Excuse Me Odisha

ଯାହା କହିବୁ ସତ କହିବୁ

ଏହି ଉପାୟ କଲେ,ମୋଟାପଣ,ଆଣ୍ଠୁଗଣ୍ଠି ବ୍ୟଥା ଭଳି ସବୁ ରୋଗ ଦୂର ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆଜିର ଦୁନିଆରେ ରୋଗ ମାନଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଆଜିକାଲି ସବୁଠାରୁ ବଡ ସମସ୍ୟା ହେଉଛି ମେଦବହୁଳତା ବା ମୋଟାପା। ମୋଟାପା ବୃଦ୍ଧି ହେଲେ ଶରୀରରେ ଅନେକ ରୋଗ ଦେଖା ଦେଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଗୋଟେ ସହଜ ଓ ଶକ୍ତିଶାଳୀ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ।ଯାହାଦ୍ଵାରା ଆପଣ ନିଜ ଶରୀରର ଓଜନ ନିୟନ୍ତ୍ରଣ କରି ପାରିବେ

ଆଜିକାଲିର ପରିସ୍ଥିତିକୁ ଅନୁଧ୍ୟାନ କଲେ ଆପଣ ଜାଣି ପାରିବେ ଯେ ଲୋକ ମାନଙ୍କ ମଧ୍ୟରେ ମେଦବହୁଳତାର ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହି ମୋଟାପଣରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ, ବ୍ୟାୟାମ, ଯୋଗ ଆଦି ମଧ୍ୟ କରୁଛନ୍ତି। କିନ୍ତୁ କିଛି ସୁଫଳ ମିଳୁ ନାହିଁ।

ଆହୁରି କିଛି ଲୋକେ ଜିମ ଯାଇ ପରିଶ୍ରମ କରି ଓଜନ କମାଇବାକୁ ଚେଷ୍ଟା କରିଥାନ୍ତି, କିନ୍ତୁ କିଛି ସୁଫଳ ମିଳି ନଥାଏ। ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଘରୋଇ ପ୍ରାକୃତିକ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମ ଶରୀର ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଆମ ଶରୀରର ଅଦରକାରୀ ଚର୍ବିକୁ ହଟାଇ ଦେବ। ଆସନ୍ତୁ ସେହି ବିଷୟରେ ଜାଣିବା।

ସାଙ୍ଗମାନେ ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ମାତ୍ର ଦୁଇଟି ଜିନିଷର ଆବଶ୍ୟକତା ରହିଛି। ପ୍ରଥମଟି ହେଉଛି ପିପଳି ଏବଂ ଦ୍ୱିତୀୟଟି ହେଉଛି ମହୁ। ସାଧାରଣତଃ ତେଜରାତି ଦୋକାନରେ ଆପଣଙ୍କୁ ପିପଳି ମିଳିଯିବ। ଏହା ଏକ ଆୟୁର୍ବେଦ ଔଷଧ ଅଟେ। ମୋଟାପଣ ଦୂର କରିବାରେ ଏବଂ ଶରୀର ସୁସ୍ଥ ରଖିବାରେ ପିପଳି ବହୁତ ଲାଭଦାୟକ ଅଟେ।

ଏଥିରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି, ଯାହା ଆପଣଙ୍କ ଶରୀରର ଅଦରକାରୀ ଚର୍ବିକୁ ହଟାଇ ଓଜନକୁ ନିୟନ୍ତ୍ରଣ କରିଥାଏ।ଏହାସହିତ ଆମ ହଜମ ଶକ୍ତିକୁ ମଧ୍ୟ ବଢ଼ାଇଥାଏ।ପିପଳିର ସେବନ କଲେ ହୃଦରୋଗ, କଲେଷ୍ଟ୍ରୋଲ,ଉଚ୍ଚ ରକ୍ତଚାପ, ମଧୁମେହ, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ରୋଗ ଦୂର ହୋଇ ଯାଇଥାଏ।

ସାଧାରଣତଃ କହିବାକୁ ଗଲେ, ସମସ୍ତେ ଜାଣିଥାନ୍ତି କି ମହୁ ଶରୀର ପାଇଁ କେତେ ଉପକାରୀ ହୋଇଥାଏ। ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ମହୁକୁ ହାତ ପାପୁଲିରେ ନେଇ ଚାଟି ଖାଇଲେ, ପେଟ ଥଣ୍ଡା ରହିଥାଏ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

ପ୍ରଥମେ ଆପଣ ୧୦ ଗ୍ରାମ ପିପଳି ନେଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଗୋଟେ ପାତ୍ର ନେଇ ସେଥିରେ ୧ ଚାମୋଚ ପିପଳି ଚୂର୍ଣ୍ଣ ନିଅନ୍ତୁ।ଏହାପରେ ସେଥିରେ ୨ ଚାମଚ ମହୁ ମିଶାଇ ଭଲଭାବରେ ଫେଣ୍ଟି ଦିଅନ୍ତୁ। ପ୍ରତ୍ୟେକଦିନ ସକାଳେ ଉଠିବା ପରେ ଗୋଟିଏ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଏବଂ ଏହାପରେ ଏହି ମିଶ୍ରଣକୁ ଚାଟି ଚାଟି ଖାଆନ୍ତୁ।

ଏହି ମିଶ୍ରଣକୁ ଆପଣ ରାତିରେ ଶୋଇବା ପୁର୍ବରୁ ମଧ୍ୟ ସେବନ କରି ପାରିବେ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ୧୦ ଦିନ ମଧ୍ୟରେ ସୁଫଳ ମିଳିବ।ଏହି ଉପାୟ ଆପଣଙ୍କ ପାଇଁ ଖୁବ୍ ସହଜ ଓ ଉପକାରୀ ଅଟେ।

ତେବେ ବନ୍ଧୁଗଣ, ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *