Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳୁ ଘରର ଦ୍ୱାର ଖୋଲିଲା ମାତ୍ରେ ପ୍ରଥମେ କରନ୍ତୁ ଏହି ଛୋଟ କାମ,ରୋଡ଼ପତିରୁ କୋଟିପତି ହେବାକୁ କେହି ରୋକି ପାରିବେ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପ୍ରତିଦିନ ସକାଳୁ ଘରର ଦ୍ୱାର ଖୋଲିଲା ମାତ୍ରେପ୍ରଥମେ କରନ୍ତୁ ଏହି ଛୋଟ କାମ ରୋଡ଼ପତିରୁ କୋଟିପତି ହେବାକୁ କେହି ରୋକି ପାରିବେ ନାହିଁ।

ବନ୍ଧୁଗଣ ଆସନ୍ତୁ ଜାଣିବା ସକାଳୁ ଉଠି କରି କେଉଁ କାମ କଲେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଆମ ଉପରେ ରହିବ।

ଆର୍ଥିକ ସମ୍ପର୍ଣ୍ଣତାର ଆମ ଜୀବନରେ ବହୁତ ମହତ୍ୱ ରହିଛି। ଖାସ କରି ଆଜିର ଜୀବନରେ ଆର୍ଥିକ ସମ୍ପର୍ଣ୍ଣତା ରହିବା ନିହାତି ଜରୁରୀ ଅଟେ। ଏଥିପାଇଁ ଧନ ପ୍ରାପ୍ତି କରିବା ପାଇଁ ବହୁତ ପ୍ରୟାସ କରିଥାଉ। ଭଲ ଶିକ୍ଷା ଚାକିରୀ କିମ୍ବା ବ୍ୟବସାୟରେ ଆଗକୁ ବଢିଥାଏ। କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି କର୍ମ କ୍ଷେତ୍ର ସହିତ ଯଦି ଆପଣ କିଛି ଉପାୟ କରନ୍ତି ତେବେ ଆପଣଙ୍କ ଜୀବନରେ ଅପାର ଧନର ବର୍ଷା ହେବ। ବାସ୍ତୁଶାସ୍ତ୍ରରେ ଏହାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କ ଜୀବନରେ ଧନର କେବେବି ଅଭାବ ରହିବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଉପାୟମାନ ବିଷୟରେ ଜାଣିବା।

ପ୍ରବେଶ ଦ୍ଵାରର ଯେତିକି ମହତ୍ୱ ଘର ଭିତରେ ପ୍ରବେଶ କରିବାର ଅଛି ସେତିକି ଧନ ବୃଦ୍ଧିରେ ବି ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆର୍ଥିକ ସମ୍ପର୍ଣ୍ଣତା ଦରକାର ତେବେ ମୁଖ୍ୟ ଦ୍ଵାରକୁ ଡାର୍କ କଲର କରନ୍ତୁ। କିନ୍ତୁ କଳା କଲର କରିବେ ନାହିଁ। ଶୁଭ ରଙ୍ଗ ଭିତରେ ନାଲ ଏବଂ ମେରୁନ କଲର କରିପାରିବେ। ଏହା ଦ୍ବାରା ଧନର ବୃଦ୍ଧି ହେବ। ଧ୍ୟାନ ରଖିବେ କି ସକାଳୁ ଉଠି କରି ଯେତେବେଳେ ମୁଖ୍ୟ ଦ୍ୱାର ଖୋଲିବେ ମନରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି କବାଟ ଖୋଲିବେ।

ଯଦି ଆପଣଙ୍କ ପ୍ରବେଶ ଦ୍ଵାରର ଅଲଗା ରଙ୍ଗ ହୋଇଛି ତେବେ ଏହାର ବି ଉପାୟ ଅଛି। ଆପଣ ଶୁଭ ରଙ୍ଗ ମନାଯାଉଥିବା ଲାଲ କି ମେରୁନ ରଙ୍ଗରେ କିଛି ଡିଜାଇନ କରିଦିଅନ୍ତୁ ବା ମା ଲକ୍ଷ୍ମୀଙ୍କର ଫୋଟ ଲଗାଇ ଦିଅନ୍ତୁ। ଏମତି କଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ। ସକାଳେ ଯେତେବେଳେ କବାଟ ଖୋଲିବେ ସେହି ଫୋଟକୁ ଦେଖି ମାଙ୍କୁ ସ୍ମରଣ କରିବେ।

ଘରର ପ୍ରବେଶ ଦ୍ୱାରରେ ଓଁ ଶ୍ରୀଗଣେଶ ଏବଂ ମା ଲକ୍ଷ୍ମୀଙ୍କର ଚରଣ ଚିହ୍ନ ଏବଂ ଶୁଭ ଲାଭର ପ୍ରତୀକ ଚିହ୍ନ ଲଗାନ୍ତୁ। ଏହା ଦ୍ବାରା ଆପଣଙ୍କ ଘରେ ସକାରତ୍ମକ ଉର୍ଜାର ସଂଚାର ହେବ ଏବଂ ନକରାତ୍ମକ ଉର୍ଜାର କ୍ଷୟ ହେବ। ଧ୍ୟାନ ରଖିବେ ସକାଳୁ ଯେବେବି ଘରର ମୁଖ୍ୟ ଦ୍ୱାର ଖୋଲିବେ ସର୍ବପ୍ରଥମେ ଏହି ଚିହ୍ନକୁ ପ୍ରଣାମ କରିବେ। ଏହାକୁ ନିୟମିତ କଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ଘରର ପ୍ରବେଶ ଦ୍ୱାର ସାମ୍ନାରେ ତୁଳସୀ କିମ୍ବା ଚମେଲି ଗଛ ଲଗାନ୍ତୁ। ସକାଳୁ ଉଠି ଏହି ଗଛର ଦର୍ଶନ କରନ୍ତୁ। ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜାଳନ୍ତୁ।

ସକାକୁ ଉଠିବା ପରେ କାର୍ଯ୍ୟ କ୍ଷେତ୍ରକୁ ଯିବା ସମୟରେ ବ୍ରେକଫାଷ୍ଟ ପୂର୍ବରୁ ନିଜ ନାଭିରେ ଗୋଲାପ ଅତର ଲଗାଇକି ଯାଆନ୍ତୁ। ଧ୍ୟାନ ରଖିବେ ବ୍ୟବହୃତ ହେଉଥିବା ଅତର ପୂଜା ଘରେ ମା ଭଗବତେଙ୍କୁ ଅର୍ପଣ କରିବା ପରେ ହିଁ ପ୍ରୟୋଗ କରିବେ ଏହା ଦ୍ୱାରା ଆପଣଙ୍କ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ।

ଶାସ୍ତ୍ର ଅନୁସାରେ ସକାଳେ ଆଖି ଖୋଲିବା ପରେ ସର୍ବପ୍ରଥମେ ନିଜ ଦୁଇ ହାତକୁ ଯୋଡି ଦର୍ଶନ କରନ୍ତୁ। ଏହିପରି ସବୁବେଳେ ଦର୍ଶନ କଲେ ଜୀବନ ସୁଖମୟ ହେବ ଏବଂ କେବେବି ଜୀବନରେ ନିରାଶ ହେବେନାହିଁ। ଶାସ୍ତ୍ର ଅନୁସାରେ ମନୁଷ୍ୟଙ୍କ ହାତ ପାପୁଲିରେ ସୃଷ୍ଟିର ରଚୟିତା ବ୍ରହ୍ମା ସୁଖ ସମୃଦ୍ଧିର ଦେବୀ ସ୍ୱରସ୍ୱତୀ ଏବଂ ଧନର ଦେବୀ ମା ଲକ୍ଷ୍ମୀ ବାସ କରନ୍ତି। ଏଣୁ ଯଦି କେଉଁ ବ୍ୟକ୍ତି ସକାଳୁ ସକାଳୁ ଉଠି ନିଜ ହାତର ଦର୍ଶନ କରେ ତ ଏହାର ଅର୍ଥ ସେହି ବ୍ୟକ୍ତି ୩ ଜଣ ଦେବତାଙ୍କ ଦର୍ଶନ କରିନେଲା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *