Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ୫ଟି ଜିନିଷ,ନହେଲେ ସ୍ୱାମୀ ହୋଇଯିବେ କାଙ୍ଗାଳ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି ୫ଟି ଜିନିଷ ନଚେତ ସ୍ୱାମୀ ହେବେ କାଙ୍ଗାଳ।

ବନ୍ଧୁଗଣ ବିବାହିତ ନାରୀମାନି କେଉଁ ସବୁ ଜିନିଷ ପିନ୍ଧିଲେ ସ୍ୱାମୀଙ୍କୁ କାଳ ପଡିଥାଏ ବା ସ୍ୱାମୀଙ୍କ ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପଡିଥାଏ। ଯାହା ଫଳରେ କି ସ୍ୱାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇଥାଏ। ତେବେ ନାରୀମାନେ ଏହା ଜାଣି ରଖନ୍ତୁ ଏବଂ ପୁରୁଷମାନେ ଏହା କରିବାକୁ ଦିଅନ୍ତୁ ନାହିଁ ନଚେତ ହୋଇଯିବେ କାଙ୍ଗାଳ।

ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ଏବଂ ଘନିଷ୍ଠ ସମ୍ପର୍କ। ଅନେକ କୁହନ୍ତି ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ସ୍ୱର୍ଗରୁ ନିର୍ମିତ ହୋଇଥାଏ। ତେଣୁ ସ୍ତ୍ରୀର ସମସ୍ତ ପ୍ରକାରର ଶୁଭ ଅଶୁଭ ସ୍ୱାମୀ ଉପରେ ପଡିଥାଏ। ସ୍ତ୍ରୀର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ୱାମୀଙ୍କୁ କାଙ୍ଗାଳ ଏବଂ ତଳିତଳାନ୍ତ କରିଦେଇଥାଏ ଜୀବନ ନଷ୍ଟ କରିଦେଇଥାଏ। ଏଣୁ ସ୍ତ୍ରୀମାନେ ଏହିପରି ଭୁଲ କରିବା ଉଚିତ ହୋଇନଥାଏ ଯାହା ଫଳରେ କି ସ୍ୱାମୀର ଅନିଷ୍ଠ ହୋଇଥାଏ। ବନ୍ଧୁଗଣ ବିବାହ ପରେ ସ୍ବାମୀ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇଯାନ୍ତି। ପତ୍ନୀ ଏହିପରି ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଦୁଃଖ ଏବଂ ସମସ୍ୟାର ଭାଗୀ ହୋଇଯାନ୍ତି।

ପତ୍ନୀ ପିନ୍ଧୁଥିବା କେତେ ଗୁଡିଏ ଜିନିଷ ତାଙ୍କର ସ୍ୱାମୀଙ୍କୁ କାଙ୍ଗାଳ ବା ବର୍ବାଦ କରିଦେଇଥାଏ ଏବଂ ଦୁହିଁଙ୍କୁ ମଧ୍ୟ ଅଲଗା କରିଦେଇଥାଏ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ଶୃଙ୍ଗାରକୁ ବହୁତ ମାନ୍ୟତା ଦିଆଯାଇଥାଏ। ସେଥିମଧ୍ୟରୁ କେତେ ଗୁଡିଏ ଶୃଙ୍ଗାରକୁ ଭୁଲ ବା ଅଶୁଭ ମାନିଥାନ୍ତି କାରଣ ଆଜିକାଲି ଆଧୁନିକତାକୁ ବହୁତ ଗୁରୁତ୍ୱ ଦେଇ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲି ଯାଇଥାନ୍ତି। ଯାହା ଫଳରେ କି ଜୀବନକୁ ବର୍ବାଦ ଆଡ଼କୁ ଟାଣି ନେଇଥାନ୍ତି। ବନ୍ଧୁଗଣ ଆସନ୍ତୁ ଜାଣିବା ସେସବୁ ଶୃଙ୍ଗାର କଣ ଯାହାକୁ ବିବାହିତ ମହିଳାମାନେ ପିନ୍ଧିବା ବା ନାଇବା ଦ୍ୱାରା ସ୍ୱାମୀ ତଥା ପରିବାରର ଅନିଷ୍ଠ ହୋଇଥାଏ।

ପ୍ରଥମରେ ସୁନାର ଗହଣା। ସୁନାର ଗହଣା ପ୍ରତ୍ୟକ ବିବାହିତ ନାରୀ ମାନଙ୍କ ପାଇଁ ଶ୍ରେଷ୍ଠ ଏବଂ ମନ ପସନ୍ଦର ଶୃଙ୍ଗାର ହୋଇଥାଏ। କିନ୍ତୁ ଏମିତି ମଧ୍ୟ ସୁନାର ଅଳଙ୍କାର ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ସ୍ୱାମୀ ତଥା ପରିବାରର ଅମଙ୍ଗଳ ହୋଇଥାଏ। ଗୋଟିଏ ହେଉଛି ସୁନାର ପାଉଁଜି ଏବଂ ଅନ୍ୟଟି ହେଉଛି ସୁନାର ଝୁଣ୍ଟିଆ ଏହାକୁ ବିବାହିତା ନାରୀମାନେ ପାଦରେ ପିନ୍ଧିବା ଦ୍ୱାରା ଅଶୁଭ ହୋଇଥାଏ। ସ୍ୱାମୀ ତଥା ପରିବାରର କ୍ଷତି ହୋଇଥାଏ। ଘରକୁ ଅଭାବ ଆସିଥାଏ। ଉନ୍ନତିରେ ବାଧା ଆଣିଥାଏ।

ଦ୍ଵିତୀୟରେ ଧଳା ଲୁଗା ବା ଶାଢ଼ୀ। ଆଧୁନିକ ଯୁଗ ଅନୁସାରେ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅନେକ ନାରୀ ଧଳା ଶାଢ଼ୀ ପିନ୍ଧି ଥାଆନ୍ତି। ଯାହାକି ବିବାହିତ ନାରୀମାନଙ୍କ ପାଇଁ ଉଚିତ ହୋଇନଥାଏ। ଏହିପରି କରିବା ଦ୍ୱାରା ପୁରାଣ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱାମୀର ମୃତ୍ୟୁକୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ। ଶାସ୍ତ୍ର ଅନୁସାରେ କେବଳ ବିଧବା ନାରୀମାନେ ହିଁ ଧଳା ବସ୍ତ୍ର ପିନ୍ଧିବା ବିଧେୟ ହୋଇଥାଏ।

ତୃତୀୟରେ ମଙ୍ଗଳ ସୂତ୍ର। ଆଜ୍ଞା ହଁ ମଙ୍ଗଳ ସୂତ୍ର ହେଉଛି ବିବାହିତା ମହିଳା ମାନଙ୍କ ପାଇଁ ପବିତ୍ର ବନ୍ଧନର ମୂଳ ସୁତ୍ର। ଆଧୁନିକ ସମୟକୁ ତାଳ ଦେଇ ଅନେକ ବିବାହିତା ନାରୀମାନେ ମଙ୍ଗଳ ସୂତ୍ରକୁ ଗଳାରେ ଧାରଣ ନକରି ହାତରେ ଧାରଣ କରିଥାନ୍ତି। ଏହା କରିବା ସ୍ୱାମୀର ଅମଙ୍ଗଳ ହୋଇଥାଏ। ଜୀବନ ଏବଂ ଜୀବିକାରେ ବ୍ୟାଘାତ ସୃଷ୍ଟି କରିଥାଏ।

ଚତୁର୍ଥରେ ହେଉଛି ସିନ୍ଦୁର ଯାହାକି ଗୋଟେ ବିବାହିତ ନାରୀର ସାଧବ ହେବାର ପରିଚୟ ଦେଇଥାଏ ଏବଂ ସ୍ୱାମୀଙ୍କୁ ଦୀର୍ଘାୟୁ ହେବାରେ ସାହାର୍ଯ୍ୟ କରିଥାଏ। କିନ୍ତୁ ଆଜିର ବିବାହିତ ନାରୀମାନେ ଆଧୁନିକତାକୁ ଗୁରୁତ୍ୱ ଦେଇ ସିନ୍ଦୁରକୁ ସାମାନ୍ୟ ଭାବରେ ଲୁଚାଇକି ପିନ୍ଧିଥାନ୍ତି। ଏବଂ କେହି କେହି ଶାଢ଼ୀର ରଙ୍ଗକୁ ମେଚ କଲାପରି ନାଲି ସିନ୍ଦୁର ପରିବର୍ତେ ବିଭନ୍ନ ରଙ୍ଗର ସିନ୍ଦୁର ପିନ୍ଧିଥାନ୍ତି। ଯାହାକି ସ୍ୱାମୀର ଆୟୁଷକୁ କ୍ଷୀଣ କରିଥାଏ ଏବଂ ସ୍ୱାମୀଙ୍କୁ ବର୍ବାଦ ମଧ୍ୟ କରିଦେଇଥାଏ। ବନ୍ଧୁଗଣ ଏହି ଛୋଟ ଛୋଟ ଜିନିଷ ଆଧୁନିକତାର ଯୁଗରେ ବିବାହିତ ନାରୀ ମାନେ ପିନ୍ଧିବା ଦ୍ୱାରା ଘର ଏବଂ ପରିବାର ତଥା ସ୍ୱାମୀଙ୍କ ପାଇଁ ବିପଦ ଆଣିଥାଏ। ତେଣୁ ଏହିସବୁ ଜିନିଷ ବା ଏହିସବୁ ଶୃଙ୍ଗାର ଠାରୁ ଦୂରେଇ ରହିବା ମଙ୍ଗଳକର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *