ସନ୍ଧ୍ୟା ସମୟରେ ଏହି ସ୍ଥାନରେ ଦୀପ ପ୍ରଜ୍ବଳନ କରନ୍ତୁ, ସବୁ ସଙ୍କଟ ହେବ ଦୂର !
ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆଜିକାଲି ସମସ୍ତଙ୍କ ପାଖରେ ଟଙ୍କାର ଘୋର ଅଭାବ ଦେଖିବାକୁ ମିଳୁଛି। ଏଥିପାଇଁ ପରିବାରରେ ଅନେକ ସମସ୍ୟା ଲାଗି ରହୁଛି, ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଉଚିତ। ଆଜି ଆମେ ଆପଣ ମାନଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ଏହିସବୁ ସମସ୍ୟା ଦୂର ହୋଇଯାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା
ସୂର୍ଯ୍ୟାସ୍ତ ପରେ ଘରର ମୁଖ୍ୟ ଦୁଆର ଡାହାଣ ଓ ବାମ ଉଭୟ ପାର୍ଶ୍ଵରେ ଘିଅର ଦୀପ ଜାଳନ୍ତୁ।ଏଭଳି କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହାସହିତ ସନ୍ଧ୍ୟା ସମୟରେ ଘରର ଅଗଣାରେ ଥିବା ତୁଳସୀ ଗଛ ମୂଳରେ ସୋରିଷ ତେଲ ଦୀପ ଜଳାନ୍ତୁ।ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ ଏବଂ ଭଗବାନ ବିଷ୍ଣୁଙ୍କର କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ।
ଯଦି ଆପଣ ନିଜ ଘରେ ରହିଥିବା ନକାରାତ୍ମକ ଶକ୍ତିର ପ୍ରଭାବକୁ ନଷ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ତିଳ ତେଲର ଦୀପ ଜାଳନ୍ତୁ। ଏହି ଦୀପକୁ ଆପଣ ଘରର ଛାତ ଉପରେ ମଧ୍ୟ ଜାଳି ପାରିବେ। ଶନି, ରାହୁ, କେତୁଙ୍କ ଶୁଭ ପ୍ରଭାବ ପଡ଼ିବା ପାଇଁ ଆପଣଙ୍କୁ ନିଜ ଘର ପାଖରେ ଥିବା ଅଶ୍ୱତ୍ଥ ଗଛ ମୂଳରେ ଦୀପ ପ୍ରଜ୍ବଳନ କରିବା ଉଚିତ। କିନ୍ତୁ ରବିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଦୀପ ପ୍ରଜ୍ବଳନ କରିବେ ନାହିଁ, ଏଥିପ୍ରତି ଧ୍ୟାନ ରଖିବେ।
ହିନ୍ଦୁ ଧର୍ମଶାସ୍ତ୍ରରେ ଅନେକ ନିୟମ ଗୁଡିକ ରହିଛି, ଯାହାକୁ ମାନିବା ଦ୍ଵାରା ଆମକୁ ଶୁଭ ପରିଣାମ ମିଳିଥାଏ ଏବଂ ସମସ୍ତ ଦେବୀ ଦେବତାଙ୍କ କୃପା ଦୃଷ୍ଟି ଆମ ଉପରେ ପଡ଼ିଥାଏ।ଏହାସହିତ ଆମ ଜୀବନରୁ ସମସ୍ତ ଦୁଃଖ ମଧ୍ୟ ଦୂର ହୋଇ ଯାଇଥାଏ।
ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!