ ଦେଶ ଭାରତ ଏକ ଗରମ ଦେଶ ଅଟେ।ଏଠାରେ ଆଦ୍ର ଜଳବାୟୁ ଜନିତ ପରିବେଶ ହୋଇଥିବାରୁ ଏଠାକାର ଲୋକଙ୍କୁ ଚର୍ମ ରୋଗ ଭଳି ସମସ୍ୟା ଦେଖା ଦେଇଥାଏ। ଏହି ଚର୍ମରୋଗକୁ ଭଲ କରିବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ କରିଥାନ୍ତି ଏବଂ ଔଷଧ ମଧ୍ୟ ସେବନ କରିଥାନ୍ତି। କିନ୍ତୁ କିଛି ସୁଫଳ ମିଳି ନଥାଏ।
ଆଶ୍ଚର୍ଯ୍ୟର କଥା ଯେ ଔଷଧ ସେବନ କରିବା ପରେ ସଙ୍ଗେ ସଙ୍ଗେ ଚର୍ମ ରୋଗ ଭଲ ହୋଇ ଯାଇଥାଏ କିନ୍ତୁ ଏହା ପରେ ପୁଣିଥରେ ଚର୍ମରୋଗ ହେବାର ସମ୍ଭାବନା ରହିଥାଏ।ଆଜି ଆମେ ଆପଣଙ୍କୁ ରସୁଣକୁ ନେଇ ଏକ ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ।
ଆପଣ ୫ କୋଷା ରସୁଣ ଏବଂ କିଛି ଗୁଆ ଘିଅ ନିଅନ୍ତୁ। ଗୁଆ ଘିଅ ଓ ରସୁଣ ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ। ଗୁଆ ଘିଅ ଓ ରସୁଣକୁ ମିଶାଇ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଏହାକୁ ଗ୍ୟାସରେ ବସାଇ ଗରମ କରନ୍ତୁ। ଗରମ ହେବାପରେ ଏହାକୁ କିଛି ସମୟ ଥଣ୍ଡା କରି ନିଅନ୍ତୁ।
ପ୍ରଥମେ ଯାଦୁ ହୋଇଥିବା ଜାଗାକୁ ଭଲ ଭାବରେ ସଫା କରି ନିଅନ୍ତୁ। ଆପଣ ଏହାକୁ ସଫା କରିବା ପାଇଁ ଲେମ୍ବୁ ମଧ୍ୟ ବ୍ୟବହାର କରି ପାରିବେ। ଏହି ଘିଅ ଓ ରସୁଣ ମିଶା ଔଷଧକୁ ଭଲ ଭାବରେ ସେଇ ଜାଗାରେ ଲଗାନ୍ତୁ। ଏହାପରେ ଅଳ୍ପ ଚୂନ ମଧ୍ୟ ସେହି ଜାଗାରେ ଲଗାନ୍ତୁ। ଏହାଦ୍ଵାରା ଆପଣଙ୍କ ଘା ଜ୍ଵଳନ ହୋଇପାରେ।ଏହି ଔଷଧ ଆପଣ ରାତିରେ ଲଗାଇ ସକାଳୁ ଧୋଇ ଦିଅନ୍ତୁ।
ନଚେତ ଆପଣ ଏହାକୁ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖି ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ। ଏହି ଉପାୟକୁ ପ୍ରତ୍ୟେକଦିନ ପ୍ରୟୋଗ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ। ଏହାସହିତ ଆପଣ ସର୍ବଦା ପରିଷ୍କାର ରୁହନ୍ତୁ ଏବଂ ଢିଲା ପୋଷାକ ପିନ୍ଧନ୍ତି। ଦେଖିବେ ଆପଣଙ୍କର କୁଣ୍ଡିଆ ସମସ୍ୟା ଦୂର ହୋଇଯିବ।