Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷ ୨୦୨୨ | ଘରକୁ ଆଣନ୍ତୁ ଏହି 5ଟି ଜିନିଷ | ଧନର ବର୍ଷା ହେବ |

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ନୂଆବର୍ଷଟି ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ସମସ୍ତଙ୍କ ମନରେ ଏହି ନୂଆବର୍ଷକୁ ନେଇ ଅନେକ ଉତ୍ସ୍ୟହ ଭରି ରହିଥାଏ ଏବଂ ସମସ୍ତଙ୍କ ମନରେ ଏକ ନୂତନ ଆରମ୍ଭର ଇଚ୍ଛା ଭରି ରହିଥାଏ। ଆପଣମାନେ ଅନେକ ଲୋକଙ୍କ ଠାରୁ ଏହା ଶୁଣିଥିବେ କି ନୂଆବର୍ଷର ଆରମ୍ଭ ଆନନ୍ଦ ମୟ ହୋଇଥିଲେ ସାରା ବର୍ଷଟି ଆନନ୍ଦମୟ ହୋଇଥାଏ। ଯଦି ବର୍ଷର ପ୍ରଥମ ଦିନଟି ଖରାପ ଭାବରେ ଯାଇଥର ତେବେ ସାରା ବର୍ଷଟି ଖରାପ ହୋଇଯାଏ। ଏହି କଥା କେତେ ଯେ ସତ କେତେ ଯେ ମିଛ ଏହା ଅଲଗା କଥା ଯଦି ଆମେ ଏହି କଥା ଗୁଡିକ ମାନି ଯଦି ବର୍ଷର ପ୍ରଥମ ଦିନକୁ ଏହିପରି ଭାବେ ପାଳନ କରିବା ତେବେ ପୁରା ବର୍ଷଟି ଧନ ସୁଖ ଶାନ୍ତିରେ ଜୀବନ ଭରିଦେବ। ତେଣୁ ସାରା ବର୍ଷଟି ସୁଖମୟ କରିବା ପାଇଁ ଆମକୁ ଗୋଟିଏ ଦିନ ପାଇଁ ପରିଶ୍ରମ କରିବାକୁ ହିଁ ପଡିବ।

ଏଣୁ ଆସନ୍ତୁ ଜାଣିବା ଏପରି କିଛି ମହତ୍ୱପୂର୍ଣ୍ଣ କଥା ମାନ ବିଷୟରେ ଯାହାକୁ ନୂଆବର୍ଷ ଦିନ କରିବାରେ ସାରା ବର୍ଷଟି ଆମର ସୁଖ ଶାନ୍ତିରେ ବିତିଥାଏ। ସମସ୍ତଙ୍କ ମନରେ ଏହି ଇଛା ଭରି ରହିଥାଏ କି ଆମର ଘରେ କେବେବି ଧନର ଅଭାବ ଦେଖା ନଦେଉ। ଘରକୁ କେବେବି ଦୁଃଖ ଦୁର୍ଦଶା ଓ ଅଶାନ୍ତି ନଆସୁ। ସେଥିପାଇଁ ଧନର ଆକର୍ଷଣ ପାଇଁ ଆମକୁ କିଛି କରିବାକୁ ପଡିଥାଏ। ଯାହା ଦ୍ୱାରା ମା ଲକ୍ଷ୍ମୀ ଆମ ମାନଙ୍କର ଘରକୁ ଟାଣି ହୋଇ ଆସିପାରିବେ। କାରଣ ଆପଣ ମାନଙ୍କୁ ଜଣା ଅଛି ଯେ ଯେଉଁ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହି ଘରେ କେବେବି ଧନ ସୁଖ ଶାନ୍ତିର ଅଭାବ ଦେଖିବାକୁ ମିଳିନଥାଏ କିନ୍ତୁ ମା ଲକ୍ଷ୍ମୀ କେବଳ ସେହି ଘରକୁ ଟାଣି ହୋଇ ଆସିଥାନ୍ତି ଯେଉଁ ଘର ସର୍ବଦା ସଫା ସୁତରା ରହିବା ସହିତ ଘରଟି ମହକ ପୁର୍ଣ ହୋଇଥାଏ। ଏଣୁ ବନ୍ଧୁଗଣ ଆପଣ ମାନେ ଏହି ନୂଆବର୍ଷ ଦିନ ସକାଳୁ ସକାଳୁ ଉଠି ଆପଣଙ୍କର ଘର ଓ କାର୍ଯ୍ୟ ସ୍ଥଳୀକୁ ସଫା କରିନିଅନ୍ତୁ ଏବଂ ଘରେ କେଉଁଠି ବି ପଡି ରହିଥିବା ଭଙ୍ଗା ଫଟା ଦଦରା ଜିନିଷକୁ ବା କବାଡ଼ିଆ ଜିନିଷକୁ ବାହାର କରିଦିଅନ୍ତୁ।

ଯେପରିକି ଭଙ୍ଗା ଲୁହା ଟିଣ ପ୍ଲାଷ୍ଟିକ କାଚ ଆଇନା ପ୍ଲେଟ କପ ଫୋଟ ଫ୍ରେମ ସଫା ଟିଭି ଏମିତି ଜାବତୀୟ ଅଦରକାରୀ ଜିନିଷକୁ ବାହାର କରିଦିଅନ୍ତୁ ଏବଂ ଏହା ସହିତ ଘରେ ଥିବା ଚିରା ଫଟା ବସ୍ତ୍ର ଭଙ୍ଗା ରୁଜା ଇଲେକ୍ଟ୍ରୋନିକ ଜିନିଷ ଯେପରି କି ଟିଭି ଘଣ୍ଟା ଫ୍ରିଜ ଏହିପରି ଯାବତୀୟ ଅଦରକାରୀ ଇଲେକ୍ଟ୍ରୋନିକ ଜିନିଷକୁ ଘରୁ ବାହାର କରିଦିଅନ୍ତୁ କିମ୍ବା ସେହିସବୁ ଜିନିଷକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ। ଏହା ସହିତ ଘରକୁ ସୁବାସିତ ଜଳ ଦ୍ୱାରା ଯେପରିକି କର୍ପୁର ଅତର ଧୂପ ଦୀପ ଦ୍ୱାରା ଘରର ବାତାବରଣକୁ ସୁବାସିତ କରିଦିଅନ୍ତୁ ଏବଂ ଘରକୁ ଗୋ ମୂତ୍ର କିମ୍ବା ଗୋ ମୟ ସହିତ କିଛି ଲୁଣ ଏବଂ କିଛି ଫିଟିକିରି ମିଶାଇ ଘରକୁ ଭଲ ଭାବରେ ଲିପା ପୋଛା କରିଦିଅନ୍ତୁ। ଏହା ଦ୍ୱାରା ଘର ସଫା ସୁତରା ହେବା ସହିତ ଘରକୁ ସକରାତ୍ମକ ଉର୍ଜାମାନ ପ୍ରବେଶ କରିଥାନ୍ତି।

ଏହା ସହିତ ଘରେ ଥିବା ସବୁ ବାସ୍ତୁଦୋଷ ମାନ ଦୂର ହୋଇଥାଏ। ଏହା ଦ୍ବାରା ଘରେ ଧନ ସୁଖ ସମୃଦ୍ଧିର ବୃଦ୍ଧି ପାଇଥାଏ। ଏହାକୁ କେବଳ ଗୋଟିଏ ଦିନ ନକରି ଯଦି ବର୍ଷ ସାରା ପାଳନ କରନ୍ତି ତେବେ ଅନେକ ପ୍ରକାରର ଶୁଭ ଫଳ ମାନ ମିଳିଥାଏ। ଏହା ଦ୍ବାରା ଆପଣ ସ୍ଵଚ୍ଛ ଏବଂ ନିରୋଗୀ ହୋଇପାରିବେ। ଅତର ବ୍ୟବହାର କରିବା ସହିତ ନିଜ ଶରୀରରେ ଓ ନିଜ ବସ୍ତ୍ରରେ ଅତର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଆପଣ ନିଜେ ହିଁ ଜାଣିପାରିବେ କି ବିଗତ ଦିନ ଏବଂ ନୂଆବର୍ଷଟି ଆପଣଙ୍କ ପାଇଁ କିପରି ରହିବ।

ଏହା ବ୍ୟତୀତ ଘରର ଚାରିପାଖରେ ଗଛ ଲଗାନ୍ତୁ। ଏହା ଦ୍ବାରା ଘରର ବାତାବରଣ ସ୍ୱଚ୍ଛ ରହିବା ସହିତ ଘରର ଚତୁରପାର୍ଶ୍ଵର ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଥାଏ।

ନୂଆବର୍ଷ ଦିନ ଏହି କାର୍ଯ୍ୟ କରିବା ସହିତ ଘରକୁ କେଉଁ ଜିନିଷ ଆଣିବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ ଘରକୁ ଟଙ୍କା ପଇସାର ସୁଅ ଛୁଟି ଥାଏ। ସବୁ ଅଶୁଭ ମାନ ଶୁଭ ହୋଇଯାଇଥାଏ। ରୋଜଗାରର ସବୁ ମାର୍ଗ ଖୋଲି ଯାଇଥାଏ। ଅଭାବ ଅନଟନ ଦୂର ହୋଇଯାଇଥାଏ। ତେବେ ବନ୍ଧୁଗଣ ସେହିସବୁ ଜିନିଷ କଣ ହୋଇଥାଏ ଆସନ୍ତୁ ଜାଣିନେବା।

ଶ୍ରୀ ଗଣେଶଙ୍କର ଫୋଟ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଇଥାଏ। ଯିଏ ମନୁଷ୍ୟର ସବୁ ଦୁଃଖ ବା କଷ୍ଟକୁ ଦୂର କରିଥାନ୍ତି ତା ସହିତ ସେ ସମସ୍ତ ପ୍ରକାରର ମଙ୍ଗଳ ମଧ୍ୟ କରିଥାନ୍ତି। ଯଦି ଆପଣ କେଉଁ ସମସ୍ୟାରେ ଫସି ଯାଇଛନ୍ତି ତେବେ ନୂଆବର୍ଷରେ ଭଗବାନ ଗଣେଶଙ୍କର ମୂର୍ତି ନିଶ୍ଚୟ ଆଣନ୍ତୁ। ଏହା ଦ୍ବାରା ଭଗବାନ ଗଣେଶ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟକୁ ସମାପ୍ତ କରିଦେବେ ଏବଂ ଆପଣଙ୍କୁ ଖୁସି ପ୍ରଦାନ କରିବେ। ନୂଆବର୍ଷ ଦିନ ହିଁ ଭଗବାନ ଗଣେଶଙ୍କର ମୂର୍ତିକୁ ପୂଜାପାଠ କରନ୍ତୁ। ଦେଖିବେ ଧୀରେ ଧୀରେ ଭଗବାନ ଗଣେଶ ଆପଣଙ୍କର ସମସ୍ତ ସମସ୍ୟା ଦୂର କରିଦେବେ।

ନଡ଼ିଆ। ଏହି ବର୍ଷ ଯଦି ନଡ଼ିଆ ଭାଙ୍ଗି ଆରମ୍ଭ କରାଯାଏ ତେବେ ବହୁତ ଶୁଭ ହୋଇଥାଏ। ଏହା ଦ୍ବାରା ଆପଣ ମାନଙ୍କର ସଫଳତାର ରାସ୍ତା ବି ଖୋଲି ଯାଇଥାଏ। ଘରୁ ନକରାତ୍ମକ ଉର୍ଜା ବାହାରି ଯାଇଥାଏ ଏବଂ ସକାରାତ୍ମକ ଉର୍ଜା ଆସିଥାଏ। ଏଣୁ ଘରେ ହେଉ କିମ୍ବା କୌଣସି ମନ୍ଦିରରେ କେଉଁଠି ବି ନଡ଼ିଆ ଭାଙ୍ଗି ପାରିବେ।

ମୟୁର ପଙ୍ଖ। ଯଦି ଆପଣ ସବୁବେଳେ ଧନର ସମସ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି ତାହେଲେ ଏହି ନୂଆବର୍ଷ ଦିନ ଘରକୁ ମୟୁର ପଙ୍ଖ ନିଶ୍ଚୟ ଆଣନ୍ତୁ। ଧ୍ୟାନ ରଖିବେ ଯେ କିଣିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ନିଶ୍ଚୟ ନେବେ। କାରଣ ଏମିତି କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିଥାଏ। ଆଉ ସବୁ କାମ ଭଲରେ ଭଲରେ ହୋଇଥାଏ।

ମନୀପ୍ଲାଣ୍ଟ ଗଛ। ଏହି ନୂଆବର୍ଷରେ ଆପଣ କୌଣସି ବିମନୀପ୍ଲାଣ୍ଟ ଗଛ ଘରକୁ କିଣି ନେଇ ଆସନ୍ତୁ। ବନ୍ଧୁଗଣ ଏହି ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ। ଆପଣ ସଦାସର୍ବଦା ଟଙ୍କା ପଇସାକୁ ନେଇ ଚିନ୍ତା ଗ୍ରସ୍ତ ରହୁଛନ୍ତି ତେବେ ଏହି ନୂଆବର୍ଷ ଦିନ ଏହି ମଧ୍ୟରୁ କୌଣସି ବି ଗୋଟିଏ ଗଛ ଆଣି ଘରେ ଲଗାନ୍ତୁ। ଦେଖିବେ ଆପଣଙ୍କର ଏହି ସାରା ବର୍ଷଟି କିପରି ଆନନ୍ଦର ସହିତ ବିତିବ।

ପେଙ୍ଗସୁଇଙ୍ଗ ଆଇଟମ। ବନ୍ଧୁଗଣ ଟଙ୍କା ପଇସା ଏମତି ଏକ ଜିନିଷ ଅଟେ ଯାହା ପ୍ରତ୍ୟକ ମନୁଷ୍ୟ ଚାହିଁଥାଏ। ଏହି ନୂଆବର୍ଷରେ ଯଦି ଆପଣଙ୍କୁ କେହି ଲାଫିଙ୍ଗ ବୁଦ୍ଧ ଗିପ୍ଟ ଦେଉଛି ତ ବୁଝି ନିଅନ୍ତୁ ଯେ ଆପଣଙ୍କର ଭାଗ୍ୟ ବଦଳି ଗଲା। ଲାଫିଙ୍ଗ ବୁଦ୍ଧ ସେତେବେଳେ କାମ କରିଥାନ୍ତି ଯେତେ ଆପଣଙ୍କୁ କେହି ଗିପ୍ଟ ଦେଇଥାନ୍ତି। ଯେଉଁ ଘରେ ଲାଫିଙ୍ଗ ବୁଦ୍ଧ ଥାଏ ସେହି ଘରେ କେବେବି ଧନର ଅଭାବ ହୋଇନଥାଏ।

ଭଗବାନ ହନୁମାନଙ୍କ ମୂର୍ତି। ଶାସ୍ତ୍ର ଅନୁସାରେ ଏମିତି କୁହାଯାଏ ଯେ ଘରେ ଭଗବାନ ହନୁମାନଙ୍କର ଫୋଟ ଅବା ଚିତ୍ର ଅବଶ୍ୟ ରଖିବା ଉଚିତ। ନୂଆବର୍ଷରେ ଭଗବାନ ହନୁମାନଙ୍କର ମୂର୍ତି ନେଇ ଆସି ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ। ଏମିତି କରିବା ଦ୍ୱାରା ମଙ୍ଗଳ ଶନି ଏବଂ ଭୁତ ପ୍ରେତଙ୍କର ଦୋଷ ଲାଗିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *