ବାହାଘର ଦିନ ବର୍ଷା ହେବା ଶୁଭ ନା ଅଶୁଭ ? ଜାଣନ୍ତୁ……
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ସାଧାରଣତଃ ବାହାଘର ଗୋଟିଏ ଉତ୍ସବ ଭଳି ହିଁ ହୋଇଥାଏ। ବାହାଘରକୁ ନେଇ ସମସ୍ତେ ପୂର୍ବରୁ ବହୁତ କିଛି ଆୟୋଜନ କରି ଥାଆନ୍ତି। ବାହାଘରକୁ ପରିବାର ଲୋକଙ୍କ ସହିତ ଅନେକ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟ ମାନେ ଯୋଗଦାନ ଦେଇଥାନ୍ତି। କିନ୍ତୁ ବେଳେବେଳେ ବାହାଘର ଦିନ ବର୍ଷା ହେବା କାରଣରୁ ବାହାଘର ପ୍ରସ୍ତୁତି ସବୁ ବର୍ବାଦ ହୋଇଯାଏ। ତେବେ କଣ ଆପଣ ମାନେ ଜାଣିଛନ୍ତି, ବାହାଘର ଦିନ ବର୍ଷା ହେଲେ କଣ ହୋଇଥାଏ ? ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
କୌଣସି ବ୍ୟକ୍ତିର ବାହାଘର ଦିନ ବର୍ଷା ହେଲେ ବନ୍ଧୁବାନ୍ଧବ ଏବଂ ବରଯାତ୍ରୀଙ୍କ ଅବସ୍ତା ଶୋଚନୀୟ ହୋଇଯାଇଥାଏ । ଅନେକ ଲୋକେ ବାହାଘର ଦିନ ବର୍ଷା ହେବାକୁ ନେଇ ଅନ୍ଧ ବିଶ୍ୱାସ ବୋଲି ମାନିଥାନ୍ତି। ଅର୍ଥାତ ବାହାଘର ଦିନ ବର୍ଷା ହେବା ଅଶୁଭ ବୋଲି ଅନେକ ଲୋକଙ୍କର ବିଶ୍ୱାସ ରହିଛି। ଆସନ୍ତୁ ଏହା ଅଶୁଭ ନା ଶୁଭ ଜାଣିବା।
ବାହାଘର ଦିନ ବର୍ଷା ହେବା ଦ୍ବାରା ଅନେକ କ୍ଷତିଗ୍ରସ୍ତ ହୋଇଥାଏ, କିନ୍ତୁ ଏହାଦ୍ବାରା ବିବାହ କରୁଥିବା ପତିପତ୍ନୀଙ୍କ ଜୀବନ ସୁଖରେ ଭରି ଯାଇଥାଏ। ବିବାହିତ ଦମ୍ପତିଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହେ ଏବଂ ସାରା ଜୀବନ ସେହି ଦମ୍ପତ୍ତି ହସଖୁସିରେ ଜୀବନ ଅତିବାହିତ କରିଥାନ୍ତି।
ବାହାଘର ଦିନ ବର୍ଷା ହେବାଦ୍ବାରା ବିବାହିତ ଦମ୍ପତିଙ୍କ ଉପରେ ଭଗବାନ ଇନ୍ଦ୍ରଙ୍କର ଆଶ୍ରୀବାଦ ରହିଥାଏ ଏବଂ ସେମାନଙ୍କ ଜୀବନରେ କୌଣସି ବାଧାବିଘ୍ନ ଆସି ନଥାଏ। ଯଦି କୌଣସି ବ୍ୟକ୍ତିଙ୍କ ମନରେ ବାହାଘର ଦିନ ବର୍ଷା ହେବା ଅଶୁଭ ହୋଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି, ତାହେଲେ ଏହାକୁ ମନରୁ ପୋଛି ଦିଅନ୍ତୁ। କାରଣ ଏହା ଭୁଲ ଅଟେ। ବାହାଘର ଦିନ ବର୍ଷା ହେବା ଜୀବନ ମଙ୍ଗଳମୟ ହେବାର ସଂକେତ ଦେଇଥାଏ।ଯେପରି ବର୍ଷା ହେଲେ ଭୁଲୋକ ପରିଷ୍କାର ଓ ସବୁଜମୟ ଦେଖା ଯାଇଥାଏ, ସେହିପରି ବର୍ଷା ହେଲେ ଆମ ଜୀବନ ମଧ୍ୟ ପବିତ୍ର ହୋଇ ଯାଏ।
ସାଙ୍ଗମାନେ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!