Excuse Me Odisha

ଯାହା କହିବୁ ସତ କହିବୁ

ଏହି ପରି ଚୁଡ଼ି ପିନ୍ଧିଲେ,ଅସୁବିଧାରେ ପଡିବେ ସ୍ୱାମୀ,ଭାଇ ଓ ବାପା !

ସେୟାର୍ କରନ୍ତୁ

ବିବାହିତ ମହିଳାମାନେ ବା ସାଧବ ମହିଳାମାନେ ତମ୍ବାର କୌଣସି ବି ଚୁଡ଼ି ପିନ୍ଧିବା ଅନୁଚିତ ଅଟେ ଏବଂ ରୁପାର ଚୁଡ଼ି ମଧ୍ୟ ପିନ୍ଧିବା ଅନୁଚିତ ଅଟେ। ଯଦି ସେତିକି ଆବଶ୍ୟକତା ପଡେ ପୂଜା ପର୍ବ ପର୍ବାଣୀରେ ହେଉ କିମ୍ବା ହୋମ ଯଜ୍ଞରେ ହେଉ ଅବା ଗ୍ରହ ଶାନ୍ତି ନିମନ୍ତେ ହେଉ ଯଦି ସେତିକି ଆବଶ୍ୟକ ପଡେ ରୁପାର ଚୁଡ଼ି ପିନ୍ଧିବା ପାଇଁ କିମ୍ବା ରୁପାର ଗଡା ପିନ୍ଧିବା ପାଇଁ ଅବା ରୁପାର କଙ୍କଣ ପିନ୍ଧିବା ପାଇଁ ସେତିକି ଆବଶ୍ୟକ ପଡେ ତେବେ ଆପଣ ଗୋଟିଏ ହାତରେ ପିନ୍ଧି ପାରିବେ ଆଦୌ ଦୁଇଟି ହାତରେ ରୁପାର ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ଯଦି କୌଣସି କାରଣରୁ ଚୁଡ଼ି ଆପଣଙ୍କର ତୁଟିଯାଏ କିମ୍ବା ପିନ୍ଧିବା ସମୟରେ ତୁଟି ଯାଏ ସେହି ଚୁଡିକୁ ନିଜର ପଣତରେ ରଖି ତାକୁ ୩ ଥର ଚୁମ୍ବନ ଦେଇ କୌଣସି ଏକ ଜାଗାରେ ରଖିଦିଅନ୍ତୁ ଏବଂ ପରେ ସୁବିଧା କରି ସେହି ସେହି ଚୁଡ଼ି ଗୁଡିକୁ ପାଣିରେ ପକେଇ ଦିଅନ୍ତୁ। ଭଙ୍ଗା ଚୁଡିକୁ ଏଠି ସେଠି ପକାଇବା ଅଶୁଭ ହୋଇଥାଏ। ଚଡକା ଫଟା ଚୁଡ଼ି ଆଦୌ ପିନ୍ଧନ୍ତୁ ନାହିଁ। ଚୁଡ଼ି ପିନ୍ଧିବା ସମୟରେ ଯଦି ଚୁଡ଼ି ଚଡକି ଯାଏ ତ ତାକୁ ସଙ୍ଗେ ସଙ୍ଗେ କାଢି ଦେଇ ୩ ଥର ଚୁମ୍ବନ ଦେଇ କୌଣସି ଏକ ଜାଗାରେ ରଖିଦିଅନ୍ତୁ। କାରଣ ଏହିପରି ଚୁଡ଼ି ପିନ୍ଧିବା ଦ୍ୱାରା ନିଜର ଭାଇ ଏବଂ ବାପା କରଜରେ ବୁଡି ରୁହନ୍ତି। ଏହିପରି ମାନ୍ୟତା ଶାସ୍ତ୍ରରେ ଉଲ୍ଲେଖ ଅଛି।

ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି କି ଚୁଡ଼ି ପିନ୍ଧିବା ସମୟରେ ଧ୍ୟାନ ଦେବେ କି ଦୁଇ ହାତରେ ସମାନ ଭାବରେ ବା ସମାନ ପରିମାଣରେ ଚୁଡ଼ି ଆଦୌ ପିନ୍ଧନ୍ତୁ ନାହିଁ। ଡାହାଣ ହାତରେ ପଟେ କିମ୍ବା ଦୁଇ ପଟ ଅଧିକ ପିନ୍ଧନ୍ତୁ। ଶାସ୍ତ୍ରରେ ଅନୁସାରେ ମଙ୍ଗଳବାର ଏବଂ ଗୁରୁବାର ଦିନ ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ ବା ଆଦୌ ଚୁଡ଼ି ଶିତାଳନ୍ତୁ ନାହିଁ।

ପୁରାଣ ଶାସ୍ତ୍ର ଅନୁସାରେ କେଶ ମୁକୁଳା କରି କେବେବି ଚୁଡ଼ି ପିନ୍ଧନ୍ତୁ ନାହିଁ। କେଶକୁ ବାନ୍ଧି କରି ଚୁଡ଼ି ପିନ୍ଧନ୍ତୁ। ଯଦି କୌଣସି ମହିଳା ଛୋଟ ଛୋଟ କେଶ ରଖିଛନ୍ତି ତେବେ ସେମାନେ ଯଦି ବାନ୍ଧି ନପାରନ୍ତି ତେବେ କେଶ ଉପରେ ପଣତ କାନି ପକେଇ ଦିଅନ୍ତୁ କିମ୍ବା ଓଢଣୀ ପକେଇ ଚୁଡ଼ି ପିନ୍ଧନ୍ତୁ। ଏହା ବହୁତ ଭଲ ହୋଇଥାଏ। କେଶ ମୁକୁଳା କରି ଚୁଡ଼ି ପିନ୍ଧିଲେ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାନ୍ତି ଏବଂ ଘରର ବହୁତ ପ୍ରକାରର ଅନିଷ୍ଠ ମଧ୍ୟ ହୋଇଥାଏ।

ଶାସ୍ତ୍ର ଅନୁସାରେ ଚୋଉ କାଠ ବା ଦୁଆର ମୁହଁ ଉପରେ ବସି ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରକୁ ଦୁଃଖ କଷ୍ଟ ଯନ୍ତ୍ରଣା ପ୍ରବେଶ କରିଥାଏ। ଗୃହରେ ଅଶାନ୍ତିର ବାତାବରଣ ଖେଳି ଯାଇଥାଏ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଚୁଡ଼ି ପିନ୍ଧିବା ଅଶୁଭ ଦାୟକ ହୋଇଥାଏ। ସେଥିପାଇଁ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ କି ଶିତାଳନ୍ତୁ ନାହିଁ ଏବଂ ନୂଆ ଚୁଡ଼ି ପିନ୍ଧନ୍ତୁ ନାହିଁ। ଆପଣଙ୍କର ସେତିକି ଆବଶ୍ୟକତା ପଡିଲେ ଆପଣ ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ପରେ ରାତିରେ ଚୁଡ଼ି ପିନ୍ଧିପାରିବେ ବା ଶିତାଳି ପାରିବେ।

ଶାସ୍ତ୍ର ଅନୁସାରେ ଯଦି କାହାରି ଚୁଡ଼ି ଫାଟି ଯାଇଥିବାର ଦେଖିବେ ବା ଚଡକି ଯାଇଥିବାର ଦେଖିବେ ତାକୁ ଏପରି କୁହନ୍ତୁ ନାହିଁ କି ଆପଣଙ୍କର ଚୁଡ଼ି ଫାଟି ଯାଇଛି ତାକୁ ଖୋଲି ଦିଅନ୍ତୁ ଅବା କାଢି ଦିଅନ୍ତୁ। ଏପରି ଭାଷାର ପ୍ରୟୋଗ କରାଯାଇନଥାଏ କାରଣ ଏପରି ଭାଷାର ପ୍ରୟୋଗ ଅଶୁଭ ଦାୟକ ହୋଇଥାଏ ଏଣୁ ଆପଣ ଏହିପରି ମଧ୍ୟ କହିପାରିବେ ଯେ ଚୁଡ଼ିଟି ଆପଣଙ୍କର ଫାଟି ଯାଇଛି ଆପଣ ତାକୁ ଶିତାଳି ଦିଅନ୍ତୁ। କିମ୍ବା ମୋର ଚୁଡ଼ିଟି ଫାଟି ଯାଇଛି କିମ୍ବା ପୁରୁଣା ହୋଇଯାଇଛି ମୁଁ ଏହାକୁ ଶିତାଳି ଦେବି ଏହିପରି ଭାଷାର ପ୍ରୟୋଗ କରନ୍ତୁ। କାରଣ ସେ ପ୍ରକାର ଭାଷାର ପ୍ରୟୋଗ ବହୁତ ଅଶୁଭଦାୟକ ହୋଇଥାଏ।

ବହୁତ ସମୟରେ ଦେଖାଯାଏ କି ମହିଳାମାନେ ଚୁଡ଼ି ପିନ୍ଧିବା ସମୟରେ ସମ୍ପୂର୍ଣ୍ଣ ଚୁଡ଼ି ଗୁଡିକୁ ଖୋଲିକି ତଳେ ରଖିଦିଅନ୍ତି ଏବଂ ନୂଆ ଚୁଡ଼ି ପିନ୍ଧିଥାନ୍ତି ଏପରି କରିବା ସମ୍ପୂର୍ଣ୍ଣ ଅନୁଚିତ। ଏହା ଅଶୁଭଦାୟକ ମଧ୍ୟ ହୋଇଥାଏ।

ଚୁଡ଼ି ପିନ୍ଧିବା ପୂର୍ବରୁ କିମ୍ବା ଶିତାଳିବା ପୂର୍ବରୁ ଆପଣ ପ୍ରଥମେ ହାତରେ ଲାଲ କିମ୍ବା ହଳଦୀ ରଙ୍ଗର ସୂତାଟିଏ ବାନ୍ଧି ଦିଅନ୍ତୁ ଏବଂ ଆପଣଙ୍କ ଚୁଡ଼ି ଶିତାଳି ଦିଅନ୍ତୁ। ଏହା ପରେ ନୂଆ ଚୁଡ଼ି ପିନ୍ଧିବା ପରେ ସେହି ସୁତାକୁ ଖୋଲି ଦିଅନ୍ତୁ। ହାତକୁ ଖାଲି କରି କେବେ ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା ବହୁତ ଅଶୁଭଦାୟକ ହୋଇଥାଏ। ଏହାର କୁପ୍ରଭାବ ନିଜର ସ୍ୱାମୀଙ୍କ ଉପରେ ପଡିଥାଏ।

ଏଥି ପ୍ରତି ଧ୍ୟାନ ଦେବେ କି ଯଦି ଆପଣଙ୍କ ଚୁଡ଼ି କାହାରିକୁ ପସନ୍ଦ ଆସିଯାଏ ଏବଂ ସେ ସେହି ଚୁଡିକୁ ନେବା ପାଇଁ ଚାହାଁନ୍ତି ତେବେ ତାଙ୍କୁ ସେହି ଚୁଡ଼ି ବା ପିନ୍ଧିଥିବା ଚୁଡିକୁ ଆଦୌ ଦିଅନ୍ତୁ ନାହିଁ। ସେହି ପ୍ରକାର ଚୁଡ଼ି ନୂଆ କିଣିକି ଦେଇଦିଅନ୍ତୁ କିନ୍ତୁ ପିନ୍ଧିଥିବା ଚୁଡ଼ିକୁ ଆଦୌ ଦିଅନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ ଏବଂ ଆପଣଙ୍କର ଭଲ ପାଇବାରେ ଫାଟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କ କ୍ଷୀଣ ହୋଇଥାଏ। ଏଣୁ ଶାସ୍ତ୍ରରେ ବର୍ଣ୍ଣିତ ଅଛି କାହାରି ପିନ୍ଧିବା ଚୁଡିକୁ ଆପଣ ଆଣନ୍ତୁ ନାହିଁ ଏବଂ ଆପଣଙ୍କ ପିନ୍ଧିବା ଚୁଡ଼ିକୁ କାହାରିକୁ ଦିଅନ୍ତୁ ନାହିଁ। ଏହା ବହୁତ ଅଶୁଭଦାୟକ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି ଆପଣ କେବେବି ଚୁଡ଼ି ପିନ୍ଧିବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା କରିବା ଦ୍ୱାରା ଗୃହକୁ ଦରିଦ୍ରତା ପ୍ରବେଶ କରିଥାଏ ଏବଂ ଦୁଃଖ ଦୁର୍ଦଶା ମାଡି ଆସିଥାଏ ଏବଂ ସ୍ୱାମୀଙ୍କ ଆୟୁଷ ଉପରେ ପ୍ରଭାବ ପକାଇଥାଏ।

ଶାସ୍ତ୍ରରେ ଏହା ଉଲ୍ଲେଖ ଅଛି କି ଚୁଡ଼ି ପିନ୍ଧିବା ପରେ ତୁରନ୍ତୁ ହାତକୁ ଧୁଅନ୍ତୁ ନାହିଁ। ପ୍ରଥମେ ଚୁଡ଼ି ପିନ୍ଧିବା ପରେ ନିଜ ପଣତରେ ୩ ଥର ଚୁଡିକୁ ସାଉଁଳି ଦିଅନ୍ତୁ ବା ପୋଛି ଦିଅନ୍ତୁ ଏବଂ ଏହା ପରେ ହାତ ଧୋଇ ଦିଅନ୍ତୁ। ଯଦି ଆପଣଙ୍କ ଅଜଣାତରେ ନିଜ ହାତରୁ ଚୁଡ଼ି ତଳକୁ ଖସି ଯାଇ ତୁଟି ଯାଏ ତ ଆପଣ ସେହି ଚୁଡିକୁ ଗୋଟାଇ ସିଧା ଡ଼ଷ୍ଟପିନରେ ବା ବାହାରେ ଏଣେ ତେଣେ ପକେଇ ଦିଅନ୍ତୁ ନାହିଁ। ସେହି ଭଙ୍ଗା ଚୁଡ଼ି ଗୁଡିକୁ ହାତରେ ଉଠାଇ ୩ ଥର ଚୁମ୍ବନ ଦେଇ ତାକୁ ଏକ ସ୍ଥାନରେ ବା ପାତ୍ରରେ ରଖିଦିଅନ୍ତୁ। ପରେ ତାକୁ ଜଳାଶ୍ରୟରେ ପକେଇ ଦିଅନ୍ତୁ।

ଜ୍ୟୋତିଷ ଶାସ୍ତ୍ରରେ ଏବଂ ପୁରାଣଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି ଯେ ଯଦି ଆପଣ କେବେ ନୂଆ ଚୁଡ଼ି ପିନ୍ଧନ୍ତି ତେବେ ଗୁରୁଜନ ମାନଙ୍କୁ ବା ଘରର ବୟସ୍କ ବ୍ୟକ୍ତି ମାନଙ୍କୁ ପ୍ରଣାମ କରି ସେମାନଙ୍କ ଆଶୀର୍ବାଦ ନିଅନ୍ତୁ। ନୂଆ ଚୁଡ଼ି ପିନ୍ଧିବା ପରେ ସଙ୍ଗେ ସଙ୍ଗେ କାହାରିକୁ ଦେଖାନ୍ତୁ ନାହିଁ କି ପଚାରନ୍ତୁ ନାହିଁ କି ଦେଖ ମୋର ଚୁଡ଼ି କେମିତି ଲାଗୁଛି ମୋତେ ମାନୁଛି କି ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କୁ ଆପଣଙ୍କ ପରିବାରକୁ ସ୍ୱମାଙ୍କୁ ନଜର ଦୋଷ ଲାଗିଥାଏ ବା ଖରାପ ଦୃଷ୍ଟି ପଡିଥାଏ। ଯାହା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ ଅଛି ଯଦି ଆପଣଙ୍କ ଘରକୁ ଆପଣଙ୍କ ନଣନ୍ଦ ବା ସ୍ୱାମୀଙ୍କ ଭଉଣୀ ଘରକୁ କେବେ ଆସନ୍ତି ତେବେ ଆପଣ କିଛି ଦିଅନ୍ତୁ କିମ୍ବା ଅନଦିଅନ୍ତୁ କିନ୍ତୁ ତାଙ୍କୁ ନୂଆ ଚୁଡ଼ି ନିଶ୍ଚୟ ଦିଅନ୍ତୁ କାରଣ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ଗୃହକୁ ସୁଖ ଶାନ୍ତି ଆସିବାର ମାର୍ଗ ମଧ୍ୟ ହୋଇଥାଏ। ଏବଂ ମା ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ମଧ୍ୟ ନିଜ ଗୃହ ଉପରେ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *