Excuse Me Odisha

ଯାହା କହିବୁ ସତ କହିବୁ

ଘରେ କ୍ୟାଲେଣ୍ଡର ରଖୁଥିଲେ, ଜାଣି ରଖନ୍ତୁ କିଛି ବିଶେଷ କଥା। ନଚେତ ହୋଇଯିବେ ଦରିଦ୍ର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବର୍ତ୍ତମାନ ବର୍ଷ ୨୦୨୧ ସରିବାକୁ ଯାଉଛି ଏବଂ ବର୍ଷ ୨୦୨୨ ଆରମ୍ଭ ହେବାକୁ ଯାଉଛି। ବର୍ଷ ଆରମ୍ଭ ହେବା ମାତ୍ରେ ଆମେ ନିଜ ଘରକୁ କ୍ୟାଲେଣ୍ଡର କିଣି ଆଣିଥାଉ। କିଛି କ୍ୟାଲେଣ୍ଡରରେ ଭଗବାନଙ୍କ ଫଟୋଚିତ୍ର ରହିଥାଏ, ତ ଆଉକିଛି କ୍ୟାଲେଣ୍ଡରରେ ଖାଲି ଦିନ, ବାର, ତିଥି ବିଷୟରେ ଲେଖା ହୋଇଥାଏ। ଅଧିକାଂଶ ଲୋକେ କ୍ୟାଲେଣ୍ଡର ପୁରୁଣା ହେଲେ ମଧ୍ୟ ତାହାକୁ ସମ୍ଭାଳି ରଖିଥାନ୍ତି। ଆସନ୍ତୁ କ୍ୟାଲେଣ୍ଡର ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପୁରୁଣା କ୍ୟାଲେଣ୍ଡର ରହିବା ବହୁତ ଅଶୁଭ ମାନାଯାଇଥାଏ। ପୁରୁଣା କ୍ୟାଲେଣ୍ଡରକୁ କାନ୍ଥରୁ ବାହାର କରି ଫିଙ୍ଗି ଦିଅନ୍ତି। ଯଦି କ୍ୟାଲେଣ୍ଡରରେ ଭଗବାନଙ୍କର ଛବି ରହିଥାଏ, ତାହେଲେ ସେହି କ୍ୟାଲେଣ୍ଡରକୁ ନଦୀ ବା ପୋଖରୀରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସୁଖଶାନ୍ତି ବିରାଜମାନ କରିବ ଏବଂ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

ନୂଆବର୍ଷରେ ଯଦି ଆପଣ ଘରେ କ୍ୟାଲେଣ୍ଡର ଆଣି ଲଗାଉଛନ୍ତି, ତାହେଲେ ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଏହା ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ପୂର୍ବ ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ଵାରା ନିଶ୍ଚିତ ଭାବରେ ଆପଣଙ୍କୁ ଜୀବନରେ ସଫଳତା ମିଳିବ।ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ।

ନୂଆବର୍ଷରେ ଯଦି ଆପଣ ଉତ୍ତର ଦିଗରେ କ୍ୟାଲେଣ୍ଡର ଲଗାଇବେ, ତାହେଲେ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଯଦି ଆପଣ ଘରର ପଶ୍ଚିମ ଦିଗରେ କ୍ୟାଲେଣ୍ଡର ଲଗାଇବେ, ତାହେଲେ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।କିନ୍ତୁ ସାଙ୍ଗମାନେ କେବେବି ଘରର ଦକ୍ଷିଣ ଦିଗରେ ନୂଆବର୍ଷ କ୍ୟାଲେଣ୍ଡରକୁ ଲଗାନ୍ତୁ ନାହିଁ। ଦକ୍ଷିଣ ଦିଗରେ କ୍ୟାଲେଣ୍ଡରକୁ ଲଗାଇବା ଦ୍ଵାରା ଆପଣଙ୍କୁ ସବୁ କାର୍ଯ୍ୟରେ ବିଫଳତା ମିଳିବ ଏବଂ ଆପଣ ସର୍ବଦା ଅସନ୍ତୁଷ୍ଟ ରହିବେ। ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ, ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ତେଣୁ କ୍ୟାଲେଣ୍ଡର ଲଗାଇବା ସମୟରେ କିଛି ଜିନିଷ ପ୍ରତି ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ। କ୍ୟାଲେଣ୍ଡର ଯେକୌଣସି ରଙ୍ଗର ହେଉ ପ୍ରାକୃତିକ ସବୁଜମୟ ହେବା ଆବଶ୍ୟକ। ଏହାସହିତ ଭଗବାନଙ୍କର ଫଟୋଚିତ୍ର ରହିଲେ ମଧ୍ୟ ଶୁଭ ଅଟେ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *