ଏହି ୪ଟି ମୂର୍ତ୍ତିର ପୂଜା ଘରେ କେବେ ବି ଭୁଲରେ କରନ୍ତୁ ନାହିଁ ! ପୁରା ପରିବାର ବର୍ବାଦ ହୋଇଯିବ !
ବନ୍ଧୁଗଣ ବାସ୍ତୁଶାସ୍ତ୍ର ଆମ ଘରେ ଥିବା ବାସ୍ତୁଦୋଷକୁ ଦୂର କରିବା ପାଇଁ ସାହାର୍ଯ୍ୟ କରିଥାଏ। ଏଥିପାଇଁ ପୁରା ଦୁନିଆ ବାସ୍ତୁଶାସ୍ତ୍ରର ନିୟମକୁ ଆପଣେଇ ନେଉଛନ୍ତି। ବାସ୍ତୁଶାସ୍ତ୍ର ସାହାର୍ଯ୍ୟରେ ଆପଣ ନିଜର ଘରର ନକରାତ୍ମକ ଶକ୍ତିକୁ ଘରୁ ବାହାର କରିପାରିବେ ଏବଂ ସକାରାତ୍ମକ ଶକ୍ତିକୁ ବହୁତ ଗୁଣା ବଢ଼ାଇ ପାରିବ। ଘର ଭିତରେ ଯେତେ ଅଧିକ ସକାରାତ୍ମକ ଶକ୍ତି ରହିବ ସେତିକି ଅଧିକ ଆମକୁ ଫାଇଦା ହେବ। ଏମତିରେ ସମସ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ନିଜର ଘର ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ କିନ୍ତୁ ଘରର ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇଥାଏ ପୂଜା ଘର। ଯେଉଁଠି ଆମେ ଆମ ଭଗବାନଙ୍କୁ ସ୍ଥାନ ଦେଇଥାଉ। ପୂଜା କରିଥାଉ।
ଆପଣ କେବେ ଭାବିଛନ୍ତି ଆପଣଙ୍କ ମନ୍ଦିରରେ ମଧ୍ୟ ଏମିତି କେତେକ ବାସ୍ତୁଦୋଷ ଥାଇପାରେ ଯାହା ପାଇଁ ଆପଣଙ୍କ ଜୀବନରେ ଚିନ୍ତା ଏବଂ ଜଟିଳ ପରିସ୍ଥିତି ଆସିଥାଏ। କେତେ ଥର ଠାକୁର ଘରେ ଏମତି ମୂର୍ତି ସ୍ଥାପନ କରିବା ଦ୍ୱାରା ଯେଉଁଥିରେ ଘରର ବାତାବରଣ ବଦଳି ଯାଇଥାଏ। ବାସ୍ତୁଶାସ୍ତ୍ରରେ ଆମ ପୂଜା ଘରେ ଏମିତି ମୂର୍ତି ରଖିବା ପାଇଁ ମନା କରାଯାଇଛି। ଯାହାର ପ୍ରଭାବ ଘରର ସଦସ୍ୟ ଉପରେ ପଡିଥାଏ। ଘରେ କ୍ଳେଶ ନକରାତ୍ମକ ଓ ଦରିଦ୍ରତା ବଢିଥାଏ। ଆସନ୍ତୁ ଜାଣିବା ସେହିସବୁ ମୂର୍ତି କଣ ଯାହାକୁ ପୂଜା ଘର ଭିତରେ ଭୁଲରେ ବି ରଖିବା ଉଚିତ ନୁହେଁ।
ଭୈରବ ଦେବଙ୍କ ମୂର୍ତି। ଭୈରବ ଦେବ ମହାକାଳଙ୍କର ଏକ ରୂପ। କିନ୍ତୁ ଆପଣଙ୍କୁ କହି ଦେଉଛୁ ଯେ ଭୈରବ ଦେବ ତନ୍ତ୍ର ମନ୍ତ୍ର ଆରୋଧ୍ୟରେ ପୂଜା କରାଯାଏ ତାଙ୍କୁ ଘରର ମନ୍ଦିରରେ ସ୍ଥାନ ଦେଲେ ପାରିବାରିକ ଚିନ୍ତା ଉତ୍ପନ ହେବାକୁ ଲାଗିଥାଏ। ଆପଣଙ୍କ ଘରେ ହୋଇପାରେ କିଛି ଏପରି କିଛି ଶକ୍ତି ପ୍ରବେଶ କରିପାରେ। ଯାହା ଘର ପାଇଁ ଅଶୁଭ ହୋଇଥାଏ। ଆପଣ ଭୈରବ ଦେବଙ୍କ ମନ୍ଦିରକୁ ଯାଇ ପୂଜା ଅବଶ୍ୟ କରିପାରିବେ କିନ୍ତୁ ତାଙ୍କ ମୂର୍ତି ଘରେ ଭୁଲରେ ବି ମଧ୍ୟ ରଖନ୍ତୁ ନାହିଁ ନଚେତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ୍ଳେଶ ସୃଷ୍ଟି ହୋଇଥାଏ।
ନଟରାଜର ମୂର୍ତି। ଆମେ ସମସ୍ତେ ଜାଣିଛୁ ଯେ ନଟରାଜ ଭଗବାନ ଶିବଙ୍କର ରୁଦ୍ର ରୂପ। ଯେତେବେଳେ ଭଗବାନ ଶିବ ରୁଦ୍ର ରୂପରେ ଆସି ତାଣ୍ଡବ କରିଥିଲେ ସେତେବେଳେ ନଟରାଜ କୁହାଯାଇଥିଲା। ଆମେ ମଣିଷ ମାନେ ଭଗବାନ ଶିବଙ୍କର ରୁଦ୍ର ରୂପକୁ କିଣି ଘରେ ତାଙ୍କ ଶକ୍ତିକୁ ସ୍ଥାନ ଦେବା ପାଇଁ ଶକ୍ତି ହୋଇନଥାଏ। ତଥାପି କେତେ ଲୋକ ନଟରାଜ ମୂର୍ତ୍ତିକୁ ମନ୍ଦିରରେ ସ୍ଥାପନା କରିଥାନ୍ତି। ଯେଉଁଥିରେ ଘରେ କ୍ରୋଧର ବାତାବରଣ ହେବାକୁ ଲାଗେ।
ଘରର ସଦସ୍ୟଙ୍କ କଥାବାର୍ତା ଓ ମନରେ କ୍ରୋଧର ଭାବନା ଉତ୍ପନ ହେବାକୁ ଲାଗିଥାଏ। ତେଣୁ କରି ଏମିତି ରୁଦ୍ର ଶକ୍ତି ବାଲା ମୂର୍ତ୍ତିକୁ ଆପଣ ନିଜ ଘରେ ସ୍ଥାନ ଦେବା ଠାରୁ ଦୂରେଇ ରହିବା ଉଚିତ। ଏହାର ଅର୍ଥ ଏହା ନୁହେଁ ଯେ ଆପଣ ନଟରାଜ ମୂର୍ତ୍ତିର ପୂଜା କରିବେନି ନଟରାଜ ମୂର୍ତ୍ତିକୁ କୌଣସି ମନ୍ଦିରକୁ ଯାଇ ପୂଜା କରିପାରିବେ କିନ୍ତୁ ଘରେ ରଖନ୍ତୁ ନାହିଁ। କାରଣ ଏହାର ଅସୀମ ଶକ୍ତିକୁ ଆମେ ସହି ପାରିବା ନାହିଁ।
ରାହୁ କେତୁଙ୍କ ମୂର୍ତି। କେତେକ ଲୋକ ରାହୁ କେତୁଙ୍କ ଦୁପ୍ରଭାବରୁ ବଞ୍ଚିବା ପାଇଁ ଘରେ ରାହୁ କେତୁଙ୍କ ମୂର୍ତି ସ୍ଥାପନା କରିଥାନ୍ତି ଏବଂ ଏହାକୁ ପୂଜା କରିବାରେ ଲାଗିଯାଇଥାନ୍ତି କିନ୍ତୁ ଯଦି ଆପଣ ମଧ୍ୟ ଏମିତି ଭୁଲ କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ରାହୁ ଏବଂ କେତୁ ପାପ ଏବଂ ଛଳର ଗ୍ରହ ମାନାଯାଏ। ଘରେ ଏମାନଙ୍କୁ ସ୍ଥାନ ଦେବା ଦ୍ୱାରା ଘରେ ନକରାତ୍ମକ ବିଚାର ନିଜ ନିଜ ମଧ୍ୟରେ ମତଭେଦ ଏବଂ ଛଳ କପଟ ଯେମିତି ଦୁବିଚାର ଘରେ ପ୍ରବେଶ କରିବାକୁ ଲାଗିଥାଏ। ଯାହା ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାନ୍ତି। ଏମାନଙ୍କ ଠାରୁ ବଞ୍ଚିବା ପାଇଁ ରାହୁ ଏବଂ କେତୁଙ୍କ ପୂଜା କଦାପି କରନ୍ତୁ ନାହିଁ।
ଆପଣ କର୍ମର ଦେବତା ଭଗବାନ ଶନିମହାରାଜଙ୍କ ଆରୋଧନା କରିପାରିବେ କିନ୍ତୁ ତାଙ୍କ ମୂର୍ତ୍ତିକୁ ମଧ୍ୟ ଘରେ ସ୍ଥାପନ କରନ୍ତୁ ନାହିଁ। ଶନିଦେବଙ୍କ ପୂଜା କେବଳ ତାଙ୍କ ମନ୍ଦିରକୁ ଯାଇ କରିବା ଉଚିତ। ଅନ୍ୟ ଦେବା ଦେବୀଙ୍କ ପାଖରେ ଭଗବାନ ଶନିଦେବଙ୍କର ମୂର୍ତି ରଖିଲେ ଅନ୍ୟ ଦେବା ଦେବୀ ରୁଷ୍ଠ ହୋଇଯାନ୍ତି।
ଖୋଲା ମୁହଁ ଥିବା ବାଘ କିମ୍ବା ଅନ୍ୟ ପ୍ରାଣୀ ମାନଙ୍କ ଉପରେ ବସିଥିବା ଦେବତାଙ୍କ ମୂର୍ତି। ବାସ୍ତୁଶାସ୍ତ୍ରରେ ଘରେ ଜଙ୍ଗଲୀ ଏବଂ ହିଂସ୍ର ପ୍ରାଣୀ ମାନଙ୍କର ଫୋଟ ବା ମୂର୍ତି ଘରେ ସ୍ଥାନ ଦେବା ଉଚିତ ମାନାଯାଏ ନାହିଁ। ତେଣୁ ଆପଣ ଯଦି କୌଣସି ଦେବା ଦେବୀଙ୍କର ମୂର୍ତି ଆଣୁଛନ୍ତି ଯାହା ଖୋଲା ମୁହଁ ଥିବା ବାଘ ଉପରେ ବସିଥିବା କିମ୍ଵା କୌଣସି କ୍ରୋଧିତ ଥିବା ପ୍ରାଣୀ ମାନଙ୍କର ଫୋଟ ଥିବ ତାହେଲେ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ।
ଏହା କାରଣରୁ ଆପଣ ଆପଣଙ୍କର ଘରକୁ ଏମତି ଜିନିଷ ଆଣନ୍ତୁ ଯାହାର ବାଘ କିମ୍ବା ଅନ୍ୟ ପ୍ରାଣୀ ଶାନ୍ତ ପ୍ରକୃତିର ଥାନ୍ତି। ଏହା ଦ୍ବାରା ଯାହାର ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ମନ୍ଦିରରେ କ୍ରୋଧର ଫୋଟ ରଖିବା ଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ଯେମିତି ଘରେ ସବୁବେଳେ ସକାରାତ୍ମକ ବାସ କରିବ।
ଘରର ମନ୍ଦିର ସବୁବେଳେ ଘରର ଉତ୍ତର-ପୂର୍ବ ଦିଗରେ ସ୍ଥାପନା କରନ୍ତୁ। ଉତ୍ତର-ପୂର୍ବ ଦିଗ ଭଗବାନ ଶ୍ରୀହରି ନାରାୟଣ ଏବଂ ମା ଲକ୍ଷ୍ମୀଙ୍କ ଦିଗ ମାନାଯାଏ। ତେଣୁ କରି ଘରର ମନ୍ଦିରକୁ ସବୁବେଳେ ଏହି ଦିଗରେ ସ୍ଥାପନା କରିବା ଉଚିତ।