Excuse Me Odisha

ଯାହା କହିବୁ ସତ କହିବୁ

ଗାଈ ପାଦ ତଳର ମାଟି ଗରିବ ଲୋକଙ୍କୁ କରିଦିଏ ଧନୀ ! ବାସ ଆପଣାନ୍ତୁ ଏହି ସରଳ ଉପାୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜାଣିବା ଗାଈ ପାଦର ମାଟିର ଉପାୟ। ଯେଉଁ ଲୋକଙ୍କ ଘରେ କୌଣସି ବି ସମସ୍ୟା ଲାଗି ରହୁଥାଏ ଅବା ଘରେ କେହି ରୋଗ ଗ୍ରସ୍ତ ଅଛନ୍ତି ଅଥବା ଆର୍ଥିକ ସମସ୍ୟା ଲାଗି ରହୁଥାଏ ବ୍ୟବସାୟରେ ଉନ୍ନତି ଚାହୁଁଥାନ୍ତି ନିଜ ଘରେ ସକାରାତ୍ମକ ଉର୍ଜାର ବୃଦ୍ଧି ଘଟୁ ବୋଲି ଚାହୁଁଥାନ୍ତି ଘରେ ସୁଖ ସମୃଦ୍ଧି ବଢି ଚାଲୁଥାଉ ବୋଲି ଚାହୁଁଥାନ୍ତି ସମସ୍ତ ସୁଖ ମିଳୁ ବୋଲି ଚାହୁଁଥାନ୍ତି ତେବେ ଏହିସବୁ ସମସ୍ୟା ଦୂର କରି ସୁଖ ଶାନ୍ତି ଆଣିଦେବ ଏହି ଉପାୟଟି। ସେହି ଲୋକମାନଙ୍କ ପାଇଁ ଫାଇଦା ଦାୟକ ହୋଇଥାଏ। ଯେଉଁମାନଙ୍କର ଗର୍ଭ ସମସ୍ୟା ଲାଗି ରହୁଥିବ ଯେଉଁ ନାରୀଙ୍କର ସନ୍ତାନ ହେଉନାହିଁ ଅବା ସନ୍ତାନ ଗର୍ଭରେ ରହିବା ପରେ ନାନାଦି ସମସ୍ୟା ମାନ ଦେଖାଦେଉଛି ଗର୍ଭପାତ ଅବା ମୃତ ସନ୍ତାନ ଜନ୍ମ ହେଉଛନ୍ତି ଏହିସବୁ ଉପାୟ ମାନ କରନ୍ତୁ।

ଅନେକ ଲୋକ ଏମିତି ବି ଅଛନ୍ତି ଯାହାଙ୍କର ଅନେକ ସମ୍ପତି ମଧ୍ୟ ଥାଏ କିନ୍ତୁ ତାହାକୁ ଉପଭୋଗ କରିପାରନ୍ତି ନାହିଁ ତେବେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ନବଗ୍ରହକୁ ଶାନ୍ତ କରିବା ପାଇଁ ଉପାୟଟିଏ କରନ୍ତୁ। ଏହି ଉପାୟ ଦ୍ୱାରା ମା ଲକ୍ଷ୍ମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିପାରିବେ। ଏହି ଉପାୟଟି ଗାଈ ସହିତ ଜଡିତ ଅଟେ। ସମଗ୍ର ଭାରତ ବର୍ଷରେ ଗାଈକୁ ପୂଜା କରିଥାନ୍ତି। ଗାଈକୁ ମା ସମାନ ପୂଜା କରିଥାନ୍ତି।

ଏହା କେବଳ ଧାର୍ମିକ ପରମ୍ପରା ନୁହେଁ ବରଂ ବିଜ୍ଞାନ ମତରେ ଗାଈ ଏମତି ଏକ ପଶୁ ଯିଏକି ନିଶ୍ୱାସରେ ଅମ୍ଳଜାନ ନେଇଥାଏ ଏବଂ ଅମ୍ଳଜାନ ହିଁ ଛାଡ଼ିଥାଏ। ଏଣୁ ଗାଈ ଆମ ପାଇଁ ପ୍ରକୃତିର ଏକ ସୁନ୍ଦର ଉପହାର ଟିଏ। ଏହା ବ୍ୟତୀତ ଆମେ ଜାଣିଛୁ ଯେ ଗାଈର ମୂତ୍ରରେ ବହୁତ ଔଷଧୀୟ ଗୁଣ ରହିଥାଏ। ଯାହାକୁ ଚିକିତ୍ସାରେ ପ୍ରୟୋଗ କରାଯାଏ। ଗାଈର କ୍ଷୀରକୁ ମଧ୍ୟ ବ୍ୟବହାର କରିଥାଉ। ଗାଈର ଗୋବରକୁ ମଧ୍ୟ ଘର ପାଇଁ ବ୍ୟବହାର କରିଥାଉ। ଯେଉଁ ଘରେ ଗାଈମାନେ ଥାନ୍ତି ସେହି ଘରେ ଅଲଗା ପ୍ରକାରର ଏକ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ଗାଈର ଆଖପାଖରେ ରହିଲେ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ବିଷୟରେ।

ସକାଳୁ ସକାଳୁ ଗାଈକୁ ଚାରା ରୁଟି ଗୁଡ଼ ଖାଇବାକୁ ଦେଲେ ଜାତକର ସମସ୍ତ ଦୋଷ ଦୂର ହୋଇଥାଏ। ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ଗାଈକୁ ଖାଇବାକୁ ଦିଅନ୍ତି ଏବଂ ଯଦି ଗାଈ ଆପଣଙ୍କର ଘର ପାଖକୁ ଆସି ରାବ ଛାଡ଼ିଥାଏ ତେବେ ଆପଣଙ୍କର ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ। ଯଦି ଆପଣ କୌଣସି କର୍ମରେ ଯାତ୍ରା କରୁଥାନ୍ତି ଏବଂ ବାଟରେ ଗାଈ ଦେଖନ୍ତି ତେବେ ଆପଣଙ୍କର ଯାତ୍ରା ସଫଳ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ସେହି ଉପାୟଟିଏ। ଯାହାକୁ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ।

ଏଥିପାଇଁ ଚୟନ କରିବେ ଯେଉଁଠି ଗାଈ ବନ୍ଧା ହୋଇଥିବେ। ସେହି ଜାଗାରୁ ଗାଈ ପାଦ ତଳର ମାଟିକୁ ଆଣିବେ। ଏହା ପରେ ତାହାକୁ ଗଙ୍ଗା ଜଳ ମିଶାଇ ଛୋଟ ଛୋଟ ୫ ଟି କିମ୍ବା ୭ଟି ଗଳା କରିବେ। ଏବଂ ସେହି ଗଳାକୁ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ତଳେ ରଖି ଶୋଇବେ। ତା ପର ଦିନ ସକାଳୁ ଉଠି ସେହି ଗୋଳାରୁ ଗୋଟିଏ ଅସ୍ତ ଗଛ ମୂଳରେ ଚଢାଇ ଦେବେ। ଏହିପରି ଯଦି ଆପଣ ୧୫ ଦିନ କରିବେ ତେବେ ଆପଣଙ୍କର ସମସ୍ତ ପ୍ରକାରର ସମସ୍ୟା ଦୂର ହେବ। ଏହି ଉପାୟରେ ଧନ ସୁଖ ସମୃଦ୍ଧି ଠାରୁ ଆରମ୍ଭ କରି ଗୃହସ୍ଥ ଜୀବନରେ ସବୁ ସୁଖ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *