ଠାକୁର ପୂଜା କଲାବେଳେ ଭୁଲରେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ଏହି ଫୁଲ ! ସାବଧାନ ହୋଇଯାନ୍ତୁ ନହେଲେ…
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଠାକୁର ପୂଜା କଲାବେଳେ ବ୍ୟବହାର କରୁଛନ୍ତି ଏହି ଫୁଲ ସାବଧାନ ହୋଇଯାନ୍ତୁ।
ଆଜିର ପୋଷ୍ଟରେ ଆମେ ଜାଣିବା କେଉଁ ଫୁଲ ପୂଜା ପାଇଁ ଉପଯୁକ୍ତ ନୁହେଁ। ତେବେ ଆସନ୍ତୁ ଜାଣିବା।
ପୋକ ଖାଇଥିବା କଟା ଫଟା କଢ଼ ଉତକୁଟ ଗନ୍ଧ ଯୁକ୍ତ ଫୁଲ ଅନ୍ୟ ଦେବତାଙ୍କ ତଥା ପାଦସ୍ପର୍ଶରେ ଆସିଥିବା ଫୁଲ ଭୂମି ଉପରେ ପଡିଥିବା ଫୁଲ ଚୋରାଇ ଆଣିଥିବା ପୁଷ୍ପ ଦିଅଁ ଦେବତାଙ୍କ ଉପରେ ଅର୍ପଣ କରନ୍ତୁ ନାହିଁ।
କୋମଳ ଫୁଲ ୧୧ ଦିନ ଯାଏଁ ବାସୀ ହୁଏନାହିଁ। କୁମୁଦ ଫୁଲ ୫ ଦିନ ଯାଏଁ ବାସୀ ହୁଏନାହିଁ।
ତୁଳସୀ ପତ୍ର ବେଲ ପତ୍ର ଅଗସ୍ତ୍ୟ ଫୁଲ ଏସବୁ କେବେବି ବାସୀ ହୁଏନାହିଁ। ବେଲ ପତ୍ର ଅଁଳା ଏବଂ ତୁଳସୀର ଛିଣ୍ଡା ପତ୍ର ମଧ୍ୟ ଚଢାଇ ପାରିବେ। ଶାସ୍ତ୍ରରେ ନିୟମ ଅନୁସାରେ ମଧ୍ୟନ୍ହ ସ୍ନାନ ପରେ ଫୁଲ ତୋଳିବା ନିଷେଧ ଅଟେ। ଭଗବାନ ଶିବଙ୍କୁ କୁନ କଦଳୀ ଭଗବାନ ବିଷ୍ଣୁଙ୍କୁ ଦୁଦୁରା ଦେବୀଙ୍କୁ ଅରଖ ମନ୍ଦାର ସୂର୍ଯ୍ୟଙ୍କୁ ଟଗର ଅର୍ପଣ କରାଯାଏ ନାହିଁ। ମାତ୍ର ତାନ୍ତ୍ରିକ ପଦ୍ଧତିରେ ଚଢାଇପାରିବେ। କୌଣସି ପତ୍ର ବା ପୁଷ୍ପ କୌଣସି ଦେବତାଙ୍କୁ ଓଲଟା କରି ଚଢାଇବା ଅନୁଚିତ
ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କୁମୁଦ କନିୟର ମଲ୍ଲୀ ଚମ୍ପା ପଳାସ ପଟେ ପଳାସ ଫୁଲ ଦୁବ ଭ୍ରଙ୍ଗାର ଏବଂ ବନମାଳା ଆଦି ପରମ ପ୍ରିୟ ଅଟେ। କମଳ ପୁଷ୍ପ ମା ଲକ୍ଷ୍ମୀଙ୍କ ନିବାସ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ଭଲ। ଏବଂ କମଳା ଠାରୁ ତୁଳସୀ ହଜାରର ଗୁଣ ଅଧିକ ପ୍ରିୟ ଅଟେ ଏବଂ ଯଦି କୌଣସି ଫୁଲ ନମିଳେ ତେବେ ତୁଳସୀ ଶାଖା ମୂଳ ବା ମୂର୍ତ୍ତିକା ଦ୍ୱାରା ପୂଜା କରିବା ବିଧେୟ। ଭଗବାନ ଶିବଙ୍କୁ କେତକୀ ଗଣେଶଙ୍କୁ ତୁଳସୀ ଏବଂ ମା ଦୁର୍ଗାଙ୍କୁ ଦୁବ ଚଢାଇବା ଅନୁଚିତ। କରବୀର ଏବଂ ଜବା ପୁଷ୍ପ ଦୁର୍ଗାଙ୍କ ଅତିପ୍ରିୟ ଅଟେ। ଏହାକୁ ବିଚାର କରି ବିଧି ବିଧାନ ପୂର୍ବକ ମନ୍ତ୍ର ପାଠ କରି ପୁଷ୍ପ ଚଢାଇବା ଉଚିତ।