Excuse Me Odisha

ଯାହା କହିବୁ ସତ କହିବୁ

୧ ଜାନୁଆରୀ ୨୦୨୨ : ତୁଳସୀର ଗୋଟିଏ ପତ୍ର ଚୁପଚାପ ରଖିଦିଅନ୍ତୁ ଏହିଠାରେ ! ଆପଣ ଯାହାବି ଚାହିଁବେ ତାହା ପାଇବେ !

ସେୟାର୍ କରନ୍ତୁ

ବନ୍ଧୁଗଣ ତୁଳସୀ ସମସ୍ତଙ୍କ ଘର ଅଗଣାରେ ଥାଏ ଏବଂ ସବୁଠୁ ଅଧିକ ପବିତ୍ର ଗଛବି ହୋଇଥାଏ। ଯାହାକି ଜୀବନରେ ସୁଖ ଶାନ୍ତି ବଢାଇଥାଏ। ଆଜି ଆମେ ଆପଣଙ୍କୁ ଛୋଟ ଛୋଟ ଉପାୟ ମାନ ଜଣେଇବୁ।

ରବିବାର ଦିନ ତୁଳସୀର ଜଳ ଅର୍ପଣ କରାଯାଏ ନାହିଁ କିନ୍ତୁ ରବିବାର ଦିନ ବିନା ତୁଳସୀଙ୍କୁ ଛୁଇଁକି ତୁଳସୀ ମାଟିରେ ଗୋଟିଏ ଚାମଚ କ୍ଷୀର ଅର୍ପଣ କରନ୍ତୁ। ତେବେ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ରହନ୍ତି। ଯଦି ଘରେ ବାସ୍ତୁଦୋଷ ଅଛି ତେବେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ ଏବଂ ନିୟମିତ ଭାବେ ଜଳ ଅର୍ପଣ କରନ୍ତୁ ଏବଂ ଘିଅର ଦୀପ ଜାଳନ୍ତୁ।

ଯଦି ଖରାପ ସ୍ୱପ୍ନ ଆସୁଥାଏ ଚିନ୍ତା ଅଧିକ ରହୁଛି ତେବେ ତକିଆ ତଳେ ୨ ଟି ତୁଳସୀ ପତ୍ର ରଖିକି ଶୁଅନ୍ତୁ ଏବଂ ତାପର ଦିନ ସେହି ତୁଳସୀ ପତ୍ରକୁ ମାଟିରେ ପୋତି ଦିଅନ୍ତୁ।

ଯଦି ବ୍ୟାପାର ଚାଲୁନାହିଁ ତେବେ ଶୁକ୍ରବାର ଦିନ ତୁଳସୀରେ ଦୁଇ ଚାରି ବୁନ୍ଦା କ୍ଷୀର ଏବଂ ମିଶ୍ରି ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ବ୍ୟାପାରରେ ହେଉଥିବା କ୍ଷତିର ସମସ୍ୟା ଦୂର ହୋଇଥାଏ।

କେତେଥର ଲାଗେ କି ଜୀବନର ଖୁସିକୁ କାହାର ନଜର ଲାଗିଯାଇଛି ତେବେ ଏମିତିରେ ସ୍ନାନ ଆଦି କଲା ପରେ ପିତଳ ନୋଟା ନେଇ ସେଥିରେ ଜଳ ଭରି ସେଥିରେ ୪ ରୁ ୫ଟି ତୁଳସୀ ପତ୍ର ପକେଇବେ ଏବଂ ପୂଜା ସ୍ଥାନରେ ରହିବାକୁ ଦେବେ। ତା ପର ଦିନ ସେହି ପାଣିକୁ ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚିବେ। ସବୁ ବାଧା ବିଘ୍ନ ଦୂର ହୋଇ ଖୁସି ଆସିବ।

ଯଦି ଆପଣଙ୍କୁ ଲାଗୁଛି ଶନି ରାହୁ କେତୁ ମଙ୍ଗଳ ସବୁ ବିଗିଡି ଯାଇଛି ତେବେ ଗୋଟେ କଏନ ନିଅନ୍ତୁ ଏହାକୁ ତୁଳସୀ ପତ୍ରରେ ଢାଙ୍କିକି ତକିଆ ତଳେ ରଖି ଶୋଇପଡ଼ନ୍ତୁ। ତା ପର ଦିନ ଏହି କଏନକୁ ନେଇ ପାଖ କୌଣସି ମନ୍ଦିରରେ ରଖିଦିଅନ୍ତୁ ଏବଂ ତୁଳସୀ ପତ୍ରକୁ ମାଟିରେ ପୋତି ଦିଅନ୍ତୁ। ଆପଣ ଦେଖିବେ ଆପଣଙ୍କର ଟେନସନ କମ ହେବ। ରାହୁ କେତୁ ଶନିର ସମସ୍ୟା ଦୂର ହେବ। ଆପଣ ଚାହିଁଲେ ଏହି ଉପାୟ ୮ ଦିନ କରିପାରିବେ।

ଯଦି ଭଗବାନ ହନୁମାନଙ୍କୁ ତୁଳସୀର ମାଳା ଅର୍ପଣ କରନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆପଣଙ୍କ ଘରେ ଖାଇବା ବନଉଥିବା ସମୟରେ ଭାତରେ ୨ ରୁ ୪ ଟି ତୁଳସୀ ପତ୍ର ପକେଇ ଦେବେ ଆପଣ ଦେଖିବେ ଘରେ ସୁଖ ଶାନ୍ତି ରହିବ। ପଇସାର ସଞ୍ଚୟ ହେବ। କେବଳ ୮ ଦିନ ଏହି ଉପାୟ କରିକି ଦେଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *