Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ୧୦ଟି ଜିନିଷ ମଧ୍ୟରୁ କେଉଁ ଗୋଟିଏ ବି ଜିନିଷ,ପୁରା ବର୍ଷ ଜମକି ଆସିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆବର୍ଷରେ ଘରକୁ ଆଣନ୍ତୁ ୧୦ ଟି ମଧ୍ୟରୁ କେଉଁବି ଜିନିଷ ପୁରା ବର୍ଷ ଜମକି ଉଠିବ ପଇସା।

ବନ୍ଧୁଗଣ ନୂଆବର୍ଷ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା। ଏହି ନୂଆବର୍ଷ ଆପଣଙ୍କ ପାଇଁ ବହୁତ ଖୁସି ନେଇକି ଆସୁ। ସମସ୍ତେ ଚାହାନ୍ତି କି ନିଜ ଜୀବନରେ ଖୁସି ଅଧିକ ହେଉ ଆଉ ଦୁଃଖ କମ। ଧନ ଦୌଲତର କମି ନହେଉ। କେବଳ ଏତିକି ହେଉ ଯେ ସେ ନିଜର ଜରୁରୀ ଜିନିଷକୁ ଠିକ ସମୟରେ କିଣି ପାରିବେ। ମା ଲକ୍ଷ୍ମୀଙ୍କ କୃପା ବର୍ଷ ସାରା ବର୍ଷୁ।

ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଏପରି ବସ୍ତୁକୁ କୁହାଯାଇଛି ଯାହାକୁ ଯଦି ଆପଣ ନୂଆବର୍ଷରେ କିଣିକି ଆଣିବେ ତ ସୁଖ ସମୃଦ୍ଧି ଆର୍ଥିକ ସ୍ଥିତି ଆପଣଙ୍କର ଭାଗ୍ୟ ଏହିସବୁ କିଛି ଆପଣଙ୍କର ସାଥ ଦେବ। ବାସ୍ତୁ ଅନୁସାରେ ଆର୍ଥିକ ସ୍ଥିତିକୁ ଦୂର କରିବା ପାଇଁ ଏହି ୨୦୨୨ ରେ କିଛି ଖାସ ଜିନିଷ ଅଛି ଆପଣ ତାକୁ ନେଇକି ଆସନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ନୂଆବର୍ଷ ହେବା ପୂର୍ବରୁ ଘରକୁ କିଛି ଏପରି ଜିନିଷ ଆଣନ୍ତୁ ଯାହା ଖୁସି ଏବଂ ସୁଖ ସମୃଦ୍ଧି ଆପଣଙ୍କ ଘରକୁ ପୁରା ବର୍ଷ ନେଇକି ଆସିବ। ତେବେ ଆସନ୍ତୁ ଜାଣିନେବା ସେହିସବୁ ଜିନିଷ ବିଷୟରେ।

ଚାନ୍ଦିର ହାତୀ। ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ଚାନ୍ଦିର ହାତୀ ଆଣନ୍ତୁ ଯଦି ଆପଣ ଚାନ୍ଦିର ହାତୀ କିଣି ପାରୁନାହାନ୍ତି ତେବେ ଆପଣ ଷ୍ଟିଲର ମଧ୍ୟ କିଣିକି ଆଣିପାରିବେ। ଏହା ଦ୍ବାରା ଆପଣଙ୍କ ଉପରେ ଯେଉଁ ରାହୁ ଏବଂ କେତୁର ଖରାପ ପ୍ରଭାବ ଥିଲା ତାହା ଦୂର ହୋଇଯିବ। ଏହା ଦ୍ୱାରା ମଧ୍ୟ ଆପଣ ଚାକିରୀରେ ଉନ୍ନତି କରିବେ। ଏହି ହାତୀକୁ ଘରେ ରଖିଲେ ମଧ୍ୟ ସୁଖ ସମୃଦ୍ଧି ଘରେ ବଢିଥାଏ। ଆଉ ଆକସ୍ମିକ ଭାବେ ଯେଉଁ ସମସ୍ୟା ଯେଉଁ ବାଧା ଆସୁଥିଲା ତାହା ସବୁ ଦୂର ହେବ।

ଧାତୁର କଇଁଛ। ଆପଣ ଧାତୁର ଗୋଟେ ଛୋଟ କଇଁଛ ଘରକୁ ଆଣନ୍ତୁ। ଆପଣ ମାଟିର ଆଣନ୍ତୁ ନାହିଁ। ଧାତୁର କଇଁଛ ହିଁ ଆଣନ୍ତୁ। ତାହା ଶୁଭ ହୋଇଥାଏ। ସୁନା ରୂପା ପିତଳ ଯେଉଁଥିରେ ମଧ୍ୟ ତିଆରି ହୋଇଥାଉ ଆପଣ ସେହି ମଧ୍ୟରୁ ଗୋଟିଏ ଧାତୁର କଇଁଛ ନେଇକି ଆସନ୍ତୁ। ଏହାକୁ ଘରର ଉତ୍ତର ଦିଗରେ ପାଣି ଭରା ପାତ୍ରରେ ନେଇକି ରଖନ୍ତୁ। ଏହା ଦ୍ବାରା ନକରାତ୍ମକ ଉର୍ଜା ସମାପ୍ତ ହେବ। ଆଉ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ଆପଣ ସେହି ପାତ୍ରର ପାଣିକୁ ଚେଞ୍ଚ କରୁଥିବେ ଏପରି କଲେ ଉତ୍ତମ ରହିବ।

ହସୁଥିବା ବୁଦ୍ଧ। ଆପଣ ଏହାକୁ ଘରେ ରଖିଲେ ବହୁତ ଶୁଭ ହୋଇଥାଏ। ଆପଣ ଏହାକୁ ସବୁବେଳେ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏହା ଦ୍ବାରା ଧନର କମି କେବେ ମଧ୍ୟ ହୋଇନଥାଏ। ଘରର ସବୁ ସଦସ୍ୟ ହସ ଖୁସିରେ ରୁହନ୍ତି।

ସ୍ୱସ୍ତିକ। ଯାହାକି ଆମ ଧର୍ମରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ। ମାନାଯାଏ କି ଚାନ୍ଦିର ସ୍ୱସ୍ତିକ ଯଦି ଆପଣ ଆପଣଙ୍କ ଘରେ ରଖନ୍ତି ତ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହି ସ୍ୱସ୍ତିକକୁ ସିଧା ରଖନ୍ତୁ ଓଲଟା ରଖନ୍ତୁ ନାହିଁ। ଯଦି ଆପଣ ବେକରେ ପିନ୍ଧିବାକୁ ଚାହାଁନ୍ତି ତ ଆପଣ ଗୋଲ ଭିତରେ ଥିବା ସ୍ୱସ୍ତିକକୁ ଆଣି ପିଦ୍ଧନ୍ତୁ। ଖୋଲା ସ୍ୱସ୍ତିକ ଆପଣ ପିନ୍ଧନ୍ତୁ ନାହିଁ। ଯଦି ଆପଣ ଏହାକି ପୂଜା କରିବା ପାଇଁ ଆଣୁଛନ୍ତି ତ ଆପଣ ଏହାକୁ ପ୍ଲେଟରେ ରଖିକି ପୂଜା କରନ୍ତୁ। ପୁରାଣ ଅନୁସାରେ ସ୍ୱସ୍ତିକକୁ ମା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ପ୍ରତୀକ ମାନାଯାଏ। ଏହା ଦ୍ୱାରା ଘରକୁ ଧନ ସମ୍ପତ୍ତି ସୁଖ ସମୃଦ୍ଧି ସବୁକିଛି ଆସିଥାଏ।

ମୟୁର ପଙ୍ଖ। ଯାହାକି ଅଧିକ ଶୁଭ ଏବଂ ଚମତ୍କାରୀ ଅଟେ। ମୟୁର ପଙ୍ଖ ଯେଉଁଠାରେ ଥାଏ ସେଠାରେ ଶୁଭ ହୋଇଥାଏ। ଶନିଦେବ ରାହୁ କେତୁ ପ୍ରଭାବରୁ ମୟୁର ପଙ୍ଖ ଆପଣଙ୍କୁ ରକ୍ଷା କରିଥାଏ। ବାସ ଆପଣ ଧ୍ୟାନରେ ରଖନ୍ତୁ କି ଆପଣ ବହୁତ ସାରା ମୟୁର ପଙ୍ଖ ନେଇକି ଆସନ୍ତୁ ନାହିଁ ବାସ କେବଳ ୩ ଟି ହିଁ ମୟୁର ପଙ୍ଖ ଆଣନ୍ତୁ।

ଗୋମତି ଚକ୍ର। ଏହା ସାଧାରଣ ପଥର। ଆଉ ଏହା ଖୁବ ସୁନ୍ଦର ଦେଖାଯାଉଥାଏ। ଏହା ଗୋମତି ନଦୀରୁ ମିଳୁଥିବା କାରଣରୁ ଏହାକୁ ଗୋମତି ଚକ୍ର କୁହାଯାଏ। କୁହାଯାଏ କି ଯେଉଁ ଘରେ ଗୋମତି ଚକ୍ର ଥାଏ ସେହି ଘରର ବ୍ୟକ୍ତିକୁ ଶତ୍ରୁ ବାଧା ତନ୍ତ୍ର ବାଧା ଚିନ୍ତିତ କରେ ନାହିଁ। ଯଦି ଆପଣ ଗୋମତି ଚକ୍ର ଆଣି ଷ୍ଟିଲ ଡ଼ବା କିମ୍ବା ପ୍ଲାଷ୍ଟିକ ଡ଼ବାରେ ସିନ୍ଦୁର ଢାଳି ଗୋମତି ଚକ୍ରକୁ ରଖନ୍ତି ସେହି ଡ଼ବାକୁ ହଳଦିଆ କପଡ଼ାରେ ଘୋଡାଇ ରଖନ୍ତି ତ ଆପଣଙ୍କ ଜୀବନରେ ଧନର କମି ହେବ ନାହିଁ। ଆପଣ ଏହି ଡ଼ବାକୁ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ।

ଲଘୁ ନଡ଼ିଆ। ମାନ୍ୟତା ଅନୁସାରେ ଲଘୁ ନଡ଼ିଆକୁ ଯଦି ଲାଲ କପଡ଼ାରେ ବାନ୍ଧିକି ଧନ ରଖୁଥିବା ଜାଗାରେ ରଖାଯାଏ ଆପଣ ଏହାକୁ ଦୀପାବଳି ପର୍ଯ୍ୟନ୍ତ ଯଦି ସମ୍ଭାଳି କି ରଖନ୍ତି ତ ମାଲକ୍ଷ୍ମୀ ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କ ଘରେ ନିବାସ କରନ୍ତି। ଆପଣ ଦୀପାବଳିରେ ଚେଞ୍ଚ କରି ନୂଆ ଲଘୁ ନଡ଼ିଆକୁ ଆଣି ଆଲମିଆରୀରେ ରଖିପାରିବେ। ଆପଣ ପୁରୁଣା ନଡ଼ିଆକୁ ପ୍ରବାହିତ ଜଳରେ ପ୍ରବାହିତ କରିପାରିବେ। ଏହା ଦ୍ବାରା ଘରେ ଧନ ସମ୍ପତ୍ତିର ଉନ୍ନତି ହେବ।

ମତୀ ଶଙ୍ଖ। ଏମିତିରେ ତ ଅଧିକାଂଶ ଘରେ ମତୀ ଶଙ୍ଖ ରହୁଥିବ। ଏଥିରେ ଚାଉଳ ଢାଳି ଏହାକୁ ସିଧା କରି ସ୍ଥାପିତ କରନ୍ତୁ ଏହାକୁ ଧଳା କପଡ଼ାରେ ଘୋଡାଇକି।

ଏମତିରେ ଦକ୍ଷିଣାବର୍ତୀ ଶଙ୍ଖ ବା ମୋତି ଶଙ୍ଖ ଦୁଇଟି ଅଲଗା ଅଲଗା ଅଟେ। ଦୁଇଟି ଯାକର ମହତ୍ୱ ମଧ୍ୟ ଅଲଗା ଅଲଗା ଅଟେ। କିନ୍ତୁ ଯଦି ଆପଣ ମୋତି ଶଙ୍ଖ ଆଣି ଧନ ରଖୁଥିବା ସ୍ଥାନରେ ରଖନ୍ତି ପୂଜା ପାଠ କରିକି ତ ଆପଣଙ୍କର ବ୍ୟାପାର ବଢିଥାଏ। ଆଉ ଧନର ଭଣ୍ଡାର ମଧ୍ୟ ବଢିଥାଏ। ଧନର କମି କେବେ ମଧ୍ୟ ହୁଏ ନାହିଁ।

ଶୁଆ। ବାସ୍ତୁ କହିଥାଏ କି ଯଦି ଘରର ଉତ୍ତର ଦିଗରେ ଶୁଆର ଫୋଟ କିମ୍ବା କ୍ୟାଲେଣ୍ଡର ରଖୁଛନ୍ତି ତେବେ ଏହା ପିଲାଙ୍କ ପାଠ ପଢ଼ାକୁ ବଢାଇଥାଏ। ସେମାନଙ୍କ ସ୍ମରଣଶକ୍ତି ବଢିଥାଏ। ଶୁଆ ପ୍ରେମର ପ୍ରତୀକ ଅଟେ। ଲମ୍ବା ଆୟୁର ପ୍ରତୀକ ଅଟେ। ସୌଭାଗ୍ୟର ପ୍ରତୀକ ଅଟେ। ଏଣୁ ଶୁଆ ଘରକୁ ରୋଗ ନିରାଶ ଗରିବ ଏହିସବୁ ଠାରୁ ରକ୍ଷା କରିଥାଏ। ଶୁଆକୁ ଯଦି ଆପଣ ଘରେ ରଖିବେ ତ ଆପଣଙ୍କୁ ବହୁତ ଲାଭ ମିଳିବ।

ମନୀ ପ୍ଲାଣ୍ଟ ଗଛ। ଯଦି ଘରେ ନାହିଁ ତ ଆପଣ ଏହାକୁ ନେଇକି ଆସନ୍ତୁ। ଯଦି ଆପଣ ନୂଆବର୍ଷରେ ଘରେ ଏହି ମନୀ ପ୍ଲାଣ୍ଟକୁ ଆଣି ଘରେ ଲଗାଉଛନ୍ତି ତ ସବୁଠୁ ଅଧିକ ଭଲ ହୋଇଥାଏ। କୁହାଯାଏ କି ମନୀ ପ୍ଲାଣ୍ଟକୁ କେବେବି କିଣିକି ଲଗାନ୍ତୁ ନାହିଁ। କେଉଁଠୁ ଆଣିକି ଲଗାନ୍ତୁ। ଯଦି ଘରେ ତୁଳସୀ ଗଛ ନାହିଁ ତ ଘରେ ତୁଳସୀ ଗଛକୁ ମଧ୍ୟ ଆଣି ଲଗାନ୍ତୁ। କାରଣ ମନୀ ପ୍ଲାଣ୍ଟ ଏବଂ ତୁଳସୀ ଗଛ ଘରେ ରହିଲେ ଆପଣଙ୍କର ଖୁସିକୁ ବଢାଇଥାଏ। ଜୀବନରେ ଆସିଥିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଆପଣ ନୂଆ ବର୍ଷର ଆଗଦିନ ଏହି ୧୦ଟି ଜିନିଷ ମଧ୍ୟରୁ କୌଣସି ବି ଗୋଟିଏ ଜିନିଷକୁ ଆଣନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *