Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୧ ତାରିଖ ଠାରୁ ବନିବାକୁ ଯାଉଛି ଏକ ବଡ଼ ସଂଯୋଗ। ଭଗବାନ ଶନିଙ୍କର କୃପା ଲାଭ କରିବା ଆପଣାନ୍ତୁ ଏହି ସହଜ ଉପାୟ !

ସେୟାର୍ କରନ୍ତୁ

ନୂଆବର୍ଷରେ ଶନି ଗ୍ରହର ଚଳନରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ଚଳନର ପ୍ରଭାବ ୧୨ ଗୋଟି ରାଶି ଉପରେ ପଡ଼ିବ। ଭଗବାନ ଶନିଙ୍କ କୋପରୁ ବା ଶନି ଦଶାରୁ ରକ୍ଷା ପାଇବା ପାଇଁ ଏହି ଜାନୁଆରୀ ମାସରେ କିଛି ଖାସ୍ ଉପାୟ କରିବା ଆବଶ୍ୟକ, ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

– ୨୦୨୨ ମସିହା ଜାନୁଆରୀ ୧ ତାରିଖ ଠାରୁ ବନୁଛି ବଡ଼ ସଂଯୋଗ।

– ଭଗବାନ ଶନିଦେବ ଏବଂ ଶନିବାର ମଧ୍ୟରେ ରହିଛି ଖାସ୍ ସଂଯୋଗ।

– ଜ୍ୟୋତିଷ ମାନଙ୍କ ମତରେ ୨୦୨୨ ମସିହାରେ ଭଗବାନ ଶନି ରାଜା ଅଟନ୍ତି।

୨୦୨୨ ମସିହା ଜାନୁଆରୀ ୧ ତାରିଖ ଠାରୁ ଶନି ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ନୂଆବର୍ଷରେ ଶନି ଗ୍ରହର ଚଳନରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ଚଳନର ପ୍ରଭାବ ୧୨ ଗୋଟି ରାଶି ଉପରେ ପଡ଼ିବ। ଭଗବାନ ଶନିଙ୍କ କୋପରୁ ବା ଶନି ଦଶାରୁ ମୁକ୍ତି ପାଇବା ପାଇଁ ଏହି ଜାନୁଆରୀ ଅନୁକୂଳ ସାବ୍ୟସ୍ତ ହେବ। ଆପଣଙ୍କୁ ଶନି ଗ୍ରହ ପାଇଁ ଏକ ବିଶେଷ ଉପାୟ କରିବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

୨୦୨୨ ର ନୂଆବର୍ଷରେ ଆପଣ ସକାଳୁ ଉଠି ନିତ୍ୟକର୍ମ ସାରି ସଫା ପୋଷାକ ପିନ୍ଧନ୍ତୁ। ଏହାପରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ବଳନ କରନ୍ତୁ। ତାପରେ ଭଗବାନ ଶିବଙ୍କ ମନ୍ତ୍ର ” ଓଁ ନମଃ ଶିବାୟ” ୧୦୮ ଥର ଜପ କରନ୍ତୁ। ଯଦି ଆପଣଙ୍କର ମନ୍ଦିର ଯିବା ସମ୍ଭବ ନୁହେଁ, ତାହେଲେ ଘରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୧ ଥର ଜପ କରନ୍ତୁ।

ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନୂଆବର୍ଷ ଦିନ ପୂଜା ଘରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ଏହାସହିତ କଳା ତେଲ, କଳା ଉଡଦ, କଳା ଛତା, ଲୁହା ଜିନିଷ ଅନ୍ୟ ମାନଙ୍କୁ ଦାନ କରନ୍ତୁ। ସନ୍ଧ୍ୟା ସମୟରେ ଶନି ମନ୍ଦିର ଯାଇ ସୋରିଷ ତେଲ ଦୀପ ଜଳାଇ ଶନି ମନ୍ତ୍ର ” ଓଁ ସଂ ସନିଶ୍ଚରାୟ ନମଃ ” ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ହେବ।

ଆପଣ ୨୦୨୨ ନୂଆବର୍ଷରେ ଆପଣ ସକାଳୁ ସ୍ନାନ ସାରି ସୋରିଷ ତେଲ ମଧ୍ୟ ଦାନ କରି ପାରିବେ। ନଚେତ ଗୋଟେ ଗିନାରେ ତେଲ ନେଇ ନିଜ ଚେହେରା ଦେଖନ୍ତୁ, ତାପରେ ଏହାକୁ କୌଣସି ଅସହାୟ ଲୋକଙ୍କୁ ଦାନ କରି ଦିଅନ୍ତୁ।ମାନ୍ୟତା ରହିଛି କି ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ଵାରା ଶନିଦଶାରୁ ମୁକ୍ତି ମିଳିଥାଏ। ତେଣୁ ସର୍ବଦା ହନୁମାନଙ୍କ ପୂଜାର୍ଚ୍ଚନା କରି ହନୁମାନ ଚାଳିଶା ପାଠ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *