Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ଏହି ଜିନିଷ ରଖନ୍ତୁ ନାହିଁ,ସମ୍ପୂର୍ଣ୍ଣ ପରିବାର ହୋଇଯାଇଥାଏ ବର୍ବାଦ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ରୋଷେଇ ଘରେ କିଛି ଏପରି ବସ୍ତୁ ରହିଛି ଯାହା ଆମେ ପ୍ରତିଦିନ ବ୍ୟବହାର କରିଥାଉ। ସେହି ଜିନିଷ ଗୁଡ଼ିକର ଗଭୀର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ ବୋଲି ଆମେ ଜାଣି ନଥାଉ।କାରଣ ସେହି ବସ୍ତୁ ଗୁଡ଼ିକ ସହିତ ଗ୍ରହ ମାନଙ୍କର କିଛି ନା କିଛି ସମ୍ବନ୍ଧ ରହିଥାଏ। ଆସନ୍ତୁ ଜାଣିବା ରାହୁ ଗ୍ରହ ସହିତ କେଉଁ ବସ୍ତୁର ସମ୍ବନ୍ଧ ରହିଥାଏ ଓ ଏହାର କିପରି ପ୍ରଭାବ ପଡ଼ିଥାଏ।

ରାହୁ ଗ୍ରହ ମହାଦଶା ଚାଲିଥିବା ଲୋକ ମାନଙ୍କ ଜୀବନରେ ସର୍ବଦା ଆର୍ଥିକ, ପାରିବାରିକ, ମାନସିକ ଓ ସମସ୍ୟା ଦେଖା ଦେଇଥାଏ। ରାହୁର ଚଳନ ପ୍ରଭାବରେ ବ୍ୟକ୍ତି ଅନେକ ଅସୁବିଧାରେ ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଏମାନେ କୌଣସି ନିଷ୍ପତ୍ତି ନେବା ପାଇଁ ସକ୍ଷମ ହୋଇ ନଥାନ୍ତି।ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ରାହୁ ଗ୍ରହର ପ୍ରଭାବରୁ ବଞ୍ଚିତ ରହିବା ରହିବ। ରୋଷେଇ ଘରେ ତାୱା ଓ କଢ଼େଇ ରଖିବା ଦ୍ଵାରା ରାହୁ ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ। ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଦିଆ ଯାଇଥିବା କିଛି ନିୟମ ଗୁଡ଼ିକ ପାଳନ କରିବା ନିହାତି ଜରୁରୀ ଅଟେ।

ତାୱା ଓ କଢ଼େଇ ବ୍ୟବହାର କରିବା ପରେ ଏହାକୁ ସଫା କରି ରଖନ୍ତୁ। ଅଧିକ ସମୟ ପର୍ଯ୍ୟନ୍ତ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଘରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।

ରୋଷେଇ କରିବା ପରେ ତାୱା ଓ କଢ଼େଇକୁ ଭଲଭାବରେ ସଫା ରଖନ୍ତୁ। ବାରମ୍ବାର ଅଇଁଠା କଡେଇରେ ଖାଇବା ପ୍ରସ୍ତୁତ କଲେ ପରିବାରରେ ରାହୁ ଗ୍ରହର କୁପ୍ରଭାବ ପଡ଼ିଥାଏ ଓ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ ।

ଗରମ ତାୱା ଏବଂ କଢ଼େଇ ଉପରେ କେବେ ମଧ୍ୟ ପାଣି ପକାନ୍ତୁ ନାହିଁ । ଏହାର ଶବ୍ଦରେ ଅଶୁଭ ପ୍ରଭାବ ପଡିଥାଏ।

ତାୱା ଓ କଢେଇକୁ କେବେ ମଧ୍ୟ ଓଲଟାଇ ରଖନ୍ତୁ ନାହିଁ , ଏଭଳି କରିବା ଦ୍ୱାରା ପରିବାରରେ ଅଶୁଭ ବାତାବରଣ ସୃଷ୍ଟି ହୋଇଥାଏ। ପରିବାରର ଲୋକେ ପରସ୍ପର ସହିତ କଳହ ଲାଗି ପାରନ୍ତି।

ତାୱା ଓ କଡ଼େଇରେ କେବେବି ଦାଗ ହେବାକୁ ଦିଅନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ବାସନ ଗୁଡ଼ିକ ଯେତେ ଚମକୁଥିବ, ଆମ ଭାଗ୍ୟ ସୁଦୃଢ ରହିବ।

ତାୱାକୁ ବ୍ୟବହାର ପୂର୍ବରୁ ଗରମ ତାୱା ଉପରେ ସର୍ବଦା ଅଳ୍ପ ଲୁଣ ନିଶ୍ଚିତ ଭାବରେ ପକାନ୍ତୁ। ଏହାଦ୍ବାରା ଘରର ବାସ୍ତୁ ଦୋଷ ଓ ରାହୁର କୁପ୍ରଭାବ ମଧ୍ୟ ଦୂର ହୋଇ ଯାଇଥାଏ।

ସର୍ବପ୍ରଥମେ ତାୱାରେ ପ୍ରଥମ ରୁଟି କରି ଗାଈକୁ ଖାଇବା ପାଇଁ ଦିଅନ୍ତୁ। ଏଭଳି କରିବା ଦ୍ବାରା ସମସ୍ତ ଗ୍ରହର କୁପ୍ରଭାବ ଦୂର ହୋଇ ଯାଇଥାଏ।

ସର୍ବଦା ତାୱା ଓ କଢେଇକୁ ଏପରି ସ୍ଥାନରେ ରଖନ୍ତୁ, ଯେଉଁଠି ସହଜରେ କାହାର ନଜର ପଡୁ ନଥିବ। ଏହାଦ୍ବାରା ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ପରିବାର ଲୋକେ ପରସ୍ପରକୁ ସହଯୋଗ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *